ଏମିତି ବାପା ଆଉ କାହାକୁ ନମିଳୁ..ବାରମ୍ବାର ଝିଅ ହେବାରୁ ଜୀବନ ହାରିଦେଲେ ବାପା….ଏହି ଭିଡିଓ ନିଶ୍ଚିତ ଦେଖନ୍ତୁ ଏବଂ ସମାଜରୁ କୁସଂସ୍କାର ଅନ୍ଧବିଶ୍ବାସ କୁ ହଟାନ୍ତୁ….

ରାଜ୍ୟ ରେ ବଢିବା ରେ ଲାଗିଛି ଆତ୍ମହତ୍ୟା ପ୍ରବଣତା । ପ୍ରତିଦିନ କିଛି ନା କିଛି କାରଣ ରୁ ଆତ୍ମହତ୍ୟା କରୁଛନ୍ତି ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ । ପାରିବାରିକ କଳହ ହେଉ ବା ପ୍ରେମ ଜନିତ କାରଣ ଅବା ଆର୍ଥୀକ ସମସ୍ୟା ଯୋଗୁଁ ରାଜ୍ୟ ରେ ବଢୁଛି ଆତ୍ମହତ୍ୟା ଜନିତ ମାମଲା, ଫଳ ରେ ଅକାଳ ରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ତେବେ ବର୍ତ୍ତମାନ ସମୟରେ ସେହିପରି ଗୋଟିଏ ଘଟଣା ଭିଡିଓ ଏବେ ସୋସିଆଲ ମିଡିଆ ରେ ବେଶ୍ ଭାୋଇରାଲ୍ ହେଉଛି । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସେହି ଭିଡିଓ ର,


ତେବେ ଏପରି ଗୋଟିଏ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ର ରାମପୁର ଗାଁ ର । ଗୁଜୁରାଟ ରୁ ଟ୍ରେନ ଯୋଗେ ଗାଁକୁ ଫେରୁଥିବା ବେଳେ ଏ ଗାଁ ସନ୍ତୋଷ କୁମାର ନାମକ ଜଣେ ଯୁବକ ଟ୍ରେନ ରୁ ଖସି ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ହେଲେ ଏ ଦୁଃଖଦ ଘଟଣା ର କାରଣ ଜାଣିଲେ ଆପଣ ବି ତାଯୁବ୍ ହୋଇଯିବେ । ଅଭାବ ଅନଟନ ଆଉ ମୁଣ୍ଡ ଉପରେ କୁନି କୁନି ଚାରି ଚାରିଟା ଝିଅ । ଏସବୁ କୁ ସହି ପାରିଲାନି ସନ୍ତୋଷ ହାରିଦେଲା ଜୀବନ ଦେଉଥିବା ଆହାର କାରୀ ।

ପରିସ୍ଥିତି କୁ ସାମ୍ନା ନକରି ପାରି ଶେଷ ରେ ସ୍ତ୍ରୀ ହାତରେ ଏ ପିଲାଙ୍କୁ ଦେଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇ ଗଲା । ସବୁ ବୋଝ ଉତାରି ନିଜେ ସିନା ଚାଲି ଗଲା ହେଲେ ଏପରିବାକୁ କିଏ ସହାଯ ହେବ । ଅସହାୟ ହୋଇ ଚାରି ଚାରି ଟା ଝିଅ ପିଲା ଙ୍କୁ ନେଇ କେମିତି ଚଳିବ ଏ ମାଁ ଟି । ସନ୍ତୋଷ ଆଜିକୁ 13 ବର୍ଷ ତଳେ ବିବାହ କରିଥିଲେ ଠିକ୍ ଗୋଟିଏ ବର୍ଷ ପରେ ତାଙ୍କର ପତ୍ନୀ ସସ୍ମିତା ମହାନ୍ତି କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ । ତେବେ ସସ୍ମିତାଙ୍କର 4ଟି ଝିଅ ଅଛନ୍ତି ବଡ ଝିଅକୁ 12 ବର୍ଷ ହୋଇଥିବା ବେଳେ 2ୟ ଝିଅ 8ବର୍ଷର 3ୟ ଝିଅ 4 ବର୍ଷର ଏବଂ 4ର୍ଥ ଝିଅ ଗୀତାଞ୍ଚଳୀ ଗତ 3 ମାସ ତଳେ ଜନ୍ମ ନେଇଛି ।

ଆଉ ଗୀତାଞ୍ଚଳୀ ବାପା କିଏ ଜାଣିବା ଆଗରୁ ବାପଛେଉଂଣ୍ଡ ହୋଇଗଲେ । ଚାରି ଚାରିଟା ଝିଅର ବୋଝ ସମ୍ଭାଳି ନପାରି ମାନସିକ ଭାରସାମ୍ୟ ହରାଇ ଶେଷରେ ଜୀବନ ହାରିଦେଲେ ।ଏହି କୁନିକୁନି ପିଲାଙ୍କୁ ଦେଖି ଆଖିରୁ ଲୁହ ଝରାଉଛି ଜେଜେମାଁ । ଗତ ଡିସେମ୍ବର 22 ତାରିଖ କମ୍ପାନି କାମ ସାରିବା ପରେ ଟ୍ରେନରେ ଘକୁ ଫେରୁଥିଲେ । ଟ୍ରେନରେ ବସିଥିବା ବେଳେ ସେ ତାଙ୍କ ମାଁ ଓ ପତ୍ନୀଙ୍କ ସହ କଥା ହୋଇଥିଲେ କଥା ହେବା ଭିତରେ ସେ ଆଉ ଘକୁ ଫେରିବେ ନାହିଁ ବୋଲି କହିଥିଲେ । ତେବେ ଘର ଲୋକେ ବାରମ୍ବାର ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଆଉ ଫୋନ ଉଠେଇନଥିଲେ କିନ୍ତୁ ଦିନ 4ଟା ବେଳେ ମହାରାଷ୍ଟ୍ର ପୋଲିସ ଥାଙ୍କ ଘରକୁ ଫୋନ କରିଥିଲା କିନ୍ତୁ ସେତେବେଳକୁ ସବୁ ସରିଥିଲେ ।

ସେ ଟ୍ରେନ ଲାଇନକୁ ଡେଇଁ ପଡି ଜୀବନ ହାରିଥିଲେ ଏବଂ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସନ୍ତୋଷଙ୍କର ବଡ ଭାଇ ସେଠାରେ ପହଞ୍ଚିବା ଆଗରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଆଜିର ଦୁନିଆରେ ପୁଅ ଝିଅ ଭିତରେ କିଛି ଫରକ ନଥିବା ବେଳେ ସନ୍ତୋଷଙ୍କର ଏଭଳି ନିଷ୍ପତିରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

Leave a Comment