ବ୍ଲକବଷ୍ଟର ଫିଲ୍ମ RRR କୁ ପଛରେ ପକାଇ ଇତିହାସ ରଚିଲା ଓଡ଼ିଆ ଫିଲ୍ମ “ଦମନ”… ଦେଖନ୍ତୁ video

ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ଦମନ ସବୁଆଡେ ଚହଳ ପଳାଇଛି ଯାହାକି କେବଳ ଓଡ଼ିଶା ସାରା ନୁହେଁ ବରଂ ପୁରା ଭାରତ ସାରା ଏବେ କେବଳ ଦମନ ଫିଲ୍ମ ର ପ୍ରଶଂସା ଶୁଣିବା ପାଇଁ ମିଳୁଛି | ଆଉ ଏହି ସମୟରେ ତେଲୁଗୁ ଫିଲ୍ମ ଆର ଆର ଆର ଫିଲ୍ମ କୁ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଦମନ ପଛରେ ପକାଇ ଦେଇଛି | ସେ ହିନ୍ଦୀ ଫିଲ୍ମ ହେଉ କି ତେଲୁଗୁ ଫିଲ୍ମ ଦମନ ଫିଲ୍ମ ଠାରୁ ଏବେ ସବୁ ଫିଲ୍ମ ର ଚାହିଦା କମ ହିଁ ରହିଛି | ଦିନେ ଓଡ଼ିଆ ଫିଲ୍ମ ବି ଏତେ ମାତ୍ରା ରେ ଭଲ ପାଇବା ସାଉଁଟି ପାରିବ ତାହା କେହି ହେଲେ କେବେ କଳ୍ପନା ମଧ୍ୟ କରି ନଥିଲେ |


ଆପଣ ମାନେ ଜାଣି ଥିବେ କି ଆଇ ଏମ ବିଡି ସଂସ୍ଥା ସବୁ ଫିଲ୍ମ କୁ ଲୋକ ପ୍ରିୟତା ଅନୁସାରେ ମାର୍କିଙ୍ଗ ଦେଇ ଥାଏ | ଆଉ ଯେତେ ବେଳେ ତେଲୁଗୁ ଆର ଆର ଆର ଫିଲ୍ମ ର 8 ପଏଣ୍ଟ ରହିଛି ସେତେ ବେଳେ ଦମନ ଫିଲ୍ମ 9.4 ପଏଣ୍ଟ ଛୁଇଁଛି ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି କି ଦମନ ଫିଲ୍ମ ଟି କେତେ ଭଲ ପାଇବା ସାଉଁଟି ସାରିଛି | ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦମନ ଫିଲ୍ମ ଯେଉଁ ଇତିହାସ ସୃଷ୍ଟି କରିଛି ତାହା ଅତି ପ୍ରଶଂସନୀୟ |

ଯେଉଁଠି ଓଡ଼ିଆ ଦର୍ଶକ ମନଉଣା କରୁ ଥିଲେ ହଲ ଯିବାକୁ ଓଡ଼ିଆ ଫିଲ୍ମ ଦେଖିବାକୁ, କିନ୍ତୁ ଏବେ ଦମନ ଫିଲ୍ମ ଦେଖିବା ପାଇଁ ସମସ୍ତେ ଯେମିତି ଦୌଡ଼ି ଯାଉଛନ୍ତି | ତେବେ ସବୁଠାରୁ ବଡ଼ କଥା ଏହି ଫିଲ୍ମ ନା କୌଣସି ଫିଲ୍ମ କୁ କପି କରିଛି ନା କୌଣସି ବାହାର ସ୍ଥାନର କାହାଣୀ ଅଟେ |

ଏ ହେଉଛି ଓଡ଼ିଆ ଫିଲ୍ମ ତାହା ପୁଣି ନିଜ ରାଜ୍ୟ ଭିତରୁ ଏକ କାହାଣୀ, ମାନେ ମାଲକାନଗିରି ରେ ଘଟି ଥିବା ଏକ କାହାଣୀ | ଆଉ କେମିତି ଜଣେ ଡାକ୍ତର ନିଜର ଆଗ୍ରହ ଓ ଲୋକ ଙ୍କର ଜୀବନର ମୂଲ୍ୟ କୁ ବୁଝି ନିଜ ଜୀବନକୁ ବିପଦ ରେ ପକାଇ ସେମାନଙ୍କ ଚିକିତ୍ସା ପାଇଁ ଜଙ୍ଗଲ ଭିତରେ ରହି ଥିଲେ ଆଉ ଲୋକ ଙ୍କ ସେବା କରିଥିଲେ ତାହାକୁ ନେଇ ଏହି କାହାଣୀ ଟି ତିଆରି ହୋଇଛି |

 

ତେବେ ଏହି ଫିଲ୍ମ ରେ ନା ଆଇଟମ ସଙ୍ଗ ଅଛି ନା ହିରୋଇନ ଅଛି ତଥାପି ଏହି ଫିଲ୍ମ ଟି ହିଟ ହୋଇଛି ଆଉ ସମସ୍ତଙ୍କ ମନକୁ ଛୁଇଁ ପାରିଛି | ପୁରା ଭାରତ ସାରା ଏହି ଓଡ଼ିଆ ଫିଲ୍ମ ଦମନ ଟି ଏତେ ମାତ୍ରା ରେ ଆଗକୁ ଯାଇଛି ଯାହାକୁ ଏହା ଓଡ଼ିଶା ପାଇଁ ଏକ ଗର୍ବ ର କଥା ମଧ୍ୟ ଅଟେ ଆଉ ଏହାକୁ ନେଇ ସାରା ଓଡ଼ିଶା ବାସୀ ଖୁବ ଖୁସି ମଧ୍ୟ ଅଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment