ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ଜବରଦସ୍ତ ଡ୍ୟାନ୍ସ , ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି…

ଆପଣ ମାନେ ବାସ୍ତବ ରେ ହେଉ କି ଟିଭି ଏବଂ ମୋବାଇଲ ମାଧ୍ୟମ ରେ ହେଉ ସଂକୀର୍ତନ ନିହାତି ଭାବରେ ଦେଖି ଥିବେ ଆଉ ସେହି ତାଳରେ ତାଳରେ ନିଜକୁ ହଜାଇ ମଧ୍ୟ ଦେଇ ଥିବେ | ଆପଣ ମାନେ ତ ଜାଣନ୍ତି ଆମ ଓଡ଼ିଆ ପରମ୍ପରା ରେ ଅଷ୍ଟ ପ୍ରହରୀ ଏକ କେତେ ବଡ଼ ସଂସ୍କୃତି ଯାହା ଗାଁ ରେ ହେଉ କି କେଉଁ ମନ୍ଦିର ସାମ୍ନାରେ ହେଉ ଦେଖିବା ପାଇଁ ମିଳି ଥାଏ | ପ୍ରାୟ ଏହା ଗ୍ରାମରେ ହିଁ ଆୟୋଜନ ହୋଇ ଥାଏ, କେହି ନିଜ ମାନସିକ ପୂରଣ କରିବା ପାଇଁ ଏହି ସଂକୀର୍ତନ କରି ଥାଏ ତ ନହେଲେ କୌଣସି ପୂଜା ର ପର୍ବ ଥିଲେ ଗ୍ରାମ ଲୋକ ମିଶି ସଂକୀର୍ତନ କରି ଥାଆନ୍ତି |

ଏହି ସଂକୀର୍ତନ ରେ ଢୋଲ ମୃଦଙ୍ଗ ବଜାଇ କୀର୍ତ୍ତନୀୟ ମାନେ ସେହି ତାଳରେ ହରେ କୃଷ୍ଣ ହରେ ରାମ ଗୀତ ଗାଇ ନୃତ୍ୟ ପରିବେଷଣ କରି ଥାଆନ୍ତି ଏବଂ ଭକ୍ତି ସହକାରେ ଏହି କୀର୍ତ୍ତନ ଟିକୁ କରି ବହୁତ ଆନନ୍ଦ ଓ ଶାନ୍ତି ମଧ୍ୟ ଉପଭୋଗ କରି ଥାଆନ୍ତି | କିନ୍ତୁ ଆଜି କାଲି ର ଯୁଗରେ କିଛି ଏଭଳି ଅଷ୍ଟ ପ୍ରହରୀ ଦେଖିବା ପାଇଁ ମିଳୁଛି ଯାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ ଆଉ ଯାହାକୁ ଦେଖିଲେ ଆପଣ ମଧ୍ୟ ନିନ୍ଦା କରିବେ |

 

କାରଣ କିଛି ଏଭଳି ଦୁର୍ବୁଦ୍ଧି ଲୋକ ଅଛନ୍ତି ଯେଉଁ ମାନେ ଭଗବାନ ଙ୍କ ନାଁ ରେ ଏକ ପ୍ରହସନ କରୁଛନ୍ତି | ଅଷ୍ଟ ପ୍ରହରୀ ଭଳି ଏକ ପବିତ୍ର ଆୟୋଜନ କୁ ନିଜ ମଜା ମସ୍ତି ପାଇଁ ତାକୁ ମଧ୍ୟ କଳଙ୍କିତ କରି ଦେଉଛନ୍ତି | ତେବେ ଏଭଳି ଏକ ଅଷ୍ଟ ପ୍ରହରୀ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହେବା ସହିତ ନିହାତି ଭାବରେ ଲଜ୍ୟା ଅନୁଭବ କରିବେ ଏବଂ ଭାବିବେ ଆଜିକାଲି ଦୁନିଆଁ ରେ ଆମ ପରମ୍ପରା ସଂସ୍କୃତି କୁଆଡେ ଯେମିତି ଲିଭି ଗଲାଣି |

ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ ସଂକୀର୍ତନ ରେ କିଛି କୀର୍ତ୍ତନୀୟ ଦଳ ଫିଲ୍ମ ର ରୋମାଣ୍ଟିକ ଗୀତ ରେ ହରେ କୃଷ୍ଣ ହରେ ରାମ ଜପି ନାଚୁଛନ୍ତି | ଯେଉଁଠି ‘ତୁଝେ ଦେଖା ତ ୟେ ଜାନେ ସନମ’ ଗୀତର ସ୍ୱର ର ତାଳେ ତାଳେ ସଂକୀର୍ତ୍ତନ ମାନେ ହରେ କୃଷ୍ଣ ହରେ ରାମ ଜପି ମର୍ଡନ ଭାବରେ ନୃତ୍ୟ କରୁଛନ୍ତି | ତାହା ପୁଣି ଆଉ କେଉଁ ଗୀତ ନୁହେଁ ଏହି ଗୀତ ହେଉଛି ପୁଷ୍ପା ଫିଲ୍ମ ର ଶ୍ରୀଭଲି ଗୀତ ଯେଉଁ ସ୍ୱର ରେ ଏମାନେ ହରେ କୃଷ୍ଣ ହରେ ରାମ ବୋଲୁଛନ୍ତି | ଆଉ ଏହାକୁ ଅନେକ ଲୋକ ସେଠାରେ ଦେଖୁ ଥିଲେ ମଧ୍ୟ ଏହାକୁ ବାରଣ ନ କରି ଏହାକୁ ଉପଭୋଗ କରୁଛନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଦେଖି ଅନେକ ଲୋକ ସମଲୋଚନା ମଧ୍ୟ ଆରମ୍ଭ କରି ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment