ଭଦ୍ରକ କାଳୀପୂଜାରେ ବୁଲୁ ବୁଲୁ ପାଇଗଲି, କିନ୍ତୁ ହଠାତ ଏମିତି କଣ ହେଲା ରୂପା ଙ୍କ ସହ…. ମାତ୍ର 4 ଘଣ୍ଟାରେ ୯୭କ ରୁ ଅଧିକ ଲୋକ ଦେଖି ସାରିଲେଣି…

ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଉପଲୋଡ କରି ଫେମସ ହୋଇ ପାରିଛନ୍ତି ଆଉ ସେଥି ମଧ୍ୟରୁ ଜଣେ ହେଉଛନ୍ତି ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ | ଯିଏ ପ୍ରଥମେ ପ୍ରଥମେ ଟିକଟକ ଭିଡ଼ିଓ କରୁ ଥିଲେ ଆଉ ପରେ ପରେ ନିଜର ଏକ ୟୁଟ୍ୟୁବ ଆକାଉଣ୍ଟ ଖୋଲି ସେଥିରେ ନିଜ ଘରର ପରିବାର ଜୀବନ ଶୈଳୀ କୁ ସବୁ ଭିଡ଼ିଓ କରି ଉପଲୋଡ କରି ଥିଲେ |

ଆସ୍ତେ ଆସ୍ତେ ଫେମସ ହେବା ପରେ ରୂପା ଓ ପିଣ୍ଟୁ ଉଭୟ ମିଶି ଅନେକ ଆଲବମ ମଧ୍ୟ କରି ସାରିଲେଣି ଯାହାକି ଖୁବ ଲୋକ ପ୍ରିୟତା ସେମାନେ ହାସଲ କରି ପାରି ଥିଲେ | ତେବେ ସେ ତାଙ୍କ ଭିଡ଼ିଓ ମାଧ୍ୟମ ରେ ଗାଁ ର ପରିବେଶ କୁ ଦେଖାଇ ଥାଆନ୍ତି ଆଉ ସମସ୍ତ ପରିବାର ମିଶି କେତେ ଯେ ହସ ଖୁସି ରେ ଚଳୁଛନ୍ତି ତାହା ଦେଖିବା ପାଇଁ ମିଳେ | ଏତେ ଆଗକୁ ବଢ଼ି ଥିଲେ ମଧ୍ୟ ଏବଂ ଏତେ ନାଁ ଦୁହେଁ କମାଇ ଥିଲେ ମଧ୍ୟ ଉଭୟ ଙ୍କ ମଧ୍ୟରେ କେବେ ଗର୍ବ ଦେଖିବା ପାଇଁ ମିଳେ ନାହିଁ ଯାହାକି ଖୁବ ଭଲ ଲାଗି ଥାଏ | ରୂପା ମଧ୍ୟ ଏକ ଭଲ ବୋହୂ ର କର୍ତ୍ତବ୍ୟ ପାଳନ କରିବା ସହିତ ଏକ ଭଲ ମା ମଧ୍ୟ ଅଟନ୍ତି |

ତେବେ ଆପଣ ତ ଜାଣିଛନ୍ତି ଏବେ ଭଦ୍ରକ ରେ କାଳୀପୂଜା ର ମେଳା ପଡ଼ିଛି ଯାହାକି ପୁରା ଓଡ଼ିଶା ର ଫେମସ କାଳୀପୂଜା ଭଦ୍ରକ ଜିଲ୍ଲା ରେ ହିଁ ହୁଏ | ତେବେ ଏହି କାଳୀପୂଜା ରେ ଏବେ ରୂପା ପିଣ୍ଟୁ ଙ୍କର ପୁରା ପରିବାର ଦେଖିବା ପାଇଁ ମିଳିଛନ୍ତି ଅର୍ଥାତ ତାଙ୍କର ପୁରା ପରିବାର ବୁଲିବା ପାଇଁ ଯାଇଛନ୍ତି ଯାହାର ଭିଡ଼ିଓ ଏବେ ପିଣ୍ଟୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି | କାଳୀପୂଜା ର ମେଳା ରେ ରୂପା ପିଣ୍ଟୁ ଓ ତାଙ୍କ ପରିବାର ଖୁବ ମଜାମସ୍ତି କରି ଥିଲେ ଆଉ ଏହା ସହିତ ଏହି ମେଳା ରେ ତାଙ୍କର ଅନେକ ଫ୍ୟାନ୍ସ ଭେଟ ହୋଇ ଥିଲେ ଏବଂ ସେଲ୍ଫି ମଧ୍ୟ ନେଇ ଥିଲେ | ଚାରି ଆଡେ କେବଳ ଫ୍ୟାନ୍ସ ମାନେ ହିଁ ଘେରି ଯାଇ ଥିଲେ ଯାହାକୁ ଦେଖି ରୂପା ଓ ପିଣ୍ଟୁ ଖୁବ ଖୁସି ଅନୁଭବ କରି ଥିଲେ |ତେବେ କାଳୀପୂଜା ବୁଲା ସରିବା ପରେ ପିଣ୍ଟୁ କହିଛନ୍ତି କି କାଳୀପୂଜା ବୁଲା ସରିଗଲା ଆଉ ବହୁତ ମଜାମସ୍ତି ହେଲା ଆଉ ସବୁଠୁ ଖୁସି ଲାଗିଲା ଯେ ଆପଣ ମାନେ ସମସ୍ତେ ଆମକୁ ଭିଡ଼ିଓ ମାଧ୍ୟମ ରେ ଦେଖୁଛନ୍ତି କିନ୍ତୁ ଆପଣ ଙ୍କୁ ଦେଖିବାର ଏମିତି ବେଳେ ବେଳେ ଆମକୁ ସୁଯୋଗ ମିଳେ | ଆଉ ଯୋଉ ମାନେ ବି ଆଜି ଦେଖା ହୋଇଛନ୍ତି ସେମାନଙ୍କୁ ଆମ ତରଫରୁ ବହୁତ ଭଲ ପାଇବା କାରଣ ଆପଣ ମାନେ ଆଜି ଆମକୁ ଏତେ ଭଲ ପାଇବା ଦେଲେ | ତେବେ ପିଣ୍ଟୁ ଙ୍କର ବୋଉ ନାତୁଣୀ ଖୁସି ମା ଙ୍କ ପାଇଁ ଚୁଡ଼ି ମଧ୍ୟ ଆଣି ଥିଲେ ଯାହାକୁ ସେ ନିଜେ ତାଙ୍କ ହାତରେ ପିନ୍ଧାଇ ଦେଇ ଥିଲେ | ତେବେ ଏହି ସୁନ୍ଦର ଭିଡ଼ିଓ ଟିକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment