ଏହି ଝିଅ ଟି ଙ୍କୁ ଗ୍ରାସ କରିଛି ଅଜଣା ରୋଗ ।ତାଙ୍କ ଚେହେରା ଦେଖିଲେ ଆପଣବି ଭୟରେ ଥରିବେ…ଆପଣଙ୍କର ଗୋଟିଏ ସାହାର୍ଯ୍ୟ ହୁଏତ ଝିଅଟିର ଜୀବନ ବଞ୍ଚାଇଯାଇପାରେ ?

ଆଜିର ସମାଜ ବହୁତ ଉନ୍ନତି ଦିଗରେ ଗତି କଲାଣି ଏବଂ ବିଜ୍ଞାନର ମଧ୍ୟ ବହୁତ ଆଗକୁ ଗଲାଣି । ଲୋକମାନଙ୍କର ସମସ୍ତ କାର୍ଯ୍ୟକୁ ସହଜ ଓ ସୁନ୍ଦର କରିବା ପାଇଁ ବିଜ୍ଞାନ ଅନେକ ପ୍ରକାର ଯନ୍ତ୍ରପାତିର ଉଦ୍ଭାବନ କରିଛନ୍ତି । ବୈଜ୍ଞାନିକ ମାନେ ସମସ୍ତ ସମସ୍ୟାର ସମାଧନ ବହୁତ ଭଲ ଭବାରେ କରି ପାରୁଛନ୍ତି ଏବଂ ଟେକ୍ନୋଲୋଜି ଦ୍ୱାରା ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ପାରୁଛି । ସମାଜ ଯେପରି ନୂଆ ନୂଆ ଦିଗରେ ଗତି କରିବାକୁ ଲାଗୁଛି , ଠିକ ସେହିପରି ଲୋକମାନେ ବିଭିନ୍ନ ଅଜଣା ରୋଗର ମଧ୍ୟ ସଂକ୍ରମିତ ହେବାରେ ଲାଗିଛି । ତେବେ ସେହି ଅଜଣା ରୋଗକୁ ଚିହ୍ନିବା ମଧ୍ୟ ବହୁତ କଷ୍ଟକର ହୋଇ ପଡିଛି ଏବଂ ଡକ୍ଟରମାନେ ମଧ୍ୟ ଜାଣି ପାରୁନାହାନ୍ତି ଏହା କେମିତିକା ରୋଗ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ତାହା ଆପଣ ମାନେ ଜାଣିଲେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।

ବିପଦ ଯେତେବେଳେ ଆସେ କିଏ ଧନୀ ଏବଂ କିଏ ଗରିବ କିଛି ଦେଖି ନଥାଏ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଆମ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦିଅଳି ଦିମୁଠା ଖାଇବା ପାଇଁ ପାଉନାହାନ୍ତି ଏବଂ ସେମାନେ ଅଭାବ ଅନଟନ ଭିତରେ ଦିନ କଟିଥାନ୍ତି। ଯଦି ସେମାନଙ୍କ ଜୀବନରେ କୌଣସି ବିପଦ ଆସେ ସେମାନେ ମୁକାବିଲା କରିପାରନ୍ତି ନାହିଁ, କାରଣ ସେମାନଙ୍କ ପାଖରେ ଅର୍ଥ ହିଁ ବାଧକ ସାଧିଥାଏ ଏବଂ ଅର୍ଥ ଅଭାବରେ କଲବଲ ହୋଇଥାନ୍ତି।ଆଜି ଆମେ ଆପଣଙ୍କୁ ଏହିପରି ଜଣେ ଅସହାୟ ରୋଗୀଙ୍କ ବିଷୟରେ ଜଣେଇବାକୁ ଯାଉଛୁ। ତାଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ। ଅର୍ଥ ଅଭାବରୁ ସେ ଚିକିତ୍ସା ହେଇପାରୁନାହାନ୍ତି ଏବଂ ରୋଗ ଯନ୍ତ୍ରଣାରେ ଅନେକ କଷ୍ଟ ପାଉଛନ୍ତ, ତା’ସହିତ ପରିବାର ଲୋକ ମଧ୍ୟ ହଇରାଣ ହରକତ ହେଉଛନ୍ତି।

ଘଟଣାଟି ଦେଖିବାକୁ ମିଳିଛି ଓଡିଶାର ପୋଡଶୀ ରାଜ୍ୟ ଛତିଶଗଡ଼ ରାଜ୍ୟ ରେ ଏହି ରୋଗ ବାହାରିଛି , ଯାହାକୁ ସମସ୍ତ ଲୋକମାନେ ପଥର ମଣିଷ ବୋଲି କୁହା ଯାଇଛି । ଜଣେ ଛୋଟ ଝିଅ ରାଜେଶ୍ଵରୀ, ବୟସ ପାଖା ପାଖି 9 ରୁ 10 ବର୍ଷ ହେବ । ଆଉ ଏହି ଅଜଣା ରୋଗରେ ପିଡୀତ ହୋଇ ଧୀରେ ଧୀରେ ପଥର ହେବାରେ ଲାଗିଛନ୍ତି । ତେବେ ଦେହସାରା ତାଙ୍କର ଏକ ଅଜଣା ଚର୍ମ ରୋଗ ମାତି ଚାଲିଛି ଯାହାର ଚିକିତ୍ସା ମଧ୍ୟ ସମ୍ଭବ ନୁହଁ କାହିଁକି ନାଁ ଏହା ଏପରି ଏକ ରୋଗ ଯାହାର କୌଣସି ଔଷଧ ନାହିଁ କି ପ୍ରତିକାର ମଧ୍ୟ ନାହିଁ। ପରିବାର ଲୋକ ବହୁତ ଗରିବ ଏପଟେ ଘର ତାଙ୍କର ଏକ ନିଛାଟିଆ ଜଙ୍ଗମ ସ୍ଥାନରେ ଯେଉଁଠିକୁ ଯିବା ପାଇଁ ମଧ୍ୟ 2 ଟି ନଦୀ ଏବଂ ଜଙ୍ଗଲ ଅତିକ୍ରମ କରିବାକୁ ପଡ଼ିବ ।

ରାଜେଶ୍ଵରୀ ଏହି ରୋଗରେ ଆକ୍ରାନ୍ତ ହୋଇ ବହୁତ କଷ୍ଟ ପାଉଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି ଏବଂ ଡାକ୍ତରଙ୍କ ପାଖକୁ ନେଇଯିବାରୁ ଡାକ୍ତର ମଧ୍ୟ ଏହାର କୌଣସି ଚିକିତ୍ସା ବିଜ୍ଞାନରେ ନାହିଁ କହିଥିଲେ ଏବଂ କଷ୍ଟ ଦୂର ପାଇଁ କିଛି ଔଷଧ ଦେଇଥିଲେ ଯାହା ପରେ କିଛି ଉପଚାର ମିଳିନଥିଲା ବରଂ ତାହା ଆହୁରି ଅଧିକ ବ୍ୟାପିବାରେ ଲାଗିଛି। ତେଣୁ ସରକାରଙ୍କୁ ଅନୁରୋଧ ଏହି ରୋଗର ଗବେଷଣା କରି ତାର ଚିକିତ୍ସା ପଦ୍ଧତି ବାହାର କରନ୍ତୁ ଏବଂ ଛୋଟ ଝିଅର କଷ୍ଟ ଦୂର କରନ୍ତୁ ।

Leave a Comment