ହଠାତ ଲୁଚି ରହିଥିବା ବିଷଧର ଚନ୍ଦନ ବୋଡା ସାପ ( VIPER SNAKE ) ଦଂଶନ କଲା ଏହି ମହିଳାଙ୍କୁ, ଆଉ ତା ପରେ….

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ,ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |


କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |

ଆପଣ ତ ଜାଣିଛନ୍ତି ଏହି ସାପ ଖବର ପ୍ରାୟତଃ ଭଦ୍ରକ ଜିଲ୍ଲା ରେ ହିଁ ଦେଖିବାକୁ ମିଳେ ଯେପରି କି ଭଦ୍ରକ ଜିଲ୍ଲା ସାପ ମାନଙ୍କର ଆଡା ସ୍ଥାନ ପାଲଟି ଗଲାଣି | ତେବେ ପୁଣି ଭଦ୍ରକ ଜିଲ୍ଲା ରେ ଚନ୍ଦନ ବୋଡ଼ା ସାପ କୁ ଉଦ୍ଧାର କରାଯାଇଛି ଯାହାର ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ଏକ ଘରେ ମହିଳା ଜଣଙ୍କ ଶୋଇ ଥିବା ସମୟରେ ଏହି ଚନ୍ଦନ ବୋଡ଼ା ସାପ ଟି ଆସି ମହିଳା ଙ୍କ ମୁଣ୍ଡରେ ସିଧା ଦଂଶନ କରିଥିଲା ଯାହା ଦ୍ୱାରା ମହିଳା ଜଣଙ୍କ ଗୁରୁତର ହୋଇ ପଡିଛନ୍ତି |

ଏହାପରେ ତୁରନ୍ତ ମହିଳା ଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇ ଥିଲା | ତେବେ ଏହି ସାପକୁ ଦେଖି ଗ୍ରାମର ଲୋକେ ଭଦ୍ରକ ର ସାପ ଧରାଳି ମିର୍ଜା ମହମ୍ମଦ ଅରିଫଙ୍କୁ ଖବର ଦେଇ ଥିଲେ ଆଉ ଏହାପରେ ମିର୍ଜା ଆସି ସାପ ଟିକୁ ନିଜର ବିଦ୍ୟା ର କୌଶଳ କ୍ରମେ ସାପ ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ଥିଲେ | ତେବେ ସେ କିପରି ସାପ ଟିକୁ ଉଦ୍ଧାର କରି ଥିଲେ ତାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଆପଣ ମଧ୍ୟ କେଉଁଠି ବିଷଧର ସାପ ଦେଖିଲେ ତାକୁ ନ ମାରି ସାପ ଧରାଳି ଙ୍କ ସହ ଯୋଗାଯୋଗ କରନ୍ତୁ |

Leave a Comment