ଆମ ଶାସ୍ତ୍ର ଅନୁସାରେ ବୃକ୍ଷ ଲତାଙ୍କୁ ଦେବୀ ଓ ଦେବତା ମାନଙ୍କ ରୂପ ମାନା ଯାଇଥାଏ। ସେଥିପାଇଁ ଆମେ ବୃକ୍ଷ ଲତାକୁ ପୂଜା କରିଥାଉ। ଆମ ଶାସ୍ତ୍ରରେ ବୃକ୍ଷ ଲତାକୁ ବହୁତ୍ ଗୁଣକାରୀ ମଧ୍ୟ କୁହା ଯାଇଛି। ବୃକ୍ଷ ହେଉଛି ମନୁଷ୍ୟର ପ୍ରକୃତ ସାଥୀ। ବୃକ୍ଷ ପାଖରୁ ବଞ୍ଚିବା ପାଇଁ ଆମକୁ ଅକ୍ସିଜେନ୍ ମିଳିଥାଏ ଖାଇବା ପାଇଁ ଖାଦ୍ୟ ମିଳିଥାଏ ଆଉ ବିଭିନ୍ନ ରୋଗର ଔଷଧ ମଧ୍ୟ ଆମେ ବୃକ୍ଷ ପାଖରୁ ପାଇଥାଉ। ଏକ ପ୍ରକାରରେ କହିବାକୁ ଗଲେ ଆମ ଜୀବନରେ ବୃକ୍ଷ ଲତାଙ୍କ ଖୁବ୍ ମହତ୍ତ୍ଵ ରହିଛି।
ଆମ ଶାସ୍ତ୍ରରେ ଏମିତି କିଛି ବୃକ୍ଷ ରହିଛନ୍ତି ଯାହାକୁ କଲ୍ୟାଣ କାରୀ ଏବଂ ହିତକାରୀ ବୋଲି କୁହା ଯାଇଛି।ତେବେ ଆଜି ଆମେ ଆପଣ ମାନଙ୍କୁ ତିନୋଟି ଏଭଳି ବୃକ୍ଷ ବାବଦରେ ଜଣାଇବୁ ଯାହାକୁ ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ଛୁଇଁକି ଆସିବାର ଅଛି ଏବଂ ଗୋଟିଏ ଲବଙ୍ଗ ଓ ଗୋଟିଏ କର୍ପୁର ନେଇ ସେହି ଗଛ ମୂଳରେ ରଖି ଜଳାଇବା ପାଇଁ ପଡିବ ଏବଂ ଆପଣଙ୍କର ଯାହା ସମସ୍ୟା ରହିଛି ସେହି ଗଛକୁ ଛୁଇଁ କହିବାର ଅଛି।ତେବେ ଆସନ୍ତୁ ଜାଣିବା କଣ ସେହି ଚମତ୍କାରୀ ବୃକ୍ଷ ଯାହାକୁ ଛୁଇଁ ଦେବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ।
୧. ପାରିଜାତ ବୃକ୍ଷ:-ପାରିଜାତ ବୃକ୍ଷର ଅନେକ ମହତ୍ତ୍ୱ ରହିଛି। ତେବେ ଦୀପାବଳୀ ଦିନ ଆପଣ ଏହି ବୃକ୍ଷ ପାଖକୁ ଯାଇ ଏକ ଘିଅର ଦୀପ ଜାଳି ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଘିଅର ଦୀପ ନାହିଁ ତେବେ ଆପଣ ସୋରିଷ ତେଲ ମଧ୍ୟ ନେଇ ପାରିବେ। ଏହାପରେ ଏହି ଗଛ ମୂଳରେ ଏକ ଲବଙ୍ଗ ଏବଂ ଏକ କର୍ପୂର ରଖି ମନସ୍କାମନା ଜଣାଇ ଏହି ବୃକ୍ଷକୁ ଛୁଇଁ ଦିଅନ୍ତୁ। ଏବଂ ଏହି ପାରିଜାତ ବୃକ୍ଷ ପାଖରେ ଲହୁଣୀକୁ ଭୋଗ ଲଗାନ୍ତୁ। ଏହି ବୃକ୍ଷକୁ ଛୁଇଁବା ଦ୍ଵାରା ଆପଣଙ୍କ ଉପରେ ଯଦି କିଛି ଅଭିଶାପ ଲାଗିଛି ତାହା ଦୂର ହେବ ଏବଂ ନକାରାତ୍ମକ ପ୍ରଭାବରୁ ମଧ୍ୟ ଦୂରେଇ ରହିବ।
୨. ବେଲ ବୃକ୍ଷ:-ଏହି ବେଲ ବୃକ୍ଷ ମୂଳରେ ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ଏକ ଘିଅର ଦୀପ ଜାଳି ଦିଅନ୍ତୁ। ଯଦି ଆପଣ ଘିଅର ଦୀପ ଜଳାଉଛନ୍ତି ତେବେ ଆପଣଙ୍କ ଉପରେ ମହାଦେବଙ୍କ ଅଶେଷ କୃପା ଲାଭ ହେବ। ଏବଂ ଏହି ବେଲ ବୃକ୍ଷକୁ ଲହୁଣୀର ଭୋଗ ଲଗାନ୍ତୁ। ଆଉ ନିଜ ମନସ୍କାମନା ଜଣାଇ ଏକ କର୍ପୂର ଜଳାଇ ତା ଉପରେ ଗୋଟିଏ ଲବଙ୍ଗ ପକାଇ ଦିଅନ୍ତୁ। ଏବଂ ଦୁଦୁରା ଫୁଲ ଏବଂ ଦୁଦୁରା ଫଳ ଅର୍ପଣ କରନ୍ତୁ।
୩. ନିମ୍ବ ବୃକ୍ଷ:-ନିମ୍ବ ବୃକ୍ଷ ମୂଳରେ ଦୀପାବଳୀ ଦିନ ସନ୍ଧ୍ୟାରୁ ରାତ୍ରି ସମୟ ମଧ୍ୟରେ ଏକ ତମ୍ବା ପାତ୍ରରେ କ୍ଷୀର ନେଇ ସେଥିରେ ଟିକିଏ ମିଶ୍ରି ମିଶାଇ ଅଭିଷେକ କରନ୍ତୁ। ଏବଂ ନିଜ ମାନସ୍କାନନ୍ ଜଣାଇ ଦିଅନ୍ତୁ। ଯାହା ଦ୍ଵାରା ଆପଣ ଜୀବନର ସବୁ ବାଧାବିଘ୍ନ ଦୂରେଇ ଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।