ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଏପରି ଗୋଟିଏ ଭିଡିଓ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ହେଉଯିବେ ଆଶ୍ଚର୍ଯ୍ୟ | ଏପରି ଦାବି ପୁଣି ସରକାରଙ୍କ ପାଖରେ ଯାହାକୁ କେହିବି ଦେଖି ନ ଥିବେ କି ଶୁଣି ମଧ୍ୟ ନ ଥିବେ | ଆମେ ଜାଣିଛୁ କି ସରକାର ହେଉଛନ୍ତି କନସାଧାରଣଙ୍କ ପାଇଁ ଆଉ ଲୋକ ମାନେ ସମସ୍ତେ ଭୋଟ ଦେଇ ନିଜର ଅସୁବିଧା କୁ ବୁଝିପାରୁଥିବା ତାଙ୍କର ସୁଖରେ ଦୁଃଖରେ ସବୁବେଳେ ସାଥ ଦେଉଥିବା ସରକାର ଟିକୁ ବାଛିବା ପାଇଁ ଚାହୁଁଥାନ୍ତି | ତେବେ ବର୍ତ୍ତମାନ ସରକାର ଙ୍କ ନିକଟରେ ଏପରି ଗୋଟିଏ ଅଭିଯୋଗ କରିଛନ୍ତି ଲୋକ ମାନେ ଯାହାକୁ ଆପଣ ମାନେ କେବେବି ବିଶ୍ୱାସ କରି ପାରିବେ ନାହିଁ ତାହା ହେଉଛି ରାସନ ଦୋକାନରେ ବି ମଦ ମିଳିବାର ବ୍ଯବସ୍ଥା କରାଯାଉ।
ତେବେ ମଦ ପାଇ ବିବାଦ ଚାଲିଥିବା ସମୟରେ ଏହି ସମୟ ରେ ସୁଧାଂଶୁ ପାଣ୍ଡେ ଚିଠି ଲେଖିଛନ୍ତି ମଦ ବନ୍ଦ ପାଇଁ ଅନେକ ଜାଗାରେ ଆନ୍ଦୋଳନ ହେଉଛି କିନ୍ତୁ ତଥାପି ବି ମଦ ବିକ୍ରି ହେଉଛି ଏବଂ ପ୍ରାୟ ରାଜ୍ୟ ଏଥିରୁ ଅଧିକାଂଶ ରାଜସ୍ବ ପାଉଛନ୍ତି ।ତେବେ ମଦରୁ ମିଳୁଥିବା ରାଜସ୍ବ କୁ ବୃଦ୍ଧି ପାଇଁ ନିକଟରେ ନୂଆ ପ୍ରସ୍ତାବ ଦେଇଛି ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର ସଂଘ। ଏହି ସଂଘ ରାସନ ଦୋକାନ ରେ ମଦ ବିକ୍ରି କରିବାକୁ କେନ୍ଦ୍ର କୁ ଚିଠି ଲେଖି ଅନୁମତି ମାଗିଛି ।
ଏହି ଚିଠି ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟର ପ୍ରମୁଖ ସଚିବ ସୁଧାଂଶୁ ପାଣ୍ଡେଙ୍କୁ 20 ସେପ୍ଟମ୍ବରରେ ପଠା ଯାଇଥିଲା।ତେବେ ଏହି ଦାବି ଉପରେ ଯୁକ୍ତି ସଂଗତ ବିଚାର କରିବା ଲାଗି ସଂଗଠନ ର ମହା ସଚିବ ବିଶ୍ବମ୍ଭର ବସୁ ଚିଠିର ଏକକିତା ନକଲ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅର୍ଥ ସଚିବ, କେନ୍ଦ୍ର ରାଜସ୍ବ ସଚିବ ଓ କେନ୍ଦ୍ର ଖାଉଟି ସଂରକ୍ଷଣ ଓ ଖାଦ୍ୟ ମନ୍ତ୍ରାଳୟ ରାଷ୍ଟ୍ର ମନ୍ତ୍ରୀ ଙ୍କ ପାଖକୁ ପଠା ଇଛନ୍ତି।
ସବୁ ରାଜ୍ୟର ଖାଦ୍ୟ କମିସନ ର ଓ ଖାଦ୍ୟ ସଚିବଙ୍କ ପାଖକୁ ମଧ୍ୟ ଚିଠି ପଠା ଯାଇଛି। ରାସନ ଡିଲର ମାନଙ୍କ ଦାବି ହେଉଛି, ଦେଶ ର ରାସନ ଦୋକାନ ଗୁଡ଼ିକୁ ବଞ୍ଚାଇବାକୁ ହେଲେ କେନ୍ଦ୍ର ସରକାର ଜରୁରି ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟ ସରକାର ମାନଙ୍କୁ ଏ ଦିଗ ରେ ଆଗକୁ ବଢ଼ିବାକୁ ହେବ।
ସେମାନ ଙ୍କ ଦାବି ହେଉଛି ଦେଶ ରେ ରାସନ ଦୋକାନ ଗୁଡ଼ିକ ଯେଉଁ ଭଳି ଭାବରେ ଚାଲିଛି ସେଥି ରେ ଡିଲର ମାନଙ୍କୁ କିଛି ଲାଭ ମିଳୁ ନାହିଁ। ତେଣୁ ମଦ ବିକ୍ରି ପାଇଁ ଅନୁମତି ଦେଲେ ସେମାନଙ୍କ ର କିଛି ଲାଭ ହେବ ଓ ସେମାନେ ଦୋକାନ ଗୁଡ଼ିକୁ ଚଳାଇ ରଖି ପାରିବେ ଓ ସେମାନଙ୍କ ର ପେଟ ପୋଷି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।