Big Breaking News – ଦୀପିକାଙ୍କୁ ଆପଣାଇବେ ଶାଶୂ !

ସାରା ରାଜ୍ୟରେ ଏବେ ଦୀପିକା ଏବଂ ତାଙ୍କ ସ୍ଵାମୀ ଦିନେଶକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଦୈନଦିନ ଖବର ପ୍ରଚାର ପ୍ରସାରଣ ହେବାରେ ଲାଗିଛି। ଦୀପିକା ତାଙ୍କ ଠାରୁ ବୟସରେ ଦୁଇ ବର୍ଷର ସାନ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଆଉ ଏହା ପରେ ପ୍ରେମ ସମ୍ପର୍କ ଅଧିକ ନିବିଡ ହେବା ପରେ ସେମାନଙ୍କ ଭିତରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା। ଯେଉଁ କାରଣ ବଶତ ଦୀପିକା ଅବିବାହିତ ହୋଇ ମଧ୍ୟ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

କିନ୍ତୁ ପୁଅ ଜନ୍ମ ହେବା ପରେ ଦିନେଶଙ୍କ ମନ ବଦଳି ଗଲା। ସେ ନିଜ ପୁଅ ଆଉ ପ୍ରେମିକା ଦୀପିକାଙ୍କୁ ଗ୍ରହଣ କରିବା ପାଇଁ ରାଜି ନଥିଲେ। ଆଉ ଯେଉଁ କାରଣରୁ ଦୀପିକା ନିଜେ ଆଉ ନିଜ ପୁଅକୁ ନ୍ୟାୟ ଦେବା ପାଇଁ ଗତ କିଛି ଦିନ ଧରି ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।

ତେବେ ଦିନକୁ ଦିନ ଦୀନେଶ ଆଉ ଦୀପିକାଙ୍କ ସଂପର୍କକ ଅଧିକ ଜଟିଳ ହେବାରେ ଲାଗିଛି। ଘଟଣାଟି ନୂଆ ମୋଡ଼ ନେଉଛି। ତେବେ ଆପଣ ମାନେ ଜାଣିଥିବେ କି ଦୀପିକା ନ୍ୟାୟ ପାଇକି ଦୀନେଶ ଙ୍କ ଘର ସାମ୍ନାରେ ବସି ରହିଛନ୍ତି। ଆଉ ଘର ଭିତରେ ଦୀନେଶଙ୍କ ପୁରା ପରିବାର ରହୁଛନ୍ତି।ଆଉ ଦୀପିକା କହିଛନ୍ତି କି ସେ ଘର ଆଗରେ ଯେଉଁଠି ରହୁଛନ୍ତି ସେଠାରେ ଦୀନେଶ ଙ୍କ ମା ଅଳିଆ ପକାଉଛନ୍ତି। ଆଉ ଗୋଟିଏ ପଟେ ଦୀପିକା କହୁଛନ୍ତି କି ଦୀନେଶଙ୍କ ଘରେ ଯେଉଁ କୁକୁର ପାଳିଛନ୍ତି ତାହାକୁ ଦୀପିକା ଦୀନେଶ ଙ୍କୁ ଆଣି ଦେଇଥିଲେ ଯାହାର ଦାମ ରହିଥିଲା ୧୮୦୦୦ ଟଙ୍କା। ଏମିତି ବହୁତ କିଛି ଗିଫ୍ଟ ଦୀନେଶଙ୍କୁ ଦେଇଛନ୍ତି ବୋଲି ଦୀପିକା କହିଛନ୍ତି।

କିନ୍ତୁ ଦୀପିକାଙ୍କ ଶାଶୂ ଅର୍ଥାତ୍ ଦୀନେଶ ଙ୍କ ମା କହୁଛନ୍ତି କି ତାହା ସମ୍ପୂର୍ଣ୍ଣ ମିଛ ଅଟେ। ସେ ସେହି କୁକୁରକୁ ଭୁବନେଶ୍ୱରରୁ ତାଙ୍କର ଜଣେ ରିଲେଟିଭ ଙ୍କ ଘରୁ ଆଣି ଥିଲେ ବୋଲି ଦାବି କରିଛନ୍ତି। ଗୋଟିଏ ପଟେ ଦୀପିକା ଦୀନେଶ ଓ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ପରେ ଗୋଟିଏ ସତ ଖୁଲାସା କରୁଥିବା ବେଳେ ଅନ୍ୟ ପଟେ ଦୀନେଶ ଙ୍କ ମା କହିଛନ୍ତି କି ଯଦି ଦୀପକା ଦୀନେଶ କୁ ଭଲ ପାଉଥିଲା ତେବେ ସେ ରେପ କେଶ କଣ ପାଇଁ କରିଛି।

 

 

ଏହା ସହିତ ଦୀନେଶଙ୍କ ମା କହିଛନ୍ତି କି ଯଦି ଦୀପିକା ଦୀନେଶ ଉପରେ କରିଥିବା କେଶ କୁ ଉଠାଇ ନିଅନ୍ତି ତା ହେଲେ ହୁଏତ ଦୀପିକା କୁ ସେ ଗ୍ରହଣ କରି ପାରନ୍ତି ।ତେବେ ଦୀନେଶଙ୍କ ମା ଆହୁରି କହିଛନ୍ତି କି ଏମାନଙ୍କ ମଧ୍ୟରେ ପ୍ରମିଳା କଣ କରୁଛନ୍ତି।ଆଉ ସେ ସେମାନଙ୍କୁ ମେଣ୍ଟାଲି ହାରାସ କରାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Leave a Comment