BIG BREAKING – ଆସିଗଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର 2023 ବର୍ଷର ନୂଆ ଲିଷ୍ଟ , ଶୀଘ୍ର ନିଜ ମୋବାଇଲ ରେ ଚେକ କରନ୍ତୁ…

ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ସବୁବେଳେ ଲୋକମାନଙ୍କୁ ଉନ୍ନତି ଦିଗରେ ଆଗେଇବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ସବୁବେଳେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି। ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ନେଇ ଏକ ବଡ଼ ଖୁସି ଖବର ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ନୂଆ ଲିଷ୍ଟ ଜାନୁଆରୀ ୧୬ ତାରିଖରେ ପ୍ରକାଶ ପାଇଛି।

ସମସ୍ତ ପଞ୍ଚାୟତ ଓ ସବୁ ଗ୍ରାମର ମୁଖ୍ୟ ଜାଗାରେ ଜାରି କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଅପେକ୍ଷାରେ ଥିଲେ ଆଜି ତାହା ଅନ୍ତ ଘଟିଛି। ତେବେ ଆପଣ ଯାଇ ଆପଣଙ୍କ ପଞ୍ଚାୟତ ଏବଂ ଆପଣଙ୍କ ଗ୍ରାମର ପ୍ରଖୁଖ ଜାଗା ମାନଙ୍କରେ ଯାଇ ଆପଣଙ୍କ ନାମ ସେଥିରେ ଅଛି କି ନାହିଁ ଚେକ୍ କରି ପାରିବେ।


ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଜନସାଧାରଣ ନିର୍ଦ୍ଦିଷ୍ଟ ଅଯୋଗ୍ୟ ପରିବାର ଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ। ଏହା ସହିତ ଯଦି ଏହି ତାଲିକା ରେ କୌଣସି ଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇ ନଥାଏ ତେବେ ମଧ୍ୟ ଆପଣ ଆବେଦନ କରି ପାରିବେ।

ଅନଲାଇନ ରେ ମଧ୍ୟ ଖୁବ୍ ଶୀଘ୍ର ଲିଷ୍ଟ ଜାରି କରାଯିବ ଆପଣ ଅନଲାଇନ୍ ରେ ମଧ୍ୟ ଆପଣଙ୍କ ନାମ ଅଛି ନା ନାହିଁ ଚେକ୍ କରି ପାରିବେ। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୯.୫୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ ୱାର୍କ ଅର୍ଡର । ଯୋଜନାର ହିତାଧିକାରୀଙ୍କୁ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଘର ନିର୍ମାଣ ପାଇଁ ମିଳିବ ୱାର୍କ ଅର୍ଡର । ସର୍ବ ସାଧାରଣଙ୍କ ଅବଗତି ଓ ଅଭିଯୋଗ ପାଇଁ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ କରାଯିବ।


ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନର ଅନୁପାତ ହେଉଛି ୬୯:୪୦ । ଯେଉଁ ହିତାଧିକାରୀମାନେ ୪ ମାସରେ ଗୃହ ନିର୍ମାଣ କରି ଦେଉଛନ୍ତି ତାଙ୍କୁ ୨୦ ହଜାର ଓ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ରାଶି ଦିଆଯାଉଛି । ରାଜ୍ୟ ସରକାର ନିଜ ପାଣ୍ଠିରୁ ଏହି ରାଶି ପ୍ରଦାନ କରୁଛନ୍ତି ।

ସେହିପରି ଯୋଜନା ବାବଦ ରେ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି ।ସାଧାରଣ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରା ଯାଉଛି ।ପାହାଡ଼ିଆ ଅଞ୍ଚଳ ଲାଗି ୧ ଲକ୍ଷ ୩୦ ହଜାର ଟଙ୍କା ହିତାଧିକାରୀଙ୍କୁ ଦିଆଯାଉଛି । ହିତାଧିକାରୀଙ୍କୁ ନରେଗା ତରଫରୁ ସାଧାରଣ ଅଞ୍ଚଳରେ ୯୦ ଦିନ ଓ ପାହାଡିଆ ଅଞ୍ଚଳ ଲାଗି ୯୫ ଦିନ ଲାଗି ଅତିରିକ୍ତ ମଜୁରୀ ପ୍ରଦାନ କରାଯାଏ।ଯାହା ପାଖାପାଖି ୨୦ରୁ ୨୨ ହଜାର ଟଙ୍କା ।

Leave a Comment