ଭାୟଙ୍କରରୁ ଭୟଙ୍କର (କାଶ) କେବଳ ୨ମିନିଟ୍ ରେ ଭଲ ହୋଇଯିବ | Cold and Cough Home Remedy

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ସ୍ୱାସ୍ଥ୍ୟ ହି ସମ୍ପଦ ଯଦି ଆମେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନ ନେବା, ତାହେଲେ ବିଭିନ୍ନ ପ୍ରକାରର ସମସ୍ୟା ଆମ ମାନଙ୍କ ଠାରେ ଉପୁଜିବ | ତେଣୁ ଆମେ ପ୍ରଥମେ ନିଜର ଦେହ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମେ ଜାଣିଛୁ କି ଛୋଟ ପିଲା ଠାରୁ ଆରମ୍ଭ କରିବି ଯୁବ ପିଢ଼ି ଓ ବୟସ୍କା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଜ୍ୱର, କାଶ ଓ କଫ ଭଳି ସମସ୍ୟା ଦେଖା ଦେଇଥାଏ | ତେବେ ଆମେ ଯଦି ଏହିଭଳି ଛୋଟ ରୋଗକୁ ଧ୍ୟାନ ନ ଦେବା ଓ ଏହାର ଉପଚାର ନ କରିବା ତାହେଲେ ଏହା ପରେ ଗୋଟିଏ ବଡ଼ ରୋଗ ହୋଇକି ବାହାରିବ |

ଆମେ ମାନେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇଁ ଅନେକ ସମୟରେ ଔଷଧ ବ୍ୟବହାର କରିଥାଉ | ତେବେ ସବୁବେଳେ ଔଷଧ ର ସେବନ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ |ତେବେ ଆଜି କାଲି ଥଣ୍ଡା, କାଶ ,କଫ ହେବା ପରି ରୋଗ କିଛି ବଡ କଥା ନୁହେଁ ହେଲେ ଏହି ରୋଗରେ ପଡିଲେ ଆମକୁ ଯେଉଁ କଷ୍ଟ ଅନୁଭବ ହେଇଥାଏ,ସେ କଥା କେବଳ ରୋଗରେ ପଡିଥିବା ବ୍ୟକ୍ତି ହିଁ ଜାଣି ଥାନ୍ତି |

ତେଣୁ ଏହିସବୁ ରୋଗରୁ ମୁକ୍ତି ପାଇବା ପାଇଁ ଘରେ କରନ୍ତୁ ଏହି ସବୁ ଜିନଷ ର ସେବନ ଦେଖିବେ ମାତ୍ରା କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ର ଏହି ସବୁ ରୋଗ କୁଆଡେ ଗାୟବ ହେଇଯିବ | ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ ଓ ତାହାର ପ୍ରସ୍ତୁତି ବିଷୟରେ|

ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଆପଣ ଏକ ଛୋଟ ଅଦା ଖଣ୍ଡ ନିଅନ୍ତୁ ଏବଂ ଚୋପାକୁ ଭଲ କରି ଛଡାଇ ଦିଅନ୍ତୁ। ଏହାପରେ ତାହାକୁ 4/5 ପିସ୍ ଖଣ୍ଡ କରି ନିଅନ୍ତୁ ଏବଂ 4/5 ଟି ଲବଙ୍ଗ , 10ଟି ଗୋଲ ମରିଚ କୁ ନିଅନ୍ତୁ।ଏହାପରେ ଗୋଟିଏ ତାୱା ଗ୍ୟାସରେ ବସାଇ ସେଥିରେ ଲବଙ୍ଗ ଏବଂ ଗୋଲ ମରିଚ କୁ ପକାଇ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେ ପର୍ଯ୍ୟନ୍ତ ଗୋଲ ମରିଚ ଏବଂ ଲବଙ୍ଗ କଳା ପଡ଼ି ନ ଯାଇଛି। ଏହା ପରେ ଗ୍ୟାସ ବନ୍ଦ କରି ଗରମ ଥିବା ତାୱାରେ କାଟି ରଖିଥିବା ଅଦା କୁ ହାଲକା ସେକି ନିଅନ୍ତି ଏବଂ ଗୋଲ ମରିଚ ଏବଂ ଲବଙ୍ଗକୁ ଗୁଣ୍ଡ କରି ନିଅନ୍ତୁ। ଅଦା କୁ ମଧ୍ୟ ଛେଚି ନିଅନ୍ତୁ। ଏବେ ଆମର ଉପଚାର ବନି ପ୍ରସ୍ତୁତ ହୋଇ ଯାଇଛି।

ବ୍ଯବହାର:-

 


ଯଦି ଆପଣ 6 ମାସ ରୁ ଏକ ବର୍ଷର ପିଲାଙ୍କୁ ଏହାକୁ ଦେଉଛନ୍ତି ତେବେ ଗୋଲ ମରିଚ ଏବଂ ଲବଙ୍ଗ ଗୁଣ୍ଡର ମାତ୍ରା ମାତ୍ର ଚିମୁଟାଏ ନେଇ ସେଥିରେ ଅଧା ଚାମଚ ମହୁ ମିଶାଇ ଛୋଟ ପିଲା ମାନଙ୍କୁ ଚଟେଇ ଦିଅନ୍ତୁ।ବଡ ଲୋକ ମାନେ ଏହି ଗୁଣ୍ଡ ର ଅଧା ଚାମଚ ଏବଂ ପାଞ୍ଚ ରୁ ଛ ବୁନ୍ଦା ଅଦା ରସ ସହ ଅଧା ଚାମଚ ମହୁ ନେଇ ସେବନ କରି ପାରିବେ।ତେବେ ଏହି ଭଳି ଭାବରେ ଆମେ ଯଦି ଏହି ପ୍ରସ୍ତୁତ ମିଶ୍ରଣ କୁ ସେବନ କରିବା ତାହେଲେ ଆମର ଥଣ୍ଡା , ଜ୍ୱର, କାଶ ଓ ବନ୍ଦ ନାକ ଭଳି ସମସ୍ୟାକୁ ଦୂର କରିପାରିବା |

Leave a Comment