ଏହି ସିନେମା ଜଗତ ରେ ଆମର ନିହାତି ଭାବରେ କେହି ନା କେହି ପ୍ରିୟ କଳାକାର ରହି ଥାଆନ୍ତି ଯାହାଙ୍କର କିଛି ସିନେମା ହେଉ ଅଥବା କିଛି ଭିଡ଼ିଓ ନଚେତ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହା ମଧ୍ୟ ସତ ଯେ ଯେମିତି ସାଧାରଣ ଲୋକ ଙ୍କ ଦୁଃଖ କଷ୍ଟ ରହିଛି ସେହିପରି ଏହି ସେଲିବ୍ରେଟି ମାନଙ୍କ ଜୀବନ ରେ ମଧ୍ୟ ଦୁଃଖ କଷ୍ଟ ଭରି ରହିଛି |
କାରଣ ଜନ୍ମ ମୃତ୍ୟୁ ହେଉଛି ସୃଷ୍ଟି ର ନିୟମ ଆମେ ଜନ୍ମ ଯେତେ ବେଳେ ନେଇଛନ୍ତି ସେତେ ବେଳେ ମୃତ୍ୟୁ ମଧ୍ୟ ରହିଛି | ଆଉ ଏହା ସତ ଯେ ଏହି 2 ବର୍ଷ ମଧ୍ୟରେ ଆମକୁ ଅନେକ ବଡ଼ ବଡ଼ କଳାକାର ପର କରି ଦେଇ ଚାଲି ଯାଇଛନ୍ତି | କେହି କରୋନା ରେ ଆକ୍ରାନ୍ତ ହୋଇ ଜୀବନ ହରାଇଛି ତ ଆଉ କିଏ କୌଣସି ରୋଗ କାରଣ ରୁ ଦେହାନ୍ତ ହୋଇଛି | ତେବେ ବର୍ତ୍ତମାନ ସମୟରେ ବଲିଓଡ଼ ଜଗତ ର ଜଣେ ନାମିଦାମୀ କଳାକାର ଆମକୁ ଛାଡ଼ି ଚାଲି ଯାଇଛନ୍ତି |
ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ଙ୍କର ପରଲୋକ ହୋଇ ଯାଇଛି, ଡାକ୍ତରଖାନା ରେ ମୃତ୍ୟୁ ସହିତ ଲଢେଇ କରୁଥିବା ବେଳେ ତାଙ୍କର ଦେହାନ୍ତ ହୋଇ ଯାଇଛି | ସୂଚନା ଅନୁଯାଇ ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା | ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନା ଅଣାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା |
ହେଲେ ପରେ ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା, କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରି ଆରପାରିକୁ ଚାଲି ଯାଇଛନ୍ତି | ଗୁରୁବାର ଦିନ ତାଙ୍କର ମୃତ୍ୟୁ ଖବର ପ୍ରଥମେ ଆସିଥିବା ବେଳେ ଏହାକୁ ପରିବାର ଲୋକ ଖଣ୍ଡନ କରି ଥିଲେ କିନ୍ତୁ ତାପରଦିନ ହିଁ ତାଙ୍କର ଦେହାନ୍ତ ହୋଇ ଯାଇଥିଲା |
ତେବେ ବିକ୍ରମ ଗୋଖଲେ ୧୯୭୧ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରୱାନା’ରୁ ବଲିଉଡରେ ଡେବ୍ୟୁ କରିଥିଲେ | ଆଉ ଏହାପରେ ୨୦୧୦ରେ, ସେ ମରାଠୀ ଚଳଚ୍ଚିତ୍ର ‘ଅନୁମାଟି’ରେ କାମ କରି ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ | ଏହା ସହ ମରାଠୀ ଫିଲ୍ମ ‘ଆଘଟ’ରୁ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ | ଅମିତାଭ ବଚ୍ଚନଙ୍କ ସହ ଅଗ୍ନିପଥ ଏବଂ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ହମ ଦିଲ ଦେ ଚୁକେ ସନମରେ ସେ ଅଭିନୟ କରିଥିଲେ |
ଏହା ସହିତ ଅତୀତରେ ସେ ‘ମିଶନ ମଙ୍ଗଲ’, ‘ହିଚକି’, ‘ଅୟାରି’, ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଦେ ଦନା ଦନ’ ଏବଂ ‘ଭୁଲ ଭୁଲୈଆ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ | ତାଙ୍କର ଦେହାନ୍ତ ରେ ଆଜି ପୁରା ବଲିଓଡ଼ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି, ଆଉ ଆମେ ଭଗବାନ ଙ୍କ ପାଖରେ ଏହା କାମନା କରିବା ଯେ ତାଙ୍କ ଆମର ଆତ୍ମା ର ସଦଗତି ହେଉ |