ପୁଣି ଏବେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା ର ଦୃଶ୍ୟ। ଯାହା ସମସ୍ତ ଙ୍କୁ ଚକିତ କରିଦେବା ସହିତ ଏହି ଘଟଣା ସମ୍ପର୍କରେ ଭାବିବାକୁ ବାଧ୍ୟ କରିଛି ଯେ କିପରି ଭାବରେ ମାନସିକ ଯନ୍ତ୍ରଣା, ନିର୍ଯାତନା ମଣିଷର ଜୀବନ ନେଇଯାଇ ପାରେ। ତେବେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ଘଟଣା ହେଉଛି ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡ଼ା ବାହାଡ଼ି ଗ୍ରାମରେ।
ଯେଉଁଠି ନିଜ ସ୍ତ୍ରୀ ର କିଛି କଷ୍ଟ ଦାୟକ ଏବଂ ବିଶ୍ୱାସ ଅଯୋଗ୍ୟ କାମରେ ଅତିଷ୍ଟ ହୋଇ ଜୀବନ ହାରି ଦେଇଛି ଜଣେ ସ୍ବାମୀ। ଆଉ ଏହି ଘଟଣା ତାଙ୍କ ପରିବାରରେ ଖେଳାଇ ଦେଇଛି ଦୁଃଖର ଲହରୀ। ସମସ୍ତେ ମର୍ମାହତ ହୋଇ ପଡିଛନ୍ତି।
ତେବେ ସୂଚନା ଅନୁସାରେ ହିମାଦ୍ରି ଦେହୁରୀ ଏବଂ ମୋହନ ଙ୍କ ବିବାହ ଦୁଇ ମାସ ତଳେ ହୋଇଥିଲା। କିନ୍ତୁ ବାହାଘରକୁ ଦୁଇମାସ ହୋଇଥିବା ବେଳେ ସ୍ତ୍ରୀ ର ପେଟରେ ବଢୁଛି 7 ମାସର ଛୁଆ। ଆଉ ଏହାକୁ ନେଇ ବଢିଥିଲା ସ୍ଵାମୀଙ୍କ ମନରେ ପ୍ରଶ୍ନ। ଯାହାକୁ ନେଇ ସ୍ୱାମୀ ନିଜକୁ ବୁଝାଇ ପାରୁ ନଥିଲା କିମ୍ୱା ସହି ବି ପାରୁ ନଥିଲା।
ଆଉ ଏହାକୁ ନେଇ ସ୍ବାମୀର ଆତ୍ମା ପଚାରୁ ଥିଲା, ସତ କହ ଏ ଛୁଆ କାହାର? ଏଭଳି ଏକ କଥାକୁ ସହି ନପାରି ଶେଷରେ ସ୍ବାମୀ ଜୀବନ ବି ଦେଇଦେଲେ। ତେବେ ଏକଥା କୁ ନେଇ ଉଭୟ ପରିବାର ଭିତରେ କଥାବାର୍ତ୍ତା ହୋଇଥିଲା। ଗାଆଁ କମିଟି ଏବଂ ଥାନାରେ ବି ଏକଥା ପଡ଼ିଥିଲା।
ଆଉ ଏକଥା ଉଠିବା ପରେ ସ୍ତ୍ରୀ ଯାଇ ତାଙ୍କ ବାପ ଘରେ ରହୁଥିଲେ। ନିଜେ ସ୍ୱାମୀଙ୍କୁ ସତ କହିବା ପରିବର୍ତ୍ତେ ବରଂ ସେ ସ୍ୱାମୀଙ୍କୁ ମାନସିକ ନିର୍ଯାତନା ବି ଦେଇ ଆସୁଥିଲେ। ଆଉ ଶେଷରେ ସହି ନପାରି ସ୍ବାମୀ ଜୀବନ ଦେଇଦେଲେ। ଆଉ ଏବେ ପୁଅକୁ ହରାଇ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ତେବେ ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ଯେ ଏଭଳି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ?ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଏବଂ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ।
ଯେମିତି ଏହି ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। ସଭ୍ୟ ସମାଜରେ ଏପରି ଏକ ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଶିକ୍ଷିତ ହୋଇ ଯଦି ଜଣେ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।
ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ଯାହାବି ହେଉ ମୂଲ୍ୟବାନ ଏହି ଜୀବନକୁ ହାରିଦେବା କଣ ବାସ୍ତବରେ ସବୁ ସମସ୍ୟାର ସମାଧାନ ଅଟେ ତାହା ଏହିଭଳି କରିବାକୁ ଭାବୁଥିବା ବ୍ୟକ୍ତି ବିଶେଷ ଭାବିବାର ଆବଶ୍ୟକତା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।