ଦେଖନ୍ତୁ viral ଭିଡିଓ ! ରାସ୍ତାରୁ ଟେକିନେଲେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ। ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ ହୋସ ରହିବନି…

ଗୁଣ୍ଡାଙ୍କ କବଳରୁ ଖସି ଆସିଲା ଦଶମ ଶ୍ରେଣୀ ଛାତ୍ରୀ। ଛାତ୍ରୀଙ୍କ ଟେକି ନେବା ପାଇଁ ହୋଇଥିଲା ଷଡଯନ୍ତ୍ର। ଛାତ୍ରୀଙ୍କୁ ଟେକି ନେବା ପାଇଁ କିଏ ରଚିଥିଲା ଷଡଯନ୍ତ୍ର। ବିଚ୍ ରାସ୍ତା ରୁ ଟେକି ନେଲେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ। କିନ୍ତୁ କୌଶଳ କରି ଗାଡ଼ିର କାଚ ଭାଙ୍ଗିଲା ଛାତ୍ରୀ। ଛାତ୍ରୀଙ୍କୁ ଅପହରଣ କରିବା ହେଲା ପଣ୍ଡ। ଦୁର୍ବୃତ୍ତମାନେ ଖେଳାଇଲେ ଆତଙ୍କ।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଭୟ ଖେଳି ଯାଇଛି। ଘଟଣା ପରେ ଏବେ ସ୍କୁଲ କୁ ନିଜ ଝିଅ କୁ ଛାଡ଼ିବା ପାଇଁ ଭୟ କଲେଣି ବାପା ମା। ମୋ ଝିଅ କୁ କେହି ଟେକି ନେଇ ଯିବନି ତ? ମୋ ଝିଅ କୁ କେହି ଦୁଷ୍କର୍ମ କରି ଦେବନି ତ? ଏଭଳି ଭୟ ଘାରିଛି ଏବେ ବାପା ମା ଙ୍କୁ।

ମ୍ୟାଟ୍ରିକ ପରୀକ୍ଷା ଦେଇ ଆସିଲା ବେଳେ କିଛି ଗୁଣ୍ଡା ଦଶମ ଶ୍ରେଣୀ ଛାତ୍ରୀ ଙ୍କ ମୁହଁ କୁ ଜାବୁଡ଼ି ଧରି ଟେକି ନେଇଥିଲେ। ବୁଦ୍ଧି ଖଟାଇ ଛାତ୍ରୀ ଜଣକ ଗାଡ଼ିର କାଚ ଭାଙ୍ଗି ଖସି ପଳାଇ ଆସିଥିଲା ସତ, କିନ୍ତୁ ରାସ୍ତାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଖଣ୍ଡିଆ ଖାବରା ହୋଇ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ରେ ପଡ଼ିଥିବା ଦେଖି ହସପିଟାଲ ଆଣିଥିଲେ ସ୍ଥାନୀୟ ଲୋକେ। କିଏ ବା କାହିଁକି ଛାତ୍ରୀ ଙ୍କୁ ଅପହରଣ କରିଥିଲା।

ତାହା ଜଣାପଡ଼ି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଭୟର ବାତାବରଣ। ଛାତ୍ରୀ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ସୁମିନି ସେଠୀ। ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ମ୍ୟାଟ୍ରିକ ପରୀକ୍ଷା ସାରି ସେ ସେଠାରେ ଠିଆ ହୋଇଥିଲା।ଆଉ ସେହି ସମୟରେ ତିନି ଜଣ ଗୁଣ୍ଡା ଆସି ତାକୁ ମୁହଁ ରେ କଣ ଲଗେଇ ଦେଇ ଟେକି ନେଲେ ବୋଲି କହିଛନ୍ତି ଛାତ୍ରୀ ଜଣକ।


ଏ ନେଇ ଆହାତ ଛାତ୍ରୀ ଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବାପା ମା ଙ୍କ କହିବା ଅନୁସାରେ ତାଙ୍କର କାହାରି ସହିତ କୌଣସି ପୁରୁଣା ଶତ୍ରୁତା ବି ନାହିଁ। କିଏ ବା କାହିଁକି ତାଙ୍କ ଝିଅ ଉଠାଇ ନେବା ପାଇଁ ଚେଷ୍ଟା କରିଥିଲା ତାହା ଜଣାପଡ଼ି ନାହିଁ। ଯଦି କୌଶଳ କରି ସେଠାରୁ ଛାତ୍ରୀ ଜଣକ ଖସି ଆସିପାରି ନଥାନ୍ତା ତେବେ ପରିସ୍ଥିତି କଣ ଯେ ହୋଇଥାନ୍ତା ତାହା କଳ୍ପନା ବି କରିହେଇ ନଥାନ୍ତା। ଏକଥା କହି ଛାତ୍ରୀ ଙ୍କ ବାପା ମା ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅନ୍ୟପଟେ ସେ ଭୟରେ ଦିନ କାଟୁଛନ୍ତି।

Leave a Comment