ପୁଣି 2023 ର ଅନ୍ତିମ ଓ ଭୟଙ୍କର ଚନ୍ଦ୍ର ଗ୍ରହଣ ( 05 May ) ହାଣ୍ଡିଛାଡ ସଠିକ ସମୟ | ୮ଟି ରାଶି ସାବଧାନ, ଜାଣନ୍ତୁ କେତେବେଳେ ପାକ ନିଷେଧ – Vastu Shastra

ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣର ବିଶେଷ ଭୂମିକା ରହିଛି, ପୁରା ବିଶ୍ୱ ରେ ବର୍ଷକୁ ଚାରି ରୁ ପାଞ୍ଚୋଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହୋଇଥାଏ | ସେହିପରି ଏହି ବର୍ଷ ଅର୍ଥାତ 2023 ରେ ସମୁଦାୟ ମହାଯାବତୀୟ ଦୃଶ୍ୟ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହେବ | ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ 20 ଏପ୍ରିଲ ଗୁରୁବାର ଦିନ ସଂଗଠିତ ହେବ |

ଏହାପରେ ଦ୍ୱିତୀୟ ସୂର୍ଯ୍ୟ ପରାଗ 14 ଅକ୍ଟୋବର ଶନିବାର ଦିନ ସଂଗଠିତ ହେବ | ସେହିଭଳି ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 5 ମେ ଶୁକ୍ରବାର ଦିନ ସଂଗଠିତ ହେବ ଏବଂ ଦ୍ୱିତୀୟ ଚନ୍ଦ୍ରଗ୍ରହଣ 29 ଅକ୍ଟୋବର ଶନିବାର ଦିନ ସଂଗଠିତ ହେବ | ତେବେ ଆଜି ଆମେ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ସମ୍ପର୍କ ରେ ଆଲୋଚନା କରିବା |

ତେବେ ଆସନ୍ତା ମେ ମାସ 5 ତାରିଖ ଶୁକ୍ରବାର ଦିନ ମହାକାଶ ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ | ପ୍ରତେକ ଦିନ ଗ୍ରହ ନକ୍ଷତ୍ର ଙ୍କ ଅବସ୍ଥାନ ରେ ପରିବର୍ତ୍ତନ ହୋଇଥାଏ ତେଣୁ ପ୍ରତେକ ଦିନର ତିଥି ଏବଂ ନକ୍ଷତ୍ର ଅଲଗା ଅଲଗା ହୋଇଥାଏ | ଏହି ମହାସଂଯୋଗ ଦୀର୍ଘ 151 ବର୍ଷ ପରେ ଘଟିବାକୁ ଯାଉଛି ଯାହାଦ୍ୱାରା ରାଶି ଚକ୍ରରେ 12 ଗୋଟି ରାଶି ମାନଙ୍କ ମଧ୍ୟରୁ 8ଗୋଟି ରାଶିରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି |

ସାଧାରଣତଃ ଚନ୍ଦ୍ର ଗ୍ରହଣ ଲାଗିବାର 9ଘଣ୍ଟା ବା ଦ୍ୱିପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକନିଷେଧ ବା ହାଣ୍ଡି ଛାଡ଼ କରାଯାଇ ଥାଏ | ଏହି ଗ୍ରହଣ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି କାରଣ ଗ୍ରହଣ ଲାଗିବାର ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ | ତେବେ ପାକନିଷେଧର ସମୟ ହେଉଛି 11.45 ରୁ ଆରମ୍ଭ କରି ରାତ୍ରି ଏକ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ, ଏହି ସମୟରେ ଦେବନୀତି, ରନ୍ଧନ କାର୍ଯ୍ୟ ଏବଂ ଭୋଜନ କୁ ବାରଣ କରାଯାଇଛି | ଏହି ଚନ୍ଦ୍ର ଗ୍ରହଣ ଗ୍ରାସ ସମୟ ହେଉଛି ରାତି 8.45 ମିନିଟ ରୁ ଆରମ୍ଭ ହୋଇ ମଧ୍ୟରାତ୍ରି ଏକ ଘଣ୍ଟା ରେ ଶେଷ ହେବ |

ଏହି ସମୟ ଗର୍ଭବତୀ ମହିଳା ଙ୍କ ପାଇଁ ବହୁତ ଅଶୁଭ ଅଟେ ତେଣୁ ସେମାନେ ସାବଧାନ ରହିବା ସହିତ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ବାରଣ କରାଯାଇଛି | ଗ୍ରହଣ ଲାଗୁ ଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ବାହାରନ୍ତୁ ନାହିଁ | ଚନ୍ଦ୍ର ଗ୍ରହଣ ସମୟରେ ରୋଷେଇ କାର୍ଯ୍ୟ, ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ କିନ୍ତୁ ଶୁଖିଲା ଖାଦ୍ୟ ଓ ଫଳମୂଳ ଆଦି ସେବନ କରି ପାରିବେ | ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ନଚେତ ଆପଣଙ୍କ ପରିବାରର ଅନିଷ୍ଟ ହେବ, ଦେବୀ ଦେବତା ଙ୍କ ପୂଜା କରନ୍ତୁ ନାହିଁ ଏବଂ ଗ୍ରହଣ ସମୟରେ ଘରର କବାଟ ବନ୍ଦ ରଖନ୍ତୁ |

ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ଗଛ ସହ ଲଗାନ୍ତୁ ନାହିଁ ଏବଂ ନଖ କି ଚୁଟି କାଟନ୍ତୁ ନାହିଁ | ତେବେ ଏହି ଚନ୍ଦ୍ର ଗ୍ରହଣରେ କେତୋଟି ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଥିବା ବେଳେ ଆଉ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବା ପାଇଁ ଯାଉଛି | ତେବେ 8ଟି ରାଶିରେ ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଛି ଆଉ ସେହି ରାଶି ଗୁଡ଼ିକ ହେଲେ, ମେଷ ରାଶି,ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି | ତେବେ ଅନ୍ୟ ଚାରି ଗୋଟି ରାଶି ମାନେ ଚନ୍ଦ୍ର ଗ୍ରହଣ ସମୟରେ ସାବଧାନ ରହିବା ଉଚିତ |

Leave a Comment