ଆଜିକା ଯୁଗରେ ସୋସିଆଲ ମିଡ଼ିଆ ଏକ ମହତ୍ୱପୂର୍ଣ ସ୍ଥାନ ଗ୍ରହଣ କରିଛି | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | ନିଜ ନିଜ ପ୍ରତିଭା ଅର୍ଥାତ କିଏ ଗୀତ ଗାଇ ନଚେତ ଆଉ କିଏ ନୃତ୍ୟ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ପାରୁଛନ୍ତି |
ଆମ ଟିଭି ସୋ ରେ ମଧ୍ୟ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି | ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ତେବେ କେବଳ ପିଲା ନୁହଁନ୍ତି ବରଂ ଗୃହିଣୀ ମାନଙ୍କ ପାଇଁ ମଧ୍ୟ କିଛି ଏଭଳି ରିୟାଲିଟି ସୋ ରହିଛି ଯେଉଁଥିରେ ସେମାନେ ଭାଗ ନେଇ ନିଜର ପ୍ରତିଭା କୁ ସାମ୍ନାକୁ ଆଣି ପାରିବେ | ତେବେ ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ସମ୍ପୂର୍ଣ୍ଣ ଲକ୍ଷ୍ମୀ ରେ ଏକ ଗୃହିଣୀ ଆସି ପହଞ୍ଚିଛନ୍ତି |
ତେବେ ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ମଞ୍ଚ ରେ ଏବେ ଆସି ପହଞ୍ଚିଛନ୍ତି ଜୋସ୍ନା, ତେବେ ଜଜ ଯେତେ ବେଳେ ତାଙ୍କୁ ପଚାରି ଥିଲେ କି ତମ ବାହାଘର କୁ କେତେ ବୟସ ହୋଇଛି ସେ ସେତେବେଳେ ବାହାଘର ତିନି ବର୍ଷ ଏବଂ 1 ବର୍ଷ କୁନି ଛୁଆ ଟିଏ ଅଛି ବୋଲି କହି ଥିଲେ | ହେଲେ ମଜାରେ ଜଜ କହି ଥିଲେ କି ବାହାଘର କୁ ତିନି ବର୍ଷ ହୋଇ ଗଲାଣି କିନ୍ତୁ ଆପଣ ସ୍କୁଲ ଛୁଆ ଭଳି ଲାଗୁଛନ୍ତି |
ତେବେ ଜୋସ୍ନା କହିଛନ୍ତି କି ମୁଁ ଜୀବନରେ କିଛି ପୁର୍ଣ୍ୟ କରିଥିଲି ତେଣୁ ମତେ ମୋ ବାପ ଘରେ ଯେମିତି ବାପା ମା ଦେଇ ଥିଲେ ସେହିଭଳି ଭାବରେ ଶାଶୁ ଘରେ ମଧ୍ୟ ବାପା ମା ମତେ ଦେଇଛନ୍ତି ଯିଏ କି ମତେ ଖୁବ ଭଲ ପାଆନ୍ତି ଏବଂ ସବୁ କାର୍ଯ୍ୟ ରେ ସହଯୋଗ କରନ୍ତି | ତେବେ ତାଙ୍କ ସ୍ୱାମୀ ମଧ୍ୟ ବହୁତ ଭଲ କହି ସେ ସେହିଠାରେ ହିଁ ଖୁସି ରେ କାନ୍ଦି ପକାଇ ଥିଲେ | ତେବେ ଏହାପରେ ପରେ ସେ ସେହି ମଞ୍ଚ ରେ ବଜା ମହୁରୀଆ ବଜା ଗୀତ ଟିରେ ଏକ ସୁନ୍ଦର ଡ୍ୟାନ୍ସ କରି ଦେଖାଇ ଥିଲେ | ତେବେ ତାଙ୍କର ଡ୍ୟାନ୍ସ ଏତେ ସୁନ୍ଦର ରହି ଥିଲା କି ସେଠାରେ ଉପସ୍ଥିତ ଥିବା ଜଜ୍ଜ୍ୱ ଭୂମିକା ରେ ବସି ଥିବା ଅଭିନେତା ପୁପିନ୍ଦର ତାଙ୍କୁ ଖୁବ ପ୍ରଶଂସା କରି ଥିଲେ ଏବଂ ଆଗ ରାଉଣ୍ଡ ଯିବାକୁ ଅନୁମତି ମଧ୍ୟ ଦେଇ ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।