ଶାସ୍ତ୍ର ଅନୁଯାଇ ନିଜ ଜନ୍ମ ମସିହା, ମାସ ଓ ତାରିଖ ଦ୍ୱାରା ବ୍ୟକ୍ତି ର ସ୍ୱଭାବ ଓ ତାଙ୍କର ଭବିଷ୍ୟତ କଥା ସମ୍ପର୍କ ରେ ମଧ୍ୟ ଜାଣି ହୁଏ | ତେବେ ଆଜି କେତେକ ମସିହା ରେ ଜନ୍ମ ହୋଇ ଥିବା ବ୍ୟକ୍ତି ଙ୍କ ସ୍ୱଭାବ ସମ୍ପର୍କ ରେ ଜାଣିବା | 1980 ରୁ 2000 ମସିହା ରେ ଜନ୍ମ ଲାଭ କରିଥିବା ବ୍ୟକ୍ତି ଙ୍କର ଭବିଷ୍ୟତ ଓ ସ୍ୱଭାବ କଥା ଆଲୋଚନା କରିବା, ଯାହା ଦ୍ୱାରା ଜଣେ ବ୍ୟକ୍ତି ଆଗକୁ ସଚେତନ ମଧ୍ୟ ହୋଇ ପାରିବ |
1. 1980 ଓ 1991 :- ତେବେ ଯେଉଁ ବ୍ୟକ୍ତି ମାନେ ଏହି ମସିହା ରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ସ୍ୱଭାବ ରେ ବହୁତ ଚମ୍ବକନୀୟ ଅର୍ଥାତ ବହୁତ ଆକର୍ଷଣୀୟ ହୋଇ ଥାଆନ୍ତି | ଏମାନେ ତାଙ୍କ କଥା ଦ୍ୱାରା ହିଁ ସମସ୍ତ ଙ୍କୁ ଖୁବ ଭଲ ଭାବରେ ଆକର୍ଷିତ କରି ଦେଇ ଥାଆନ୍ତି ଆଉ ଆପଣ ଆପଣଙ୍କ ଗର୍ବ ଗୁଣକୁ ନିହାତି ଭାବରେ ନିୟନ୍ତ୍ରଣ ରେ ରଖିବା ଉଚିତ ନଚେତ ଏହାପାଇଁ ଆପଣ ଫସି ଯାଇ ପାରନ୍ତି |
2. 1981 ଓ 1995 :- ଏହି ମସିହା ରେ ଜନ୍ମ ଲାଭ କରିଥିବା ବ୍ୟକ୍ତି ବହୁତ ଚତୁର ହୋଇ ଥାଆନ୍ତି ଏବଂ ସବୁ କାର୍ଯ୍ୟକୁ ଖୁବ ସ୍ମାର୍ଟ ଭାବେ କରି କାମ ଟିକୁ ହାସଲ କରି ନିଅନ୍ତି | ଏମାନେ ସବୁବେଳେ ନିଜ କର୍ମ ଉପରେ ବିଶ୍ୱାସ ରଖି ଥାଆନ୍ତି ଏବଂ ପରିଶ୍ରମ ଦ୍ୱାରା କାମ ରେ ସଫଳତା ମାଡ଼ ପାଇ ଥାଆନ୍ତି, ଏହା ସହିତ ଏମାନେ କେବେ ଅନ୍ୟ ଉପରେ ବିଶ୍ୱାସ ରଖନ୍ତି ନାହିଁ |
3. 1982 ଓ 1998 :- ଏହି ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସ୍ନେହୀ ଓ ବିଶ୍ୱାସନୀୟ ହୋଇ ଥାଆନ୍ତି ଯାହା ଦ୍ୱାରା ଏମାନେ ସମସ୍ତ ଙ୍କ ଠାରୁ ଅଲଗା ହୋଇ ଥାଆନ୍ତି | ଏହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ପାଇଁ କିଛି ବି କରିବାକୁ ସବୁବେଳେ ପ୍ରସ୍ତୁତ ଥାଆନ୍ତି |
4. 1983 ଓ 1990 :- ତେବେ ଏହି ମସିହା ରେ ଜନ୍ମ ଲାଭ କରିଥିବା ବ୍ୟକ୍ତି ବହୁତ ଦୟାଳୁ ଓ ବହୁତ ଭଲ ସ୍ୱଭାବ ରେ ହୋଇ ଥାଆନ୍ତି | ଏମାନେ ଖୁବ ଜଲଦି ସମସ୍ତ ଙ୍କ ସହିତ ମିଶି ତାଙ୍କୁ ବିଶ୍ୱାସ କରି ନିଅନ୍ତି ଯାହା ଫଳରେ ବେଳେ ବେଳେ ଆପଣ ତାଙ୍କ ଠାରୁ ଧୋକା ମଧ୍ୟ ଖାଇ ଥାଆନ୍ତି |
5. 1984 ଓ 1996 :- ଏହି ମସିହାରେ ଜନ୍ମ ହୋଇ ଥିବା ବ୍ୟକ୍ତି ବହୁତ ପଯ୍ଏଟିଭ ସ୍ୱଭାବ ର ହୋଇ ଥାଆନ୍ତି, ଯାହା ଫଳରେ ନିଜର ଭାବି କିଛି ନ ବୁଝି କାହାକୁ କଣ କହି ଦେଇ ଥାଆନ୍ତି ଯାହା ଦ୍ୱାରା ଆପଣଙ୍କ ସାମ୍ନା ଲୋକ ଆପଣ ଙ୍କୁ ଭୁଲ ବୁଝି ଥାଏ |
6. 1985 ଓ 1999 :- ଏହି ମସିହା ରେ ଜନ୍ମ ହୋଇ ଥିବା ବ୍ୟକ୍ତି ସବୁବେଳେ ସେମାନେ ନିଜର ମନ କଥା ହିଁ ଶୁଣି ଥାଆନ୍ତି ଅନ୍ୟ କାହାର ଉପଦେଶ କୁ ଖାତିର ମଧ୍ୟ କରନ୍ତି ନାହିଁ |
7. 1986 ଓ 1992 :- ଏହି ମସିହା ରେ ଜନ୍ମ ଲାଭ କରିଥିବା ବ୍ୟକ୍ତି ସ୍ୱତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି , ଯିଏକି କାହା କଥାରେ କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ | କୌଣସି କାର୍ଯ୍ୟ କରିବା ପୂର୍ବରୁ ଟିକିଏ ଭାବିଚିନ୍ତି କରନ୍ତୁ ନଚେତ୍ ପରେ ପସ୍ତେଇ ପାରନ୍ତି |
8. 1987 ଓ 1994 :-ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଏ କି ଏମାନେ ଯାହାକୁ ଭଲ ପାଇଥାନ୍ତି , ତାଙ୍କ ବିନା ଗୋଟେ ମୁହୂର୍ତ୍ତ ଛାଡ଼ି ମଧ୍ୟ ରହି ପାରନ୍ତି ନାହିଁ |
9. 1988 ଓ 1997 :- ଏହି ମସିହା ରେ ଜନ୍ମ ହୋଇ ଥିବା ବ୍ୟକ୍ତି ସବୁବେଳେ ମଜାମସ୍ତି ମୁଡ଼ ରେ ରହି ଥାଆନ୍ତି ଏବଂ ଖୁବ ରୋମାଣ୍ଟିକ ମଧ୍ୟ ଏମାନେ ହୋଇ ଥାଆନ୍ତି |
10. 1989 ଓ 2000 :- ଏହି ମସିହା ରେ ଜନ୍ମ ଗ୍ରହଣ କରିଥିବା ଅନ୍ୟ ମାନଙ୍କର ବହୁତ ଧ୍ୟାନ ରଖି ଥାଆନ୍ତି ଏବଂ ଏମାନେ କୌଣସି ବ୍ୟକ୍ତି ଙ୍କୁ ସହଜ ରେ ବିଶ୍ୱାସ କରନ୍ତି ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।