ରାସ୍ତା ମଝିରେ ଅଣ୍ଡା ମାଡ଼। କାହିଁକି ହେଲା କଣ ପାଇଁ ହେଲା, କଣ କରୁଥିଲେ ଭୁଲ। ସବାନା ବେଗମ୍ ଶାନ୍ତଶୀଳ ଝିଅ, ଘରର ସବୁ କାମ କରନ୍ତି। ଆଜି ଆସିଛନ୍ତି ପରିବା ମାର୍କେଟ କୁ ଘର ପାଇଁ ପରିବା କିଣିବା ପାଇଁ ସ୍କୁଟି ଧରି ଆସିଛନ୍ତି।ଘର ପାଇଁ କିଛି ପରିବା କିଣିବ।ପରିବା କିଣାକିଣି କଲେ ଆଉ ବାହାରିବା ବେଳେ କିଛି ଅଭଦ୍ର ଲୋକ କମେଣ୍ଟ କରୁଛନ୍ତି। ଗାଡ଼ି ଆଗକୁ ଗଡ଼ୁନି, କଣ ହେଲା ଆଉ ପଛକୁ ଦେଖିଲା ବେଳକୁ ଗୁଣ୍ଡା ମାନେ କମେଣ୍ଟ କରୁଛନ୍ତି।
ଏଠି ଓକିଲାତି ନ କରିବାକୁ କହୁଛନ୍ତି। ମହିଷାସୁର ଫିଲ୍ମ ର ଚାଲିଛି ସୁଟିଂ। ସବାନା ବେଗମ ଚରିତ୍ର ରେ ଅଭିନେତ୍ରୀ ଅର୍ଚ୍ଚିତା। ନାୟିକା ପ୍ରଥମେ ଆସି ସିନ୍ ବିଷୟରେ ବୁଝିଗଲେ। ନିର୍ଦ୍ଦେଶକ ଭଲ ଭାବରେ ବୁଝାଇଲେ କିଭଳି ହେବ ସିନ୍। ନାୟିକା ପ୍ରସ୍ତୁତ ଏବଂ ସାଥୀ କଳାକାର ମାନେ ମଧ୍ୟ ପ୍ରସ୍ତୁତ ସିନ୍ ଦେବା ପାଇଁ।
ତେବେ ସୁଟିଂ ଟି ଗୋଟିଏ ପରିବା ମାର୍କେଟ ରେ ହେଉଥିବାର ଦେଖିବାକୁ ମିଳିଛି। ପଛରେ ମାରୁଥିବା କମେଣ୍ଟ ଲୋକଙ୍କ ଅଭଦ୍ରାମୀ ଏବେ ବଢ଼ିବାରେ ଲାଗିଲା। ଏବେ କମେଣ୍ଟ ସହ ସବାନା ଙ୍କ ଉପରେ ଅଣ୍ଡା ମାଡ଼ ହେଉଛି। କିନ୍ତୁ ସବାନାଙ୍କ ଭୁଲ୍ କଣ ସେ ନିଜେ ବି ଜାଣି ପାରୁ ନାହାନ୍ତି। ସମସ୍ତେ ଦେଖୁଥିଲେ ମଧ୍ୟ କେହି ରୋକୁ ନାହାନ୍ତି। ଅଣ୍ଡା ମାଡ଼ ସହ ଟମାଟୋ ମାଡ଼ ବି ହେଉଛି।
ସବାନା ଏପରି କୌଣସି ଅପରାଧ କରି ନାହାନ୍ତି। କିନ୍ତୁ ତାଙ୍କ ସହ ଏଭଳି କାହିଁକି ହେଉଛି ସେ ଜାଣିପାରୁ ନାହାନ୍ତି। ସିନେମାରେ ଆପଣଙ୍କୁ ଏହି ସିନ୍ ବହୁତ ଇମୋସନାଲ ଲାଗିବ। କାରଣ କାହିଁକି ଅଣ୍ଡା ମାଡ଼ ଖାଉଛନ୍ତି ସବାନା ତାହା ଆପଣ ସିନେମାରୁ ଜାଣି ପାରିବେ। ପ୍ରଥମେ ନାୟିକାଙ୍କ ମୁଣ୍ଡରେ ଅଣ୍ଡା ଲଗାଇଲେ ଆଉ ଭୁଲ ବଶତଃ ଅଣ୍ଡା ତାଙ୍କ ଡ୍ରେସ୍ ଉପରେ ପଡ଼ି ଯାଇଥିଲା। ଯାହାକି ସିନ୍ ପାଇଁ ଏକଦମ୍ ପରଫେକ୍ଟ।
ତରଙ୍ଗର ଅପକାମିଙ୍ଗ ସିନେମା ମହିଷାସୁର ର ସୁଟିଂ ଚାଲୁଅଛି ସୁଟିଂ ସେଟରେ ନିର୍ଦ୍ଦେଶକ ଓ ନାୟିକା। ଦଶହରା ବଜାରକୁ ଆସିବ ଏହି ସିନେମା। ଏଥିପାଇଁ କ୍ରିୟୁ ମେମ୍ବର ଅଛନ୍ତି ବହୁତ ଚଳଚଞ୍ଚଳ। ସେହିଭଳି ଆଉ ଗୋଟିଏ ଅପକାମିଙ୍ଗ ସିନେମା ହେଉଛି ସଲାମ୍ ମିଡିଲ୍ କ୍ଲାସ୍। ତେବେ ଏହି ସିନେମାରେ ଦର୍ଶାଇଛନ୍ତି ମିଡିଲ୍ କ୍ଲାସ୍ ଫ୍ୟାମିଲି ବିଷୟରେ।
ତେବେ ସବୁ ମଣିଷଙ୍କ ଭବିଷ୍ୟତ କୁ ନେଇ ଅନେକ ସ୍ୱପ୍ନ ଥାଏ। ଧନୀ ବ୍ୟକ୍ତି ନିଜ ସ୍ୱପ୍ନ କୁ ବହୁତ ଜଲଦି ପୁରା କରିଥାଏ କିନ୍ତୁ ମିଡିଲ କ୍ଲାସ୍ ଫ୍ୟାମିଲି ର ଲୋକଙ୍କୁ ଗୋଟିଏ ଛୋଟ ସ୍ୱପ୍ନ କୁ ପୁରା କରିବା ପାଇଁ ଅନେକ ତ୍ୟାଗ କରିବାକୁ ପଡ଼ିଥାଏ। ନିଜ ପାଇଁ କିଛି ଭାବିବା ପୂର୍ବରୁ ଆଗ ନିଜ ପରିବାରର ଆବଶ୍ୟକତା କୁ ଗୁରୁତ୍ବ ଦେଇଥାନ୍ତି। ମିଡିଲ୍ କ୍ଲାସ୍ ଫ୍ୟାମିଲି ର ସେଣ୍ଟିମେଟ୍, ଇମୋସନ ସବୁର କାହାଣୀ ରହିଛି ଏହି ତରଙ୍ଗର ଅପକାମିଙ୍ଗ ସିନେମା ସଲାମ୍ ମିଡିଲ୍ କ୍ଲାସ୍ ରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।