VIRAL VIDEOଆଶ୍କର୍ଯ୍ୟ ଘଟଣା Viral Video-ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କ’ଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ କ’ଣ ସତରେ ଏଭଳି ହୋଇପାରେ

ଅନେକ ପ୍ରକାର ଘଟଣା ସଂସ୍ପର୍ଶରେ ଆପଣ ମାନେ ପ୍ରତିଦିନ ଆସୁଛନ୍ତି। ସେଥି ମଧ୍ୟରୁ କିଛି ଘଟଣା ଯାହା ଆମକୁ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥାଏ। ଜୀବନର ପ୍ରକୃତ ମୂଲ୍ୟବୋଧ କୁ ପ୍ରକାଶ କରିଥାଏ ଓ ବୁଝାଇଥାଏ।ସେହିପରି ଆଜି ଆମେ ଗୋଟିଏ ବାପା ଝିଅଙ୍କ କାହାଣୀ ବିଷୟରେ ଜାଣିବା , ଯାହା ଆପଣ ମାନେ ଥରେ ଶୁଣିବା ମାତ୍ରେ ଆପଣଙ୍କ ଆଖିରୁ ନିଶ୍ଚୟ ଲୁହ ଆସିଯିବ । ଗୋଟିଏ ଦିନ ଝିଅ ପୁନିମ ଘରକୁ ଆସି ବାପାଙ୍କୁ କହିଲା , ବାପା ମୁଁ ମୋ ପସନ୍ଦର ପୁଅ ସହିତ ବାହା ହୋଇଗଲି । ଏହା ଶୁଣି ବାପା ବହୁତ ରାଗି ଗଲେ , କିନ୍ତୁ ସେ ବହୁତ ବୁଝିବା ଲୋକ ଥିଲେ ।

ସେ ଝିଅକୁ ବାସ ଏତିକି କହିଲେ ଯେ ମୋ ଘରୁ ବାହରି ଯା , ଝିଅ ତାର ଅସୁବିଧା ବିଷୟରେ କହିଲା କିନ୍ତୁ ବାପା କିଛି ଶୁଣିଲେ ନାହିଁ । କିଛି ବର୍ଷ ବିତି ଯିବା ପରେ ପୁନମ ର ବାପାଙ୍କ ଦେହାନ୍ତ ହୋଇଗଲା , ଦୁର୍ଭାଗ୍ୟ ବଶତଃ ସେ ଯେଉଁ ପୁଅ ସହ ବିବାହ କରିଥିଲେ ସେ ମଧ୍ୟ ଧୋକା ଦେଇ ଚାଲିଗଲା ।

 


ପୁନମ ର ପୁଅ ଗୋଟେ ଏବଂ ଝିଅ ଗୋଟେ ଥିଲେ , ଆଉ ସେ ଗୋଟେ ହଟୋଲ ଚଳାଉ ଥିଲେ , ସେଥିରେ ତାଙ୍କର ଜୀବନ ବିତୁଥିଲା । ପୁନମ ବାପାର ମୃତ୍ୟୁ ଖବର ପାଇବା ପରେ ମନେ ବହୁତ ଖୁସୀ ହେଲା , ଏବଂ ବାପା ଙ୍କ ଶବକୁ ଥରେ ଦେଖିବା ପାଇଁ ସ୍ଥିର କଲେ । ପୁନମ ତାର ବାପା ଘରେ ପହଞ୍ଚିବା ପରେ ସମସ୍ତେ ଅନ୍ତିମ କାର୍ଯ୍ୟରେ ବ୍ୟସ୍ତ ଥିଲେ , କିନ୍ତୁ ତାଙ୍କ ମନରେ ଟିକିଏ ହେଲେ ଦୁଃଖ ନଥିଲା । ଆଜି ପୁନମର ବାପାଙ୍କର 13 ଦିନ ଥିଲା ଏବଂ ପିଶା ପୁନମଙ୍କୁ ଏକ ଲେଟର ଦେଲେ ଓ କହିଲେ ଏ ଲେଟର ଟି ତୋ ବାପା ଲେଖିଥିଲେ । ରାତି ହେବା ପରେ ସମସ୍ତ ବନ୍ଧୁବାନ୍ଧବ ପଳେଇଲେ ଏବଂ ପୁନମ ସେହି ଲେଟର ଟିକୁ ପଢିବା ଆରମ୍ଭ କଲା ।

ସେଥିରେ ଲେଖା ହୋଇଥିଲା , ମୋର ପ୍ରିୟ ଗୁଡିଆ ମୁଁ ଜାଣିଛି ତୁ ମୋ ଉପରେ ରାଗିକି ଅଛୁ କିନ୍ତୁ ତୁ ତୋ ବାପାକୁ କ୍ଷମା କରିଦେ । ମୁଁ ଜାଣିଛି କି ମୁଁ ତୋତେ ଘରୁ ବାହାର କରିଦେଲି , ତୋ ପାଖରେ ରହିବାକୁ ଜାଗା ନଥିଲା । ମୁଁ ବି ଦୁଃଖ ରେ ଥିଲି କିନ୍ତୁ ତୋତେ ଛୋଟବେଳୁ ତୋର ସମସ୍ତ ଅଳି ଅଝଟକୁ ପୂରଣ କରିଛି । ତୋ ମନରେ କେବେହେଲେ ଦୁଃଖ ଆସିବା ପାଇଁ ଦେଇ ନାହିଁ , କିନ୍ତୁ ଏମିତି ଗୋଟେ ପୁଅକୁ ବିବାହ କରି ଆସିଲୁ ଯାହା ବିଷୟରେ ତୋତେ କିଛି ବି ଜଣା ନଥିଲା । କିନ୍ତୁ ମୁଁ ସେ ପୁଅ ବିଷୟରେ ସମସ୍ତ ଡାଟା ବାହାର କରିଥିଲି , ସେ ଏମିତି ଅନେକ ଝିଅକୁ ତାର କାମ ବାସନା ଓ ଟଙ୍କା ଲୋଭରେ ଫସାଇ ଅନେକ ଝିଅକୁ ଧୋକା ଦେଇଛି ।

ତୁ ସେତେବେଳେ ଏ ସବୁ ବୁଝିବା ପରିସ୍ଥିତିରେ ନଥିଲୁ , ମୋର ଅନେକ ଆଶା ଥିଲା ତୋର ବିବାହକୁ ନେଇ । ଆଲମିରାରେ ତୋ ମା ର କେତେଗୁଡିଏ ଗହଣା ଓ ଟଙ୍କା ରହିଛି ଏବଂ ବ୍ୟଙ୍କରେ ମଧ୍ୟ ଟଙ୍କା ଅଛି । ସେ ସବୁ ତୁ ନେଇ ଆସିବୁ , ପ୍ରଥମ ଥର ପାଇଁ ଯେତେବେଳେ ତୁ ବିବାହ କରି ଆସିଲୁ ପ୍ରଥମ ଥର ପାଇଁ ମୁଁ ବହୁତ ଭାଙ୍ଗି ପଡିଥିଲି । ବାପା ମା ସବୁବେଳେ ପିଲା ମାନଙ୍କର ଖୁସୀ ଚାହିଥାନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି ।

Leave a Comment