ଗର୍ଭାବସ୍ଥାରେ ବାନ୍ତି ହେଲେ କ’ଣ କରିବେ? ଜାଣନ୍ତୁ ଏହାର କାରଣ..Dr .Mansi Bansal

ତେବେ ଆଜି ଗର୍ଭବତୀ ଅବସ୍ଥା ରେ ବାନ୍ତି ହେବାର କାରଣ କଣ ଏବଂ ତାହାର ନିରାକରଣ ସମ୍ପର୍କ ରେ ଜାଣିବା | ତେବେ 90 ପ୍ରତିଶତ ରୁ ଅଧିକ ଗର୍ଭବତୀ ମହିଳା ଙ୍କର ବାନ୍ତି ହେବା ଏକ ସାଧାରଣ କଥା ହୋଇ ଥାଏ | ତେବେ ଏହା ପ୍ରଥମ ତିନି ମାସରେ ହୋଇ ଥାଏ ଏବଂ ବହୁତ ମହିଳା ଙ୍କର କମ୍ପ୍ଲେନ ଥାଏ କି ଆମକୁ ଖାଇବା ପାଇଁ ଇଚ୍ଛା ହେଉ ନାହିଁ ଖାଲି ବାନ୍ତି ଆସୁଛି | ତେବେ ଏହି ବାନ୍ତି କେତେ ପ୍ରକାର ର ରହିଥାଏ କାହାକୁ କାହାକୁ କମ ବାନ୍ତି ହୋଇ ଥାଏ ତ ଆଉ କାହାକୁ ଅଧିକ ବାନ୍ତି ମଧ୍ୟ ହୋଇ ଥାଏ |

ତେବେ ଏହାର ସଠିକ କାରଣ କଣ ତାହା ଜଣା ପଡ଼ି ନାହିଁ କିନ୍ତୁ ଏହାର ମୁଖ୍ୟତଃ କାରଣ ହେଉଛି ହର୍ମୋନ ପ୍ରଡ୍ୟୁସ ର ଇଫେକ୍ଟ ରେ ଏହି ବାନ୍ତି ସୃଷ୍ଟି ହୋଇ ଥାଏ | ତେବେ ଏହି ବାନ୍ତି ହେବା ଅଧିକାଂଶ ଦୁଇଟି ପ୍ରେଗ୍ନେସି ହେଲେ ଦେଖା ଯାଏ ଅର୍ଥାତ ଦୁଇଟି ବା ଅଧିକ ସନ୍ତାନ ହେଲେ ଏହି ସମସ୍ୟା ଦେଖା ଦିଏ | ବହୁତ ଲୋକ ଭାବି ଥାଆନ୍ତି କି ଝିଅ ହେଲେ ଅଧିକ ବାନ୍ତି ହୁଏ ପୁଅ ହେଲେ କମ ବାନ୍ତି ହୁଏ ଏମିତି କିଛି ଜେନେରାଲ ବିଶ୍ୱାସ ରଖି ଥାଆନ୍ତି କିନ୍ତୁ ଏମିତି କିଛି ନାହିଁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ | ପ୍ରେଗ୍ନେସି ରହିଲା ମାନେ ହିଁ ବାନ୍ତି ହୋଇ ଥାଏ ଏଥିରେ ସେମିତି ପୁଅ ଝିଅ କିଛି ସମ୍ପର୍କ ନାହିଁ |

ବାନ୍ତି ହେଲେ କଣ କରିବେ :-

ତେବେ ବାନ୍ତି ହେଲେ ପ୍ରଥମେ ଆପଣ ନିଜ ରୁଟିନ କୁ ଚେଞ୍ଜ କରନ୍ତୁ, ଯେମିତି କି ସକାଳେ ଉଠୁ ଉଠୁ ବ୍ରେକଫାଷ୍ଟ ନ କରି ବେଡ଼ ରୁ ଉଠିଲା ପରେ ଟିକେ ବସନ୍ତୁ | ଏହାପରେ ଅଧା ଗ୍ଲାସ ପାଣି ପିଅନ୍ତୁ ନଚେତ କିଛି ଜୁସ ମଧ୍ୟ ପିଇ ପାରିବେ | ସେହିପରି ବ୍ରେକ ଫାଷ୍ଟ ରେ ତେଲ ଜାତୀୟ ଖାଦ୍ୟ କିମ୍ବା ମସଲା ଜାତୀୟ ଖାଦ୍ୟ କୁ ଖାଇବେ ନାହିଁ | ଯେମିତି ଚୂଡ଼ା କଦଳୀ ଏଭଳି କିଛି ଖାଦ୍ୟ ଖାଇ ପାରିବେ |

ବହୁତ ଘରେ ଗର୍ଭବତୀ ମହିଳା ଙ୍କୁ ପ୍ରୋଟିନ ଓ ଅନ୍ୟାନ୍ୟ ଜିନିଷ ଖାଦ୍ୟ ଖାଇବା ପାଇଁ ବାଧ୍ୟ କରନ୍ତି କିନ୍ତୁ ତାହା ଯଦି ମହିଳା ଙ୍କୁ ଭଲ ଲାଗୁନି ତେବେ ତାକୁ ତା ଅନୁସାରେ ଖାଇବା ପାଇଁ ଦିଅ | ଆଉ ଉଠିଲା ପରେ ଆପଣ ଲେମ୍ବୁ ପାଣି କିମ୍ୱା ଚିନି ଲୁଣ ପାଣି ମଧ୍ୟ ପିଇ ପାରିବେ | ପ୍ରେଗ୍ନେସି ସମୟରେ ବହୁତ ଏସିଡିଟି ହୋଇ ଥାଏ ତେଣୁ ହଜମ କଲା ଭଳି ହିଁ ଖାଦ୍ୟ ଖାଇବା ଉଚିତ ଏହା ସହିତ ଟ୍ରାଭେଲ ମଧ୍ୟ କମ କରନ୍ତୁ | ତେବେ ଏହି ବାନ୍ତି ହେବା 3 ମାସ ପର୍ଯ୍ୟନ୍ତ ରହିଥାଏ ଆଉ ପରେ ପରେ ଏହା ଆସ୍ତେ ଆସ୍ତେ କମିଯାଏ ଏଣୁ ଏହା କିଛି ରୋଗ ନୁହେଁ | ତେଣୁ ନିଜ ପସନ୍ଦ ର ଖାଦ୍ୟ ଖାଇ ସୁସ୍ଥ ମଧ୍ୟ ରୁହନ୍ତୁ |

Leave a Comment