ଆମେ ସମସ୍ତେ ଜାଣିଛନ୍ତି ଯେ ଗଣତନ୍ତ୍ରର ନିୟମ ଅନୁସାରେ ସାଧରଣ ଜନତାଙ୍କ ସେବା କରିବା ପାଇଁ, ଆମ ମାନଙ୍କ ମଧ୍ୟରୁ ଜଣଙ୍କୁ ରାଜନେତା ହିସାବରେ ବାଛିଥାଉ। ଯେପରି ଘର ଚଳାଇବା ପାଇଁ ଘରେ ଜଣେ ମୁଖ୍ୟ ରହିବା ଆବଶ୍ୟକ ଠିକ ସେହିପରି ଦେଶ ରାଜ୍ୟ ଉପଯୁକ୍ତ ମାର୍ଗରେ ଚଲାଇବା ପାଇଁ ଆମେ ନିଜେ ହିଁ ଭୋଟ ଦେଇ ଏକ ନେତାକୁ ବାଛି ଥାଉ। କିନ୍ତୁ ଆଜି କାଲିର ଯେଉଁ ରାଜନେତା ମାନେ ଭୋଟ ପାଇଁ ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ଶାସନ ଗାଦିରେ ବସବା ପରେ ସେମାନେ ଲୋକମାଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ ଭୁଲି ଯାଆନ୍ତି। ଆପେ ବଞ୍ଚିଲେ ବାପର ନା, ଭଳି କାର୍ଯ୍ୟ କରୁଛନ୍ତି। କିନ୍ତୁ ସବୁ ରାଜନେତା ମାନେ ଏକା ଭଳିଆ ନଥାନ୍ତି ଏମିତି କିଛି ନେତା ଅଛନ୍ତି। ଯେଉଁ ମାନେ ନିଜର କର୍ମକୁ ଆଗ ଭାବି କାର୍ଯ୍ୟ କରିଥାନ୍ତି।
ସେହିପରି ଜଣେ ରାଜନେତ୍ରୀ ହେଉଛନ୍ତି ଅପରାଜିତା ଷଡଙ୍ଗୀ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଜାଣିଥିବେ । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତରଫରୁ ଲୋକସଭା ସାଂସଦ ର କାର୍ଯ୍ୟରତ ଅଛନ୍ତି । ତେବେ ଅପରାଜିତା ଷଡ଼ଙ୍ଗୀ ସବୁବେଳେ ନିଜର କାମ ପାଇଁ ଚର୍ଚ୍ଚା ରେ ଥାଆନ୍ତି ।
ତେବେ ସେ ସାଂସଦ ଭାବେ ନିର୍ବାଚିତ ହେବା ପରେ ସାଧାରଣ ଜନତା ଙ୍କ ସହିତ ଅତି ନିଜର ଭାବେ ମିଶି ଯାଆନ୍ତି। ଲୋକ ମାନଙ୍କ ସହିତ ତାଙ୍କର ସବୁବେଳେ ଭଲ ସମ୍ପର୍କ ।ତେବେ ତାଙ୍କର ଏହି ଗୁଣ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ ମଧ୍ୟ କରନ୍ତି । ତେବେ ବର୍ତ୍ତମାନ ତାଙ୍କୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ବିଷୟ ସାମ୍ନାକୁ ଆସିଛି ।
ତେବେ ଆପଣମାନେ ଜାଣିଥିବେ ଆମ ଓଡିଶାରେ ଦୀର୍ଘ 20 ବର୍ଷ ହେଲାଣି ବିଜୁ ଜନତା ଦଳ ଶାସନ କରି ଆସୁଛି । ଦିନ ଏଠାରେ କଂଗ୍ରେସ ଶାସନ ଚାଲିଥିଲା କିନ୍ତୁ ବର୍ତ୍ତମାନ ଏକ ଦୃଢ ବିରୋଧୀ ଦଳ ଭାବରେ ଠିଆ ହେବା ପାଇଁ ତାର ସଂଖ୍ୟାଗରିଷ୍ଠତା ନାହିଁ । ହେଲେ ଏବେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଓଡିଶାରେ ଏକ ସୁଦୃଢ ଦଳ ଭାବରେ ଛିଡା ହୋଇପାରିଛି । ଆଉ ଅପରାଜିତା ଷଡଙ୍ଗୀ ଏହି ବିଜେପି ଦଳର ଜଣେ ବରିଷ୍ଠ ରାଜନେତା ଭାବରେ ନିଜକୁ ଓଡିଶାରେ ପ୍ରତିଷ୍ଠିତ କରିପାରିଛନ୍ତି ।
ଆପଣମାନେ ସମସ୍ତେ ଅବଗତ ଥିବେ ଏମଆଇଟି ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 2018ରେ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଥିଲା । ଆଉ ଏହି ଉପାଧୀକୁ ନେଇ ବର୍ତ୍ତମାନ ଗୋଟିଏ ବହୁତ ବଡ ଖବର ସାମ୍ନାକୁ ଆସିଛି ଯେ ଏହାକୁ ଏବେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦିଆୟିବ ।
ପାଖାପାଖି 45ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ଫେମସ୍ ଶିକ୍ଷାନୁଷ୍ଠାନ ଅପରାଜିତା ଷଡଙ୍ଗୀଙ୍କୁ ଚୟନ କରିବା ପରେ ଓଡିଶା ରାଜନିତୀରେ ଚହଳ ସୃଷ୍ଟି ହୋଇଛି । କହିବାକୁ ଗଲେ ବିଜେଡି ସିବିରରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଦଳର ନେତାମାନେ ଏହାକୁ ସହଜରେ ହଜମ କରିପାରୁନାହାଁନ୍ତି ଏବଂ ଏହାକୁ ନେଇ ଏକ ପ୍ରକାର ସମାଲୋଚନା ମଧ୍ୟ ହୋଇଛି । ତେବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମଧ୍ୟ ସାସଂଦ ଅପରାଜିତାଙ୍କୁ ପ୍ରଶଂସା କରିଛନ୍ତି ।