ବର୍ତ୍ତମାନ ସମୟରେ ଦେଶରେ ଯୁବପିଢ଼ି ମାନଙ୍କର ଏମିତି ପ୍ରକାରର କାର୍ଯ୍ଯ କଳାପ ର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ନିନ୍ଦନୀୟ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ୍ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିବାରେ ଲାଗେ।
ତେବେ ସମୟକ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ ଲାଗେ। ତେବେ ଦେଶର ବିଭିନ୍ନ ରାଜ୍ୟରେ ସେ ସାଧାରଣ ଲୋକ ହେଉ ବା ସରକାରୀ କର୍ମଚାରୀ ହେଉ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାରର ନିୟମ ବାହାର କରିଥାଏ। ତେବେ ବିହାର ରାଜ୍ୟ ଏମିତି କିଛି ଗାଇଡଲାଇନ ଜାରି କରିଛନ୍ତି, ତାହା ବିଷୟରେ ଜାଣିବା।
ବିହାରରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି। କର୍ମଚାରୀ ମାନେ ଦ୍ବିତୀୟ ବିବାହ କଲେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ। ଯଦି ଦ୍ବିତୀୟ ବିବାହ କୁ ବ୍ୟକ୍ତିଗତ ଆଇନ୍ ଅନୁସାରେ ଅନୁମତି ମିଳି ସାରିଛି, କିନ୍ତୁ ରାଜ୍ୟ ସରକାର ଅନୁମତି ଦେଇ ନାହାନ୍ତି ତେବେ ବି ଏହି ବିବାହ କୁ ସ୍ବୀକୃତି ମିଳିବ ନାହିଁ।
ନୀତିଶ କୁମାର ଜାରି କରିଥିବା ଆଦେଶ ମୁତାବକ, ପୂର୍ବ ପତି କିମ୍ବା ପତ୍ନୀ ଜୀବିତ ଥିବା ଅବସ୍ଥାରେ ଦ୍ବିତୀୟ ବିବାହକୁ ସ୍ବୀକୃତି ମିଳିବ ନାହିଁ। ବିନା ଅନୁମତିରେ ବିବାହ କରିଥିବା ସନ୍ତାନ-ସନ୍ତତି ମାନଙ୍କୁ ଭତ୍ତା ଭିତ୍ତିକ ଚାକିରି ମିଳିବ ନାହିଁ। ଯଦି ସରକାରଙ୍କ ଅନୁମତିରେ ଦ୍ବିତୀୟ ବିବାହ ହୋଇଥାଏ ତେବେ ଦ୍ବିତୀୟ ପତ୍ନୀ ଓ ତାଙ୍କ ପିଲା ସରକାର ଙ୍କ ପକ୍ଷରୁ ମିଳୁଥିବା ସୁବିଧାର ଲାଭ ଉଠାଇ ପାରିବେ।
ବିନା ଅନୁମତି ରେ ଦ୍ବିତୀୟ ବିବାହ କରିଥିବା ସରକାରୀ କର୍ମଚାରୀ ଙ୍କର କାର୍ଯ୍ୟକାଳ ମଧ୍ୟରେ ଯଦି ଜୀବନ ଚାଲିଯାଏ ତେବେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ପିଲା ବାପାଙ୍କ ବଦଳରେ ଚାକିରି ପାଇଁ ଆବେଦନ କରି ପାରିବେ ନାହିଁ।ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ଗାଇଡ୍ଲାଇନ୍ ରେ ପ୍ରଥମ ପତ୍ନୀଙ୍କୁ ଅଗ୍ରାଧୀକାର ଦିଆଯାଇଛି।
ପ୍ରଶାସନ ପକ୍ଷରୁ ଏ ସମ୍ବନ୍ଧିତ ଆଦେଶ ସମସ୍ତ ବିଭାଗର ପ୍ରମୁଖ ଡିଜିପି, ମଣ୍ଡଳୀୟ ଆୟୁକ୍ତ ଏବଂ ସମସ୍ତ ଜିଳ୍ଲା ଅଧିକାରୀଙ୍କୁ ପଠାଇ ଦିଆଯାଇଛି।ଯଦି କୌଣସି କ୍ଷେତ୍ରରେ ସ୍ବାମୀଙ୍କ ସ୍ଥାନରେ ପ୍ରଥମ ପତ୍ନୀଙ୍କୁ ବାଦ୍ ଦେଇ ଦ୍ବିତୀୟ ପତ୍ନୀଙ୍କୁ ନିଯୁକ୍ତି ଦେବାକୁ ପଡ଼େ ତ ପ୍ରଥମ ପତ୍ନୀଙ୍କ ନିକଟରୁ ଏକ ଅନାପତ୍ତି ପତ୍ର ବା ଶପଥ ପତ୍ର ଆଣିବାକୁ ପଡ଼ିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।