ଛୋଟ ପିଲାଙ୍କୁ ଗାଡ଼ିରେ ବସାଇ ଆପଣ କୁଆଡେ ଯାଉଛନ୍ତି କି, କିନ୍ତୁ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ କାରଣ 9 ମାସ ରୁ 4 ବର୍ଷ ପିଲା ଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ଆପଣ ଜାଣିବା ନିହାତି ଜରୁରୀ | କାରଣ ବର୍ତ୍ତମାନ ର ସୁରକ୍ଷା କୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି | ଖାସ କରି 4 ବର୍ଷ ରୁ କମ ପିଲାଙ୍କୁ ମଟର ସାଇକେଲ ରେ ନେବା ବେଳେ ସୁରକ୍ଷା କୁ ଦୃଷ୍ଟି ରେ ରଖି କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଟର ଯାନ ଅଧିନିୟମ ଧାରା 129 ରେ ସଂସଦନ କରିବା ସହିତ ଏକ ଡ୍ରାଫ ଫୋର୍ଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଖୁବ ଚର୍ଚ୍ଚା ଚାଲିଛି |
ସରକାର ପକ୍ଷରୁ କୁହାଯାଇଛି ଯେ 4 ବର୍ଷ ରୁ କମ ବୟସ ର ପିଲା ଙ୍କୁ ନେଇ ଆପଣ କୁଆଡେ ଯାତ୍ରା କରୁଛନ୍ତି ତେବେ ଆପଣ ଙ୍କୁ 40 ସ୍ପିଡ଼ ରେ ଗାଡି ଚଳାଇବାକୁ ହେବ | ଏହାଠାରୁ ଅଧିକ ସ୍ପିଡ଼ ରେ ଗାଡି ଚଳାଇଲେ ନିୟମ ଉଲଘଂନ ବୋଲି ଧରି ନିଆ ଯିବ | କେବଳ ଏତିକି ନୁହେଁ ବରଂ ଏହି ପ୍ରସ୍ତାବ ରେ ମଧ୍ୟ କୁହା ଯାଇଛି ଯେ ପିଲା ମାନଙ୍କୁ ବାଇକ ରେ ନେଇ ଯାଉ ଥିଲେ ହେଲମେଟ ଲଗାଇବା ବାଧ୍ୟତାମୂଳକ ଅଟେ | ଯଦି ଆପଣ ହେଲମେଟ ପିନ୍ଧି ନଥିବେ ତେବେ ଆପଣ ଠାରୁ ଜରିମାନା ଆଦାୟ କରାଯିବ | ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଡ଼କ ପରିବହନ ଏବଂ ରାଜ୍ୟ ପଥ ମନ୍ତ୍ରାଳୟ ଡ୍ରାଫ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି |
ଯେଉଁଥିରେ କୁହାଯାଇଛି ଯେ ମଟର ସାଇକେଲ ଚଳାଉ ଥିବା ବ୍ୟକ୍ତି ଙ୍କୁ ହେଲମେଟ ପିନ୍ଧାଇବା ସହିତ ସୁରକ୍ଷା ହନ ମଧ୍ୟ ବ୍ୟବହାର କରିବେ | ଏହା ଦ୍ୱାରା ଦୁର୍ଘଟଣା ହେଲେ ଆପଣ ଙ୍କର ବିଶେଷ କିଛି କ୍ଷତି ହୋଇ ନ ପାରେ | ଏହା ସହିତ ଯେଉଁ ପୋଷାକ ଆପଣ ପିନ୍ଧି ଥିବେ ତାହା ଆଡଜେଷ୍ଟଟେବୁଲ ହୋଇ ଥିବା ଆବଶ୍ୟକ ଏବଂ ଡ୍ରାଇଭର ପିନ୍ଧିବା ପାଇଁ କାନ୍ଧ ରେ ଲୁକ ମଧ୍ୟ ରହିବ | ସଂସାଦିତ ନିୟମ ନିର୍ଦ୍ଧିଷ୍ଟ କରାଯାଇଥିବା ସୁରକ୍ଷା ହନ ହାଲୁକା, ନିୟନ୍ତ୍ରିତ ଜଳ ପ୍ରବାହ ଏବଂ ସ୍ଥାୟୀ ହେବା ଜରୁରୀ ଅଟେ |
ସୂଚନା ଅନୁଯାଇ, ସଡ଼କ ପାରିବହନ ଏବଂ ରାଜ୍ୟ ପଥ ମନ୍ତ୍ରାଳୟ ଅନୁସାରେ ଭାରତ ରେ ପ୍ରତେକ ବର୍ଷ ଏକ ଦଶମିକ ରୁ ପାଞ୍ଚ ଲକ୍ଷ ରୁ ଅଧିକ ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣା କାରଣ ରୁ ହେଉଛି | 2019 ରେ ଅତି କମ ରେ ସଡ଼କ ଦୁର୍ଘଟଣା ରେ ଏଗାର ହଜାର ଶହେ ଅଠଷଠି ଶିଶୁ ଙ୍କର ମୃତ୍ୟୁ ଘଟିଛି | ଅର୍ଥାତ ପ୍ରତିଦିନ 31 ଶିଶୁ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଉଛନ୍ତି | ତେବେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉ ଥିବା ହେତୁ ସାଧାରଣ ଜନତା ଅଧିକ ସଚେତନ ହେବା ଜରୁରୀ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |