breaking news-ଚନ୍ଦକା ଅଞ୍ଚଳରୁ ଉଦ୍ଧାର ଏ ପିଲାଟି କଥା କହି ପାରୁନି, ତାକୁ କେହି ଯଦି ଚିହ୍ନିଛନ୍ତି କି ? ଦୟାକରି ସେୟାର କରି ଜଣାନ୍ତୁ…

ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହା ବାସ୍ତବରେ ବହୁତ ଦୁଃଖ ଅନୁଭବ ହୋଇଥାଏ। ତେବେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସତରେ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜୋକେଇ ଆସିବ। ଜଣେ ୧୬ କି ୧୭ ବର୍ଷ ର ବାଳକ କେଉଁଠିକାର ତାହା ଜଣା ନାହିଁ। କିନ୍ତୁ ଏକା ଏକା ବୁଲୁଥିଲା ଚନ୍ଦକା ଅଞ୍ଚଳରେ।

ଚେହେରା ଅସହାୟ ଦେଖି ସ୍ଥାନୀୟ ଲୋକେ ମଣିଷପଣିଆ ଦେଖାଇଲେ। କଥା ନ କହି ପାରିବାରୁ ତା ନାଁ ଜାଣି ପରି ନଥିଲେ ସ୍ଥାନୀୟ ଲୋକେ। ସ୍ଥାନୀୟ ଲୋକେ ତାକୁ ଖାଇବା ପିଇବା ପାଇଁ ଦେଉଥିଲେ। ସେ କେଉଁଠୁ ଆସିଲା, କିଏ ଛାଡ଼ିଦେଇ ଗଲା ନା ଭୁଲରେ ପଳେଇ ଆସିଛି କିଛି ବି ଜଣା ପଡ଼ିନି।

କାରଣ ଏହି ନାବାଳକ ଜମାରୁ କଥା କହିପାରୁ ନାହାନ୍ତି। ତାକୁ ଲୋକେ ଖାଇବାକୁ ଦେଲେ। ଦେହରେ ଭଲ ପୋଷାକ ନଥିବାରୁ ଗୋଟିଏ ଭଲ ପୋଷାକ ମଧ୍ୟ ପିନ୍ଧିବା ପାଇଁ ଦେଇଥିଲେ। ଲାଗୁଥିଲା ପିଲାଟି ମାନସିକ ଭାବେ ଭିନ୍ନକ୍ଷମ। ନିରିହ କୋମଳମତି ବାଳକଟି ତାକୁ ପଚାରିଲେ କିଛି କହି ପାରୁନି। ଖାଲି କଥା ମଝିରେ ଇସାରା କରୁଥାଏ।ତାର ଇସାରା ଓ ଅଙ୍ଗଭଙ୍ଗୀ ରେ ସେ କିଛି କହିବା ପାଇଁ ଚାହୁଁଥିଲେ ସୁଦ୍ଧା ଲୋକେ କିଛି ବୁଝି ପାରି ନଥିଲେ। ତେବେ ଲୋକମାନ ସେ ପିଲା ସହିତ ବିଭିନ୍ନ ଭାଷାରେ କଥା ହେଉଥାଏ। କିନ୍ତୁ ଲୋକେ ଅନୁମାନ କରି ଜାଣି ପାରିଥିଲେ କି ଓଡ଼ିଆ ଭାଷା ଠାରୁ ପିଲାଟି ହିନ୍ଦୀ ଭାଷାକୁ ଟିକିଏ ବୁଝୁଥିଲେ। ତେବେ ସେ କେଉଁ ବାହାର ଜାଗାରୁ ଆସିଛି ବୋଲି ଜଣା ପଡ଼ିଥାଏ।

ଏମିତି ୧୫ ଦିନ ଧରି ରହିଥିଲା ସେଠାରେ ପିଲାଟି। ଆଉ ସେଠାକାର ଲୋକେ ମାନବିକତା ଦେଖାଇ ଖାଇବା ପିଇବା ପାଇଁ ଦେଇଥିଲେ। ଆଉ ପରେ ଲୋକେ କହିଲେ ତାକୁ କେହି ଖୋଜିବା ପାଇଁ ଆସୁ ନାହାନ୍ତି ତ ତାର ରହିବା ପାଇଁ କିଛି ବ୍ୟବସ୍ଥା ଦରକାର। ତାପରେ ଚନ୍ଦକା ଥାନାରେ ସୂଚନା ଦିଆଯାଇଥିଲା। ପୋଲିସ ଓ ଚାଇଲ୍ଡ ଲାଇନ ପକ୍ଷରୁ ପିଲାଟିକୁ ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କରାଯାଇଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ପିଲାଟିର ଚିକିତ୍ସା ଚାଲିଛି। ତା ପାଖରେ ଥିବା ସମସ୍ୟା କୁ ଚିହ୍ନଟ କରାଯାଉଛି। ଯଦି ସେ ଭଲ ହୋଇ ନିଜ ଠିକଣା ଜଣେଇବାରେ ସକ୍ଷମ ହୁଏ ତାହେଲେ ତାକୁ ଘରେ ଛାଡ଼ି ଦିଆଯିବ ବୋଲି ଚାଇଲ୍ଡ ଲାଇନ ଅଧିକାରୀ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment