ସ୍ୱାମୀ ର କଥା ନ ଶୁଣି ସଡ଼ୁ ଘରକୁ ଯାଉଥିଲା ସ୍ତ୍ରୀ। ଆଉ ଜଗିବାରୁ ସ୍ୱାମୀ କୁ ହାଣି ପକାଇଲା ସ୍ତ୍ରୀ। ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ଆଜି ସ୍ୱାମୀ କୁ ହାଣିଛି। ଭୁଲିଗଲା ସମ୍ପର୍କ, ଯେଉଁ ସ୍ୱାମୀ ଯେଉଁ ହାତରେ ମଥାରେ ସିନ୍ଦୁର ଦେଇ ସାରା ଜୀବନ ସୁରକ୍ଷା ଦେବ ବୋଲି କହିଥିଲା ସେହି ସ୍ୱାମୀ ର ସେହି ହାତକୁ ଆଜି ହାଣି ପକାଇଛି ସ୍ତ୍ରୀ। ସ୍ତ୍ରୀ ଅବାଟକୁ ଚାଲି ଯାଉଛି ଜାଣି ସ୍ୱାମୀ ସ୍ତ୍ରୀ କୁ ଜଗୁଥିଲା। କିନ୍ତୁ ସ୍ତ୍ରୀ କୁ ସ୍ୱାମୀ ର ତାଗିଦ୍ ଏସବୁ ପ୍ରତିରୋଧ କରିବା ପସନ୍ଦ ନଥିଲା। ସବୁବେଳେ କହୁଥିଲା ମୋ ଇଚ୍ଛା ଯେମିତି ସେମିତି କରିବି। ଆଉ ଏଥିପାଇଁ ସ୍ୱାମୀ କୁ ହାଣିବାକୁ ପଛାଇଲେନି ଏହି ନୃସଂଶ ସ୍ତ୍ରୀ।
ପରକୀୟା ପ୍ରୀତି ରେ ଲିପ୍ତ ରହି ସ୍ୱାମୀ କୁ ହାଣିଛି ସ୍ତ୍ରୀ। ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ଡେଲାଙ୍ଗ ଥାନା ଅନ୍ତର୍ଗତ ବିପୁର ଗ୍ରାମରେ। ସେହି ଗ୍ରାମର ୨୮ ବର୍ଷୀୟ ବିପିନ ପ୍ରଧାନ ଙ୍କ ସହ ଖୋର୍ଦ୍ଧା ଜିଲ୍ଲାର ଖୁମ୍ବୀଳ ଗ୍ରାମର ସୀମା ବଡ଼ଜେନା ୨୦୧୯ ମସିହା ମେ ମାସ ୧୨ ତାରିଖରୁ ବୈଦିକ ରୀତି ନୀତି ଅନୁଯାୟୀ ବିବାହ କରିଥିଲେ।
ସ୍ୱାମୀ ବିପିନ ଏକ ଫାଇନାନ୍ସ ସେଣ୍ଟର ରେ କାମ କରୁଥିଲେ। ବିବାହ ପରେ ସ୍ତ୍ରୀ ସୀମା ପ୍ରତିଦିନ ଫୋନ୍ ରେ ବ୍ୟସ୍ତ ରହୁଥିଲେ। ଏହାକୁ ସ୍ୱାମୀ ବିପିନ ବିରୋଧ କରିଥିଲେ। କିନ୍ତୁ ୬ ମାସ ପରେ ବିପିନ ଜାଣିବାକୁ ପାଇଲେ କି ନିପୁର ଗ୍ରାମର ରଣଜିତ୍ ନାୟକ ଙ୍କ ସହ ସ୍ତ୍ରୀ ସୀମାର ଅନୈତିକ ସମ୍ପର୍କ ଥିଲା। ପରବର୍ତ୍ତୀ ସମୟରେ ବିପିନ ଓ ସୀମାଙ୍କର ଏକ ସନ୍ତାନ ଜନ୍ମ ହେଲା। ତଥାପି ସମ୍ପର୍କ ରଖିଥିଲା ସ୍ତ୍ରୀ।
ସ୍ୱାମୀ ସୀମା କୁ ବିରୋଧ କରିବାରୁ ସ୍ତ୍ରୀ ସୀମା ସ୍ୱାମୀ କୁ ଧମକାଇଥିଲେ। ଆଉ କହିଥିଲେ ଆମ ଭିତରେ ଯଦି ପଶିବୁ ସିଧା ତୋତେ ହାଣିବି। ଏଭଳି ଭୟଭୀତ କରାଇଥିଲେ ସ୍ୱାମୀକୁ। ଆଉ ସତକୁ ସତ ସ୍ୱାମୀ କୁ ହାଣି ଦେଇଛି ଆଜି ସ୍ତ୍ରୀ। ତେବେ ଆଗରୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସ୍ତ୍ରୀ ସୀମା ମିଛ ବାହାନା ଦେଖାଇଥିଲେ ପୋଲିସ୍ ଆଗରେ। ସ୍ୱାମୀ ଥାନାରେ ଏତଲା ଦେବା ନେଇ ସ୍ତ୍ରୀ ସୀମା ଉପରେ ପୀତ ଚଢ଼ି ଯାଇଥିଲା। ଆଉ ଯୋଜନା କରିଥିଲା ସ୍ୱାମୀକୁ ଜୀବନରୁ ହଟେଇବା ପାଇଁ। ପରବର୍ତ୍ତୀ ସମୟରେ ସ୍ତ୍ରୀ ସୀମା ଓ ରଣଜିତ ନାୟକ ମିଶି ଯୋଜନା କରିଥିଲେ।
ବିପିନ ଯେତେବେଳେ କାମରୁ ଘରକୁ ଫେରୁଥିଲେ ସମସ୍ତେ ଏକତ୍ରିତ ହୋଇ ବିପିନକୁ ନୃସଂଶ ଭାବରେ ହାଣି ଚାଲିଥିଲେ। ବିପିନ ଚିତ୍କାର କରିବାରୁ ସେଠାକାର ଲୋକେ ଆସି ବିପିନକୁ ବଞ୍ଚାଇଥିଲେ। ପୁଣି ଏହି ଘଟଣାକୁ ନେଇ ବିପିନ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ରଣଜିତ୍ ନାୟକକୁ ପୋଲିସ୍ ଗିରଫ କରିଥିଲେ। ଆଉ ପରବର୍ତ୍ତୀ ଅବସ୍ଥାରେ ଛାଡ଼ି ଦେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ନ୍ୟାୟ ପାଇଁ ବିପିନ ପୁଣି ପୋଲିସ ପାଖକୁ ଯାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।