ମାସରେ କେବଳ ଥରେ ପିଅନ୍ତୁ, ଫୁସଫୁସ ( Lungs ) ପୁରାପୁରି ସଫା ହୋଇଯିବ

ସମସ୍ତଙ୍କ ଶରୀରରେ ଆଭ୍ୟନ୍ତରୀଣ ଅଙ୍ଗ ଓ ବାହ୍ୟନ୍ତରୀଣ ଅଙ୍ଗ ରହିଥାଏ। ଆମ ଶରୀରର ବାହାର ଅଙ୍ଗ ପ୍ରତ୍ୟଙ୍ଗ ତୁଳନାରେ ଭିତରର ଅଙ୍ଗ ଗୁଡ଼ିକ ଖୁବ ଗୁରୁତ୍ୱପୂର୍ଣ୍ଣ ।ଆଉ ସେଗୁଡିକରେ ଥରେ ଅସୁବିଧା ହେଲେ ତାହାକୁ ସୁସ୍ଥ କରିବା ଭାରି କଷ୍ଟ ଅଟେ ।ତେବେ ଫୁସଫୁସ ଯାହା ଆମ ଶ୍ବାସକ୍ରିୟା କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ଏହା ଶରୀରର ବହୁତ କିଛି କାମ କରିଥାଏ ।ତେବେ ଯଦି ଏହି ଫୁସଫୁସରେ ଅସୁବିଧା ଦେଖାଦେଲା ତେବେ ଏହାକୁ କେମିତି ଠିକ କରିବେ ।ସେଥିପାଇଁ ଆଜି ଆମେ ଏମିତି ଘରୋଇ ଉପଚାର ନେଇ ଆସିଛୁ। ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ଫୁସଫୁସ କୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିବେ ।ତେବେ ପ୍ରଥମେ ଆପଣ ଜାଣି ରଖନ୍ତୁ ଫୁସଫୁସ କେତେବେଳେ ଖରାପ ହେଇଛି ଜାଣିବେ କିପରି ଏହାର ଲକ୍ଷଣ କଣ ।

-ଯେତେବେଳେ ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି,ଖୁବ ଜଲଦି ଜଲଦି ନିଶ୍ୱାସ ପ୍ରଶ୍ଵାସ ନେଉଛନ୍ତି ,ଅଳ୍ପ ଚାଲିବା ଦ୍ୱାରା ଆପଣ ଥକି ଯାଉଛନ୍ତି ତାହେଲେ ଜାଣି ରଖନ୍ତୁ ଆପଣଙ୍କ ଫୁସଫୁସ ଖରାପ ହେବାକୁ ଲାଗିଲାଣି ।

 

-ଏହାଛଡା ବାରମ୍ବାର ଥଣ୍ଡା ଓ କାଶ ହେବା, ଏଲେର୍ଜୀ ହେବା ଓ କଫ ହେବା ଫୁସଫୁସ ଖରାପ ହେବାର ଲକ୍ଷଣ ଅଟେ ।

ଏବେ ଜାଣିବା ଏହି ଫୁସଫୁସ କୁ କେମିତି ଖରାପ ହେବାରୁ ରୋକିବା ଆମର ଏହି ଘରୋଇ ରିମେଡି ମାଧ୍ୟମରେ । ତେବେ ଜାଣି ରଖନ୍ତୁ ଏହି ରେମେଡି କେମିତି ପ୍ରସ୍ତୁତ କରିବେ ଓ ତାର ବ୍ୟବହାର ବିଷୟରେ ।

 

ଆବଶ୍ୟକ ସାମଗ୍ରୀ:-

-ପାଣି

-ହଲଦୀଗୁଣ୍ଡ

-ତୁଳସୀପତ୍ର

-ଅଦା

– ଗୋଲମରିଚ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପାଇଁ ଆପଣ ପ୍ରଥମେ ଗୋଟିଏ ପେନରେ 250ml ପାଣି ଢାଲନ୍ତୁ, ତାପରେ ସେଥିରେ 1/3ଚାମୁଚ ହଲଦୀଗୁଣ୍ଡ ପକାନ୍ତୁ ।ତାପରେ ସେଥିରେ 10ରୁ 12ଟି ତୁଳସୀପତ୍ର ପକେଇ ଦିଅନ୍ତୁ ଓ ଏବେ 7ରୁ 8ଟି ଗୋଲ ମରିଚ ଅଳ୍ପ ଗୁଣ୍ଡ କରି ସେହି ପାଣିରେ ପକାନ୍ତୁ । ତାପରେ ଏକ ଛୋଟ ଖଣ୍ଡ ଅଦା କୁ ଚେଞ୍ଚି ସେହି ପାଣିରେ ପକାଇ ସେସବୁକୁ 5ରୁ 6 ମିନିଟ ଯାଏ ଫୁଟାନ୍ତୁ । ଆଉ ବହୁତ ଫୁଟିବା ପରେ ସେଥିରେ ଏକ ଚାମୁଚ ଲୁଣ ପକାନ୍ତୁ ।

 

-ତେବେ ଯେତେବେଳେ ବହୁତ ବାମ୍ଫ ବାହାରିବ ସେତେବେଳେ ଆପଣ ମୁହଁ ଘୋଡେଇ ସେହି ବାମ୍ଫ ନିଅନ୍ତୁ ।ଆଉ ଏହି ବାମ୍ଫ ଭିତରକୁ ଯିବା ପରେ ଆପଣଙ୍କ ଲଂଗସ ସୁସ୍ଥ ହେବାକୁ ଲାଗିବ ଆଉ ଲଂଗସ ଜନିତ ସମସ୍ୟାରୁ ଆରାମ ମିଳିବ ।

-ବାମ୍ଫ ନେଇ ସାରିବା ପରେ ସେହି ଜୁସକୁ ଗୋଟିଏ ଗ୍ଲାସକୁ ଛାଣି ନିଅନ୍ତୁ ।ତାପରେ ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ ଦେଖିବେ ଧୀରେ ଧୀରେ ଫୁସଫୁସ ରେ ହେଇଥିବା ଇନଫେକସନ କମିଯିବ ।ଆଉ ଏହି ଦୁଇଟି ଉପାୟ ବ୍ୟବହାର କରିବା ଦ୍ୱାରା ହିଁ ଉପଶମ ମିଳିବ ।ତେବେ ଏଥିରୁ କିଛି ସାଇଡ ଇଫେକ୍ଟ ହେଇ ନଥାଏ ।

Leave a Comment