ବିଲ ମଝିରେ ଆକାଶରୁ ଖସିଲା ଅଜଣା ଫୁଟବଲ,ଧୀରେ ଧୀରେ ସେହି ବଲ ଟି ବଢ଼ିବାରେ ଲାଗିଛି | Breaking News

ବିଲରେ କାମ କରୁଥିଲେ ସାବଧାନ।ଆକାଶରୁ ଖସିଲା ରହସ୍ଯ ଜନକ ଅଜଣା ବସ୍ତୁ। ଫୁଟବଲ ହୋଇ ଖସିଲା ବଢ଼ି ବଢ଼ି ଚାଲିଲା। ଅଜଣା ଗ୍ରହର ଜୀବ କି କେଉଁ ଦୁଷ୍ଟ ଶକ୍ତି, ବେଳକୁ ବେଳ ବଢ଼ି ଚାଲିଛି ଆଶା ଆଶଙ୍କାରେ ଗ୍ରାମବାସୀ। ଆଉ ଯାହାକୁ ଦେଖିବା ପରେ ଲୋକେ ଏବେ ଭୟଭୀତ ହୋଇ ପଡ଼ିଛନ୍ତି। ଆଜ୍ଞା ହଁ ଶୂନ୍ୟ ଆକାଶରୁ ଖସିଛି ଏକ ରହସ୍ୟ ଜନକ ଅଜଣା ବସ୍ତୁ। ଆଉ ଯାହାକୁ ଆଗରୁ କେହି କେବେ ଦେଖି ନାହାନ୍ତି କି ଜାଣି ମଧ୍ୟ ନାହାନ୍ତି। ଏହା ଉଡାଜାହାଜ ବା ସାଟେଲାଇଟ ର ଅଂଶ ବୋଲି ଜଣାପଡ଼ୁ ନାହିଁ। ଏମିତି ଏକ ଅଜଣା ବସ୍ତୁ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ। ଆଉ ଯାହାକୁ ନେଇ ଲୋକେ ଆଶଙ୍କାରେ ପଡ଼ିଛନ୍ତି। ଏହା କୌଣସି ଅନ୍ୟ ଗ୍ରହର ଜୀବ ମାନଙ୍କର ଯାନ ନୁହେଁ ତ ଏଥିରେ କେଉଁ ବିଦେଶୀ ଶକ୍ତିର ହାତ ନାହିଁ ତ?

ଏହାଦ୍ବାରା କିଛି ବିପଦ ବା ଅଘଟଣ ଘଟିବନି ତ, ଏମିତି କିଛି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଏବେ ପ୍ରକୃତରେ ଏହା କଣ ଏବଂ ଏହା କେଉଁଠୁ ଆସିଲା ତାହା କେହିବି ଜାଣି ନାହାନ୍ତି। ଏବେ ଏ ଘଟଣା ଦେଶ କି ବେଦେଶର ନୁହେଁ କି ବାହାର ରାଜ୍ୟର ନୁହେଁ। ଏ ଘଟଣା ଆମ ରାଜ୍ୟ ଓଡ଼ିଶା ରେ ଘଟିଛି।

 ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା ଚଣ୍ଡିପୁର ଗ୍ରାମର କିଛି ଲୋକ ଧାନ କାଟି ଫେରୁଥିବା ସମୟରେ ହଠାତ୍ ଛୋଟ ଫୁଟବଲ୍ ସଦୃଶ ଏକ ଅଜଣା ବସ୍ତୁ ଆକାଶରୁ ଆସି ବିଲରେ ପଡ଼ୁଥିବାର ଦେଖିଥିଲେ। ତେବେ ବସ୍ତୁ ଟିକୁ ଦେଖିବା ପାଇଁ ଲୋକମାନେ ଏହି ନିକଟକୁ ବା ପାଖକୁ ଯାଇଥିଲେ। କିନ୍ତୁ ପାଖକୁ ଯିବା ପରେ ଏହି ଅଜଣା ବସ୍ତୁ ଟି ହଠାତ୍ ଫୁଟବଲ ଆକାରରୁ ଅଧିକ ବଡ଼ ଆକାରର ହେବାକୁ ଲାଗିଥିଲା।

ବା ଧୀରେ ଧୀରେ ତାହା ଫୁଲିବାକୁ ଲାଗିଥିଲା। ତାହାକୁ ଦେଖି ଗ୍ରାମବାସୀମାନେ ସେଠାରୁ ଦୂରେଇ ଯାଇଥିଲେ। ଆଉ ସ୍ଥାନୀୟ ପୋଲିସ୍ କୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ଦୂରକୁ ଯିବା ପାଇଁ କହିବା ସହ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।

ତେବେ ଘଟଣା ସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ଅଜଣା ବସ୍ତୁଟି ଉପରେ ନଜର ରଖିଛନ୍ତି। କିନ୍ତୁ ଏପଟେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଆସନ୍ତାକାଲି ଏକ ବିଶେଷଜ୍ଞ ଦଳ ଆସିବା ପରେ ଅଜଣା ବସ୍ତୁକୁ କଣ କରାଯିବ ସେ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment