ବିବାହ ପରେ ପ୍ରତ୍ୟେକ ବାପା ଓ ମା ସନ୍ତାନ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ମାଆ ହେବା ନାରୀ ଜୀବନରେ ସାର୍ଥକତା ଆଣି ଦିଏ କିନ୍ତୁ କିଛି କିଛି ନାରୀ ମାନଙ୍କ ପାଇଁ ମାଆ ହେବା ଏକ ଅଭିଶାପ ବି ହେଇଥାଏ ।ପ୍ରତ୍ୟେକ ବାପ ମାଆଙ୍କ ଜୀବନରେ ସନ୍ତାନ ସୁଖ ଏକ ନୂଆ ମୋଡ଼ ଆଣିଦେଇ ଥାଏ ।ସବୁଠୁ ବଡ଼ ପରିବର୍ତ୍ତନ ହେଇଥାଏ।ମାଆ ଜୀବନରେ ଜଣେ ମାଆ ପିଲା ସହ ୯ ମାସ ଅଧିକା ଯୋଡି ହେଇ ରହିଥାଏ ।
ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ କାରଣ ଆମ ସମାଜରେ କିଛି ଲୋକ ମାନଙ୍କ ମୁଣ୍ଡରେ କିଛି ଅନ୍ଧବିଶ୍ୱାସ ରହିଛି ସେଥିପାଇଁ ସେମାନେ ପୁଅ ପିଲା ମାନଙ୍କୁ ଅଧିକ ମହତ୍ୱ ଦେଇ ଥାଆନ୍ତି ।ଝିଅ ପିଲା ମାନଙ୍କୁ ପସନ୍ଦ କରି ନଥାନ୍ତି,ସେଥିପାଇଁ ପରିବାର ଲୋକ ମାନେ ନାରୀ ଗର୍ଭବତୀ ଅବସ୍ଥାରେ ପରୀକ୍ଷା କରି ଜାଣିବାକୁ ଚେଷ୍ଟା କରିଥାନ୍ତି ଗର୍ଭରେ ଥିବା ଶିଶୁଟି ଝିଅ କି ପୁଅ ।
ଯଦି ଝିଅ ଜାଣିବାକୁ ପାଇଲେ ତାହେଲେ ସେହି ଶିଶୁ ନଷ୍ଟ କରି ଦିଅନ୍ତି ଯାହାକୁ ଏବେ କନ୍ୟା ଭୃଣହତ୍ୟା କୁହାଯାଉଛି ।ତେବେ ଭୃଣହତ୍ୟା ଓ ଲିଙ୍ଗ ନିରୂପଣ କରିବା ବହୁତ ବଡ଼ ଅପରାଧ ଅଟେ ଏଥିପାଇଁ ଆମର ବହୁତ ଆଇନ ତିଆରି ହେଇଛି ।ଏହି କାମ କଲେ ଆଇନ ଗତ ଭାବରେ ଦଣ୍ଡନୀୟ ଅଟେ କାରଣ ଝିଅ ପୁଅ ଉଭୟ ସମାନ ଅଟନ୍ତି ଆଉ ଯଦି କେହି ବି ଏହି ଟେଷ୍ଟ କରନ୍ତି ତାହେଲେ ସେହି ସଂସ୍ଥା କୁ ବନ୍ଦ କରିବା ସହ ଟେଷ୍ଟ କରୁଥିବା ବ୍ୟକ୍ତି ମାନଙ୍କୁ ଜେଲ ହୋଇଥାଏ । ତେବେ ଆମ ସମାଜରେ ଯେତେବେଳେ ଗୋଟିଏ ଝିଅ ଜନ୍ମ ହୁଏ ସେତେବେଳେ ନାରୀକୁ ହିଁ ଦୋଷ ଦିଆଯାଏ ।
କିନ୍ତୁ ଆପଣ ଜାଣିଛନ୍ତି ଝିଅ ପିଲା ଜନ୍ମ ହେବା ପଛରେ ସବୁଠୁ ବଡ଼ ଭୂମିକା ପୁରୁଷର ରହିଥାଏ ନା କି ନାରୀର ।ତେବେ କେମିତି ସେହି ବିଷୟରେ ମେଡ଼ିକାଲ ଟର୍ମରେ ଜାଣିବା ।ମେଡ଼ିକାଲ ଟର୍ମ ରେ କୁହାଯାଏ ପୁରୁଷ ପାଖରେ XX କ୍ରୋମଜମ ରହିଥିବା ବେଳେ ନାରୀ ପାଖରେ XY କ୍ରୋମଜମ ରହିଥାଏ ।ଆଉ ଯେତେ ବେଳେ ଜଣେ ନାରୀ ଗର୍ଭବତୀ ହେଇଥାଏ ସେତେବେଳେ ଉଭୟଙ୍କ ପାଖରୁ ଗୋଟିଏ ଗୋଟିଏ କ୍ରୋମଜମ ଲାଗିଥାଏ । ଆଉ ଯେହେତୁ ମାଆ ପାଖରେ ଥିବା କ୍ରୋମଜମ ଦୁଇଟି ସମାନ ତେଣୁ ସେ ପୁଅ କି ଝିଅ ହେଲେ ସେହି X କ୍ରୋମଜମ ଦେଇଥାଏ ।
ମାତ୍ର ପୁରୁଷ ପାଖରେ ଅଲଗା ଅଲଗା କ୍ରୋମଜମ ରହିଥାଏ ।ତେଣୁ ଯେତେ ବେଳେ Y କ୍ରୋମଜମ ମାଆ ର X ସହିତ ମିଶି ଥାଏ ସେତେବେଳେ ପୁଅ ଜନ୍ମ ହେଇଥାଏ ।ଆଉ ଯେତେ ବେଳେ ପୁରୁଷ ର X କ୍ରୋମଜମ ସହିତ ନାରୀ ର X କ୍ରୋମଜମ ମିଶି ଥାଏ ସେତେ ବେଳେ ଝିଅ ଜନ୍ମ ହେଇଥାଏ ।ତେଣୁ ଜଣେ ପୁରୁଷ ଉପରେ ନିର୍ଭର କରେ ପୁଅ କି ଝିଅ ହେବା ଉପରେ ଏଥି ରେ ମହିଳା ର କିଛି ଦୋଷ ନ ଥାଏ ।