ଶୀଘ୍ର ବଢ଼ୁଛି H3N2 ଭାଇରସ୍। ଶନିବାର ରାତିରେ ଓଡ଼ିଶାରେ ୫୯ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି। ଏଥିପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଡାକ୍ତର ହରିଶ୍ ଚୌଧୁରୀ କହିଛନ୍ତି H3N2 ଭାଇରସ ନୂଆ ନୁହେଁ। ସ୍ୱାଇନ୍ ଫ୍ଲୁ ଭୂତାଣୁ ଭଳି ଏକ ଇନଫ୍ଲୁଏଞ୍ଜା। ୨୦୦୯ ରେ ଚିହ୍ନଟ ହୋଇଥିବା H1N1 ର ସବ୍ ଭେରିଆଣ୍ଟ। H3N2 ଭାଇରସ୍ ର ପ୍ରକୋପ ସମୟରେ ସଠିକ୍ ଚିକିତ୍ସା କଲେ ରୋଗୀ ଠିକ୍ ହୋଇଯିବେ।
ଏହାର ପ୍ରତିକାର ଓ ନିରାକରଣ ପାଇଁ ଟେଟ୍ରା ଭେରିଆଣ୍ଟ ଭ୍ୟାକସିନ ରହିଛି ହେଲେ ସେ ଟିକା କିଏ ନେବ କେବେ ନେବ ସେହି ଲୋକଙ୍କୁ ସଚେତନ କରାଇବା ଜରୁରୀ। କୋଭିଡ ଭଳି H3N2 ଭାଇରସ୍ ର ଟେଷ୍ଟ ଆର୍ଟିଫିସିଆଲ ସଂସ୍ଥା ରେ କରାଯାଇ ପାରିଲେ ଏଥିରେ କେହି ଗୁରୁତର ହେବେ ନାହିଁ କି କାହାରି ମୃତ୍ୟୁ ହେବ ନାହିଁ।
ଏହି ଭୂତାଣୁ ଗର୍ଭବତୀ ମହିଳା, ବୟସ୍କ, ବୃଦ୍ଧ, ଗୁରୁତର ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ଥିବା କହିଛନ୍ତି ଡାକ୍ତର ହରିଶ୍ ଚୌଧୁରୀ। ସେପଟେ ବରିଷ୍ଠ ଭେଷଜ ବିଶେଷଜ୍ଞ ଜୟନ୍ତ ପଣ୍ଡା କହିଛନ୍ତି H3N2 ଭାଇରସ୍ ଏକ ସାଧାରଣ ଇନଫ୍ଲୁଏଞ୍ଜା। ଏଥିରେ ସଂକ୍ରମିତ ହେଲେ ଥଣ୍ଡା ଜନିତ ଜ୍ୱର ମୁଣ୍ଡ ବିନ୍ଧା, ଗଳା ଜନିତ ବଥା ହୁଏ। କିଛି କ୍ଷେତ୍ରରେ ଏହା ନିମୋନିଆ ହୋଇପାରେ।
କୋଭିଡ଼ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଙ୍କୁ ଏହି ଭୁତାଣୁ ସହଜରେ ସଂକ୍ରମିତ କରିପାରେ। ଛିଙ୍କ, କାଶ, ହାତ ଦ୍ୱାରା ବ୍ୟାପୁଥିବା H3N2 ଭାଇରସ୍ ଏହା କୋଭିଡ ଭଳି ମାରାତ୍ମକ ହୋଇ ନପାରେ। ଏଥିରେ ଗୁରୁତର ହେବା ମଧ୍ୟ ଆଶଙ୍କା କମ୍ ରହିଛି। ସାତ ଦିନ ଅସୁସ୍ଥତା ପରେ ରୋଗୀ ସୁସ୍ଥ ହେବାର ସମ୍ଭାବନା ରହିଛି। କୋଭିଡ଼ ଭଳି ଅନୁରୁପ ସତର୍କତା ଅବଲମ୍ବନ ଜରୁରୀ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା।
ତେବେ ଏଥିପାଇଁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ତରଫରୁ ଗାଇଡଲାଇନ ଦିଆଯାଇଛି। ଏହାର ଲକ୍ଷଣ ମୁଣ୍ଡ ବିନ୍ଧା, ଗଳା ବଥା, ଛାତି, ଏବଂ ପତଳା ଝାଡ଼ା ହେବା ଭଳି ଲକ୍ଷଣ ଦେଖାଯାଉଛି ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। ସେଥିପାଇଁ କୋଭିଡ ସମୟରେ ଯାହାବି ଆମେ ନିୟମ ମାନୁଥିଲେ ,ଅର୍ଥାତ୍ ମାସ୍କ ବ୍ୟବହାର କରିବା, ପାଟିରେ ହାତ ଦେଇ ଛିଙ୍କିଵା, ଦୂରତା ରକ୍ଷା କରିବା ଆଦି ପାଳନ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।