ଅନେକ ଲୋକ ଅଛନ୍ତି ଯେଉଁ ମାନେ ହନୁମାନ ଜି ଙ୍କର ଭକ୍ତ ହୋଇ ଥାଆନ୍ତି ଯାହାଙ୍କର ଶକ୍ତି କୁ ବର୍ଣ୍ଣନା ମଧ୍ୟ କରାଯାଇ ପାରିବ ନାହିଁ | ତେବେ ହନୁମାନ ଜି ଙ୍କୁ ଭଗବାନ ଙ୍କ ଭିତରୁ ସବୁଠାରୁ ଶ୍ରେଷ୍ଠ ବୋଲି ମାନା ଯାଇ ଥାଏ | ଏହାର ପ୍ରଥମ କାରଣ ହେଉଛି ହନୁମାନ ଜି ରିୟଲ ସୁପର ମ୍ୟାନ ଅଟନ୍ତି, ଦ୍ୱିତୀୟ ଟି ହେଉଛି ସେ ଶକ୍ତିଶାଳୀ ହେବା ସହିତ ପ୍ରଭୁ ରାମଚନ୍ଦ୍ର ଙ୍କ ପାଖରେ ସମର୍ପିତ ଅଟନ୍ତି | ତୃତୀୟ ଟି ହେଉଛି ସେ ଭକ୍ତ ମାନଙ୍କର ସହାୟତା ଖୁବ ଜଲଦି କରି ଥାଆନ୍ତି ଏବଂ ଚତୁର୍ଥ ଏହା କି ସେ ସାତ ସମୁଦ୍ର ପାରି କରି ଉଡ଼ି ପାରନ୍ତି |
ତେବେ ଏହି ବ୍ରହ୍ମାଣ୍ଡ ରେ ଯଦି କିଏ ଶକ୍ତିଶାଳୀ ଅଟନ୍ତି ତେବେ ସେ ହେଉଛନ୍ତି ହନୁମାନ ଜି, ମହାବୀର ବିକ୍ରମ ବଜରଙ୍ଗୀ ସାମ୍ନାରେ କୌଣସି ପ୍ରକାରର ମାୟାବୀ ଶକ୍ତି ମଧ୍ୟ ଜିତି ପାରିବ ନାହିଁ | ତେବେ ଆମେ ଆଜି ଜାଣିବା ମହାବୀର ବଜରଙ୍ଗ ୱାଲୀ ଅମର କାହିଁକି ଆଉ ଯଦି ବି ସେ ଅମର ତେବେ ସେ ଅଛନ୍ତି କେଉଁଠି, ଆଉ ଆଜି ପର୍ଯ୍ୟନ୍ତ ଏମିତି କଣ ପ୍ରମାଣ ରହିଛି ଯାହା ଦ୍ୱାରା ସେ ଜୀବିତ ଅଛନ୍ତି ବୋଲି ସମସ୍ତ ଭକ୍ତ ମନରେ ଏକ ଅନୁଭବ ରହିଥାଏ | ଆଉ ଏମିତି କେଉଁ ସ୍ଥାନ ଅଛି ଯେଉଁଠି ହନୁମାନ ଜି ଆଜି ପର୍ଯ୍ୟନ୍ତ ମଧ୍ୟ ଆସି ଥାଆନ୍ତି |
ଏକ ପ୍ରକାଶିତ ରିପୋର୍ଟ ଅନୁଯାଇ ଯଦି ଗୋଟେ ମନୁଷ୍ୟ ପୁରା ଶ୍ରଦ୍ଧା ଓ ଭକ୍ତି ଭଗବାନ ହନୁମାନ ଜି ଙ୍କର ପୂଜା କରିବ ଓ ନିଜକୁ ସମର୍ପିତ କରି ଦେବ ତେବେ ହନୁମାନ ଜି ଙ୍କର ଦର୍ଶନ କରିବାରେ ତାଙ୍କୁ ବେଶୀ ସମୟ ଲାଗିବ ନାହିଁ | ତେବେ ଏହି ପ୍ରକାଶିତ ରିପୋର୍ଟ ରେ କୁହା ଯାଇଛି କି ପ୍ରତେକ 41 ବର୍ଷ ପରେ ହନୁମାନ ଜି ଶ୍ରୀଲଙ୍କା ଜଙ୍ଗଲ ରେ ପ୍ରାଚୀନ କାଳରୁ ରହି ଆସୁଛନ୍ତି, ଆଉ ହନୁମାନ ଜି ଏପର୍ଯ୍ୟନ୍ତ ମଧ୍ୟ ସେହି ଜଙ୍ଗଲ ରେ ରହୁଥିବା ଆଦିବାସୀ ଙ୍କ ପାଖକୁ ଆସି ଥାଆନ୍ତି |
ତେବେ ସେହି କେତେ ଜଣ ଆଦିବାସୀ ଙ୍କ ନିକଟରୁ ସୂଚନା ମିଳିଛି କି ପ୍ରତି 41 ବର୍ଷ ପରେ ହନୁମାନ ଜି ତାଙ୍କୁ ଦେଖା କରିବା ପାଇଁ ଆସି ଥାଆନ୍ତି | 2014
ମସିହାରେ ସେହି ଆଦିବାସୀ ଙ୍କୁ ଦେଖା କରିବା ପାଇଁ ହନୁମାନଜି ଆସି ଥିଲେ ଆଉ ଏବେ ପୁଣି 41 ବର୍ଷ ପରେ ହିଁ ହନୁମାନ ଜି ଆସିବେ | ତେବେ ସମସ୍ତ ଯୁଗରେ ହନୁମାନଜି ଙ୍କର ଅବଶେଷ ରହିଛି ଆଉ କଳିଯୁଗ ରେ ମଧ୍ୟ ତୁଳସୀ ଦାସ ତାଙ୍କୁ ଦର୍ଶନ କରି ରାମ ଚରିତ ଉପସ୍ଥାପନା କରି ଥିଲେ | ଏହା ସହିତ କେତେ ସାଧୁ ସନ୍ଥ ମାନେ ମଧ୍ୟ ହନୁମାନ ଜି ଙ୍କର ଦର୍ଶନ ପାଇଛନ୍ତି ବୋଲି କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।