କିଛି ଲୋକଙ୍କ ପାଇଁ ବସ ପାଲଟି ଯାଇଛି ରୁମ , ଖୁଲମ ଖୁଲା ଚାଲିଛି ଦେହ କାରବାର..Bus turns into OYO in Bhubaneswar

ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।

ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।

କିନ୍ତୁ ଏ ସମାଜରେ ଲୋକେ ଏତେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ବାସ୍ତବରେ ବହୁତ ଲଜ୍ଜାଜନକ ହୋଇଥାଏ। ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ମାଳ ମାଳ କଣ୍ଡୋମ ପଡ଼ିଛି। ସିଟ୍ ସବୁ ଶୋଇ ରହିଛି। ଦେଖିଲେ ଲାଗିବ ଏହା କେଉଁ ରେଡ଼୍ ଲାଇଟ୍ ଏରିଆର। ହେଲେ ଏହା କେଉଁ ରେଡ଼୍ ଲାଇଟ୍ ଏରିଆ ନୁହେଁ, ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ର ପାର୍କିଂ ସ୍ଥାନ। ପର୍ଯ୍ୟଟକ ମାନେ ଏହି ଅଞ୍ଚଳରେ ଗାଡ଼ି ପାର୍କ କରି ଖଣ୍ଡଗିରି ର ମନୋଭରା ଦୃଶ୍ୟ ଦେଖିବା ପାଇଁ ଯାଇଥାନ୍ତି। ହେଲେ ଏହି ଦୃଶ୍ୟ ବୟାନ କରୁଛି ପର୍ଯ୍ୟଟକ ସ୍ଥାନ କେତେ ସୁରକ୍ଷିତ। ତେବେ ଏଭଳି ଦୃଶ୍ୟ ଦୁଇ ମାସ ତଳେ ଘଟିଥିଲା, ଆଉ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କୁହାଯାଇଥିଲା।

କିନ୍ତୁ ଆଜି ବି ସେହି କାର୍ଯ୍ୟ, ତାହେଲେ ପ୍ରଶାସନିକ କେତେ ସକ୍ରିୟ ଅଛନ୍ତି ତାହା ଏବେଠୁ ଜଣା ପଡ଼ୁଛି। ସୂର୍ଯ୍ୟ ବିଦାୟ ନେଲେ ଏଠାରେ ଅସାମାଜିକ କାର୍ଯ୍ୟ ଚାଲିଛି। କିଏ ମଦ ମାଂସ ର ଆସନ ଜମାଉଛି ତ ଆଉ କିଏ ଦେହ ବ୍ୟବସାୟ କରୁଛି। କେବଳ ବସ ଭିତରର ଚିତ୍ର ନୁହେଁ ବରଂ ବାହାରେ ମଧ୍ୟ ପଡ଼ି ରହିଛି ଅନେକ ଆପତ୍ତି ଜନକ ସାମଗ୍ରୀ। ଏହି ଦୃଶ୍ୟ କୁ ଦେଖି ଅନେକ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି। ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ଏ ପ୍ରତି ଦୃଷ୍ଟି ଦେବା ପାଇଁ ସବୁଠି ଚର୍ଚ୍ଚା ଜୋର ଧରିଛି।

Leave a Comment