breaking news-ଫେବୃଆରୀ ମାସରେ ରାତି ହୋଇଯିବ ଦିନ ! ବୈଜ୍ଞାନିକ ମାନେ ଦେଲେ କଡା ମନ୍ତବ୍ୟ….ଏହି ଘଟଣା ନିଶ୍ଚିତ ସତ ହେବ

ଏହି କିଛି ଦିନ ଆପଣଙ୍କୁ ରାତିର ଆକାଶ ଟିକିଏ ଉଜ୍ଜ୍ୱଳ ଦେଖାଯିବ। କାରଣ ଚନ୍ଦ୍ରମା ଟିକିଏ ଅଧିକ ଉଜ୍ଜ୍ୱଳ ଦେଖାଯିବ। ଚଳିତ ସପ୍ତାହରେ ରାତି ଅଧିକ ଆଲୋକିତ ଦେଖାଯିବ ,ଅର୍ଥାତ୍ ରାତି ଆକାଶରେ ଜହ୍ନ ଆହୁରି ଉଜ୍ଜଳ ମୟ ହେବ। ଗ୍ରହ, ଉପଗ୍ରହ ଏବଂ ନକ୍ଷତ୍ର ବି ଉଜ୍ଜଳ ଦେଖାଯିବ। ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ସମଗ୍ର ଆଡ଼କୁ ଚାହିଁବେ ଆପଣଙ୍କୁ ମହାଜଗତର କିଛି ନା କିଛି ଅତି ଉଜ୍ଜଳ ବସ୍ତୁ ଦେଖିବା ପାଇଁ ମିଳିବ।

ତେବେ ଚନ୍ଦ୍ର ପାଖ ଦେଇ ଅନ୍ଯ ଏକ ତାରା ଗତି କରିବ ଯାହାଫଳରେ ଆକାଶ ୯୦ ପ୍ରତିଶତ ପାଖାପାଖି ଅଧିକ ଉଜ୍ଜ୍ୱଳ ଦେଖାଯିବ। ପଠାଣୀ ସାମନ୍ତ ପ୍ଲାନେଟରିୟମ୍ ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ଚନ୍ଦ୍ରମା ଯେତିକି ଆଲୋକ ଦେଖାଯାଏ ସେତିକି ଆଲୋକିତ ଦେଖାଯିବ, ଆଉ ଯେତେବେଳେ ଚନ୍ଦ୍ର ଅଣ୍ଡାକୃତି ଭାବରେ ବୁଲିଥାଏ ସେତେବେଳେ ସେ ପାଖରେ ଥାଏ ସେଥିପାଇଁ ଅଧିକ ଉଜ୍ଜ୍ୱଳ ଦେଖାଯାଏ।


ଆଉ ଯେତେବେଳେ ସେ ଦୂରରେ ଥାଏ ଛୋଟ ଦେଖାଯାଏ, ଆଉ ତାର ଉଜ୍ଜଳ କମ୍ ଦେଖାଯାଏ। ତେବେ ସେହିଭଳି ଏକ ତାରା ଅଛି ଯାହା ରେଗୁଲସ୍ ନକ୍ଷତ୍ର ପାଖ ଦେଇ ଯାଉଛି ,ସେ ସମୟରେ ଆମର ଚନ୍ଦ୍ରମା ଟିକିଏ ନିକଟତର ଥିବ ସେଥିପାଇଁ ଚନ୍ଦ୍ରମାର ଉଜ୍ଜ୍ୱଳ ବଢ଼ିଯିବ।

ବଢ଼ିଯିବ ଅର୍ଥାତ୍ ୫ ଗୁଣ ବା ୬ ଗୁଣ ହୋଇଯିବ ତାହା ନୁହେଁ ,ଆମର ଚନ୍ଦ୍ରମା ର ଉଜ୍ଜ୍ୱଳ ୧୦ ରୁ ୧୨ ପ୍ରତିଶତ ସେ ସମୟରେ ବଢ଼ିଯିବ।ତାର ଦୂରତା ଅନୁସାରେ। କାହିଁକିନା ଯେତେବେଳେ ଚନ୍ଦ୍ର ନିକଟରେ ଥାଏ ସେତେବେଳେ ୩ ଲକ୍ଷ ୬୫ ହଜାର କିଲୋମିଟର ପର୍ଯ୍ୟନ୍ତ ଦେଖାଯାଏ , ଯେତେବେଳେ ଚନ୍ଦ୍ର ଦୂରରେ ଥାଏ ସେତେବେଳେ ୪ ଲକ୍ଷ ୫ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ଦେଖାଯାଏ।

ଆଉ ଏହି ସମୟରେ ଆମ ବାୟୁ ମଣ୍ଡଳରେ ଅଧିକ ମେଘ ନାହିଁ ସେଥିପାଇଁ ଆକାଶଟା ଅଧିକ ଉଜ୍ଜ୍ୱଳ ଦେଖାଯାଏ। ୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳ ଗ୍ରହ ।୧୨ ତାରିଖରେ ଧୂମକେତୁ ସୂର୍ଯ୍ୟଙ୍କ ପାଖ ଦେଇ ଅତିକ୍ରମ କରିବ।ଆଉ ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ। ୧୪ ରେ ଜହ୍ନ ସ୍ପିକା ନାମକ ଉଜ୍ଜ୍ୱଳ ତାରା ପାଖ ଦେଇ ଗତି କରିବ। ଏହି ଦିନ ଜହ୍ନ ୪୭ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ। ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହ କୁ ଦେଖିବାକୁ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment