breaking news-ଡିସେମ୍ବର ପହିଲା ରୁ ଲାଗୁ ହେବ ନୂଆ ନିୟମ…ତେବେ ଜାଣନ୍ତୁ କଣ ରହିବ ପୁରା ମାସର ଗାଇଡଲାଇନ୍…କିଛି ଖାସ୍ ପରିବର୍ତ୍ତନ ହୋଇଛି ଜାଣି ଖୁସି ହେବେ…

ଆଜିଠୁ ବଦଳିବ ୫ ନିୟମ। ଲୋକଙ୍କ ଉପରେ କଣ ପଡ଼ିବ ପ୍ରଭାବ। ଆଜିଠୁ ଆରମ୍ଭ ହେଲା ଡିସେମ୍ବର ମାସ। ଚଳିତ ବର୍ଷ ର ଏହା ଶେଷ ମାସ। ଆଉ ମାସ ଆରମ୍ଭରୁ ହିଁ କିଛି ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ସବୁ ମାସରେ କିଛି ନୂଆ ନିୟମ ହୋଇଥାଏ। ଡିସେମ୍ବର ମାସରେ ବି କିଛି ନୁଆ ନିୟମ ହୋଇଛି। ଏହି ମାସରେ କିଛି ନିୟମ ଆସିଛି। ଏଲପିଜି ସିଲିଣ୍ଡର ଦର ଠାରୁ ଆରମ୍ଭ କରି ବ୍ୟାଙ୍କ୍ ସହିତ ଯୋଡ଼ିତ ଅନେକ ପରିବର୍ତ୍ତନ ହେବ। ତେବେ ଏହି ପରିବର୍ତ୍ତନ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇ ପାରେ। ତେବେ ଜାଣିବା କେଉଁ କେଉଁ ଜିନିଷ ଉପରେ ପରିବର୍ତ୍ତନ ହେବ।

୧- ଏଲପିଜି ସିଲିଣ୍ଡର ଦର

 

ଗ୍ୟାସ୍ କମ୍ପାନୀ ଗୁଡ଼ିକ ପ୍ରତି ମାସରେ ପ୍ରଥମ ତାରିଖରେ ଏଲପିଜି ଦର ସଂଶୋଧନ କରିଥାନ୍ତି। ଆଉ ଏଥର ବି ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ନଭେମ୍ବର ମାସ ପ୍ରଥମ ତାରିଖରେ ସାରା ଭାରତରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଥିଲା। ଫଳରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ର ଦର ୧୧୫ ଟଙ୍କା ୧୯ ପଇସା ହ୍ରାସ ପାଇଥିଲା। ଏଥର ବି ଗ୍ୟାସ ସିଲିଣ୍ଡର ରେ ଦରରେ ହ୍ରାସ ପାଇବ ବୋଲି ସାଧାରଣ ଲୋକେ ଆଶା ରଖିଛନ୍ତି।

୨- ଏଟିଏମ ରୁ ଟଙ୍କା ଉଠାଣରେ ପରିବର୍ତ୍ତନ

 

ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଟିଏମ ୟୁ ଟଙ୍କା ଉଠାଇବା ସମୟରେ ଆପଣ ଫୋନକୁ ଓଟିପି ଯିବ। ଆଉ ଓପିଟି ଦେଲାପରେ ଆପଣ ଟଙ୍କା ଉଠାଇ ପାରିବେ। ଠକାମିରୁ ଲୋକଙ୍କୁ ବଞ୍ଚାଇବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଭଳି ପରିବର୍ତ୍ତନ କରିଛି।

୩- ରିଟେଲ ପାଇଁ ଡିଜିଟାଲ ରୁପି

ଭାରତୀୟ ରିଜର୍ଭ ବ୍ୟାଙ୍କ ଡିସେମ୍ବର ୧ ରୁ ଡିଜିଟାଲ ରୂପି ଲଞ୍ଚ କରିବାକୁ ଘୋଷଣା କରିଥିଲେ। ରିଟେଲ ଡିଜିଟାଲ କରେନ୍ସି ପାଇଁ ଏହା ପାଇଲଟ ପ୍ରୋଜେକ୍ଟ ହେବ। ଏହା ଦ୍ଵାରା ଇ ରୁପି ର ବଣ୍ଟନ ବ୍ୟବହାର ପୁରା ପ୍ରକ୍ରିୟା ଯାଞ୍ଚ କରାଯିବ। ଏହା ପୂର୍ବରୁ ନଭେମ୍ବର ୧ ରୁ ହଲସେଲ ନେଣଦେଣ ପାଇଁ ଡିଜିଟାଲ ରୁପି ଲଞ୍ଚ କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ୍ ଏହି ଡିଜିଟାଲ କରେନ୍ସି କୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ନାଁ ଦେଇଛନ୍ତି।

୪- ଟ୍ରେନ ସମୟରେ ପରିବର୍ତ୍ତନ

ଡିସେମ୍ବର ମାସରେ ଆନେକ ସ୍ଥାନରେ ଘନ କୁହୁଡ଼ି ପଡ଼ିଥାଏ। ଆଉ ଏହି ମାସରେ ଥଣ୍ଡା ଅନୁଭୂତ ହୋଇଥାଏ। ଆଉ ସେଥିରୁ ବଞ୍ଚିବା ପାଇଁ ରେଲୱେ ଟ୍ରେନ୍ ସମୟରେ ପରିବର୍ତ୍ତନ କରିଥାଏ। ଡିସେମ୍ବର ମାସରୁ ରେଲୱେ ନୁଆ ସମୟ ଅନୁସାରେ ପରିଚାଳିତ ହେବ। ହେଲେ କେଉଁ ଟ୍ରେନ୍ ସମୟରେ ଏହା ପରିବର୍ତ୍ତନ ହେବ ତାହା ଡିସେମ୍ବର ୧ ପରେ ନିଷ୍ପତ୍ତି ନିଆଯିବ।

୫- ୧୩ ଦିନ ବ୍ୟାଙ୍କ ବନ୍ଦଡିସେମ୍ବର ରେ ସାରା ଦେଶରେ ୧୩ ଦିନ ବ୍ୟାଙ୍କ୍ ବନ୍ଦ ରହିବ। ସେଥିରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ଛୁଟି ମଧ୍ୟ ସାମିଲ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment