ଅଭିନେତା ଅମ୍ଳାନ ଆଉ ତାଙ୍କ ସାନ ଭାଇ ଅକ୍ଲାନ୍ତ ଖୁବ ଛୋଟ ଛୋଟ ହୋଇ ଥିଲେ ଆଉ ସେହି ସମୟରେ ତାଙ୍କ ମା ଆରପାରିକୁ କୁ ଚାଲି ଯାଇ ଥିଲେ ଆଉ ସେତେବେଳେ ଅମ୍ଳାନ ଆଉ ଅକ୍ଲାନ୍ତ ଭାଙ୍ଗି ପଡ଼ି ଥିଲେ | ଅମ୍ଳାନ ଅବଶ୍ୟ ଟିକେ ବଡ଼ ହୋଇ ଯାଇ ଥିଲେ କିନ୍ତୁ ଅକ୍ଲାନ୍ତ ଛୋଟ ଥିଲେ ଆଉ ସେତେ ବେଳେ ଅଭିନେତା ମିହିର ଦାସ ନିଜ କଷ୍ଟ କୁ ଭୁଲି ପୁଣି ଯେତେ ବେଳେ ସିନେମା ଆରମ୍ଭ କଲେ ସାନ ପୁଅ କୁ କିନ୍ତୁ ପାଖରୁ ଛାଡ଼ି ନଥିଲେ |
ଯେଉଁଠି ଯେତେ ବେଳେ ସିନେମା ସୁଟିଂ ହୋଇ ଥିଲା ସେତେ ବେଳେ ମିହିର ଙ୍କ ପାଖରେ ଅକ୍ଲାନ୍ତ ରହୁ ଥିଲା ଆଉ ଏହା ସେହି ସମୟ ର କଥା ଯେତେ ବେଳେ ମିହିର ଙ୍କ ଅପଜିଟ ରେ ଅଭିନେତ୍ରୀ ଅପରାଜିତା ମହାନ୍ତି ରୋଲ କରନ୍ତି | ଆଉ ସେତେବେଳେ ମିହିର ଦାସ ଙ୍କ ପରିବାର ଓ ଉତ୍ତମ ମହାନ୍ତି ଙ୍କ ପରିବାର ଭିତରେ ଥିଲା ଅତି ଉତ୍ତମ ସମ୍ପର୍କ | କାରଣ ସେତେ ବେଳେ ଉତ୍ତମ ଆଉ ମିହିର ମିଶି ଅନେକ ଗୁଡିଏ ସୁପରହିଟ ଫିଲ୍ମ ଦେଇ ଥିଲେ ଆଉ ସେଥିପାଇଁ ଉତ୍ତମ ଓ ମିହିର ଙ୍କ ଭିତରେ ନିବିଡ଼ ସମ୍ପର୍କ ଥିଲା |
ଆଉ ଯେତେ ବେଳେ ମିହିର ନିଜ ପିଲା ଙ୍କୁ ହରାଇଲେ ସେତେ ବେଳେ ମା ଛେଉଣ୍ଡ ପିଲା ଙ୍କୁ ମା ର ସ୍ନେହ ଅପରାଜିତା ମହାନ୍ତି ଦେଇ ଥିଲେ | ସମୟ ସୁବିଧା ପାଇଲେ ଉଭୟ ପରିବାର ଏକାଠି ହୁଅନ୍ତି ଖୁସି ମଜା କରନ୍ତି ଭୋଜି ଭାତ କରନ୍ତି ଏହି ଯେମିତି ଅକ୍ଲାନ୍ତ ଙ୍କ ଜନ୍ମଦିନ ହେଉ କି ବାବୁସାନ ଙ୍କ ଜନ୍ମଦିନ ହେଉ ଏମିତି କି ଅମ୍ଳାନ ଙ୍କ ବାହାଘର ହେଉ କି ବାବୁସାନ ଙ୍କ ବାହାଘର ହେଉ ସବୁଠି ସବୁ ସମୟରେ ମିହିର ଙ୍କ ପରିବାର ଆଉ ଉତ୍ତମ ମହାନ୍ତି ଙ୍କ ପରିବାର ଏକାଠି ହୁଅନ୍ତି |
ଆଉ ମା ଛେଉଣ୍ଡ ଅକ୍ଲାନ୍ତ ଯେତେ ବେଳେ ବାପା ଙ୍କ ସହିତ ସୁଟିଂ ସେଟ କୁ ଯାଏ ମା ଅପରାଜିତା ଆଉ ଭାଇ ବାବୁସାନ ଙ୍କ ସହିତ ଦେଖା ହୁଏ | ଖୁବ ଭଲ ପାଆନ୍ତି ଅପରାଜିତା ଅକ୍ଲାନ୍ତ ଙ୍କୁ ଆଉ ଖୁବ କମ ବୟସ ରେ ମା କୁ ହରାଇ ଥିବା ଅକ୍ଲାନ୍ତ ଙ୍କ ପ୍ରତି ସମସ୍ତଙ୍କର ଭଲ ପାଇବା ଥିଲା |
ଆଉ ତା ଠୁ ବଡ଼ କଥା ହେଉଛି ଅକ୍ଲାନ୍ତ ଦେଖିବା ପାଇଁ ପୁରା ଡଉଲ ଡାଉଲ ଥିଲା ପୁରା ବାପା ମିହିର ଦାସଙ୍କ ପରି ଆଉ ତାଙ୍କୁ ଟିକେ ଧରିକି ଗେଲ କରିବା ପାଇଁ ସଭିଙ୍କୁ ଭଲ ଲାଗୁଥିଲା | ଅକ୍ଲାନ୍ତ ସବୁ ଅଭିନେତା ଓ ଅଭିନେତ୍ରୀ ଙ୍କ ସହିତ ମିସିଛନ୍ତି କିନ୍ତୁ ମା ଅପରାଜିତା ଆଉ ଭାଇ ବାବୁସାନ ଙ୍କ ଛଡ଼ା କାହାରି ଫଟୋ ବି ନିଜ ଫେସବୁକ ଆକାଉଣ୍ଟ ରେ ସେୟାର କରି ନାହାଁନ୍ତି |
ଆଉ ଅକ୍ଲାନ୍ତ ର ଏମିତି ଅଚାନକ ଚାଲି ଯିବା ଘଟଣା କୁ ଶୁଣି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ବିଶ୍ୱାସ କରି ପାରୁ ନାହାଁନ୍ତି | ଆଉ ଅକ୍ଲାନ୍ତ ଚାଲି ଯିବା ପରେ ଯଦି କୌଣସି ପରିବାର ଅଧିକ ଭାଙ୍ଗି ପଡ଼ିଛି ସେ ହେଉଛି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଙ୍କ ପରିବାର |