ଆମ ଧର୍ମ ଶାସ୍ତ୍ର ଗୁଡିକରେ ଭବିଷ୍ୟତ କୁ ନେଇ ଅନେକ ବାର୍ତା ଦିଆଯାଇଛି ।ତେବେ ମାଳିକା ରେ ଭବିଷ୍ୟତ ଓ ଭବିଷ୍ୟତରେ ମଣିଷ ର ଅବସ୍ଥା କଣ ହେବ, ସେମାନେ କେଉଁ କେଉଁ ପରିସ୍ଥିତି ର ସାମ୍ନା କରିବେ ସେ ବିଷୟରେ ସୂଚନା ଦିଆଯାଇଛି ।କାଳକ୍ରମେ ଧୀରେଧିରେ ସେହି ଭବିଷ୍ୟତ ବାଣୀ ଗୁଡିକ ସତରେ ବି ପରିଣତ ହେଉଛି ।ତେବେ 600 ବର୍ଷ ତଳେ ଅଚ୍ୟୁତାନନ୍ଦ ଙ୍କ ଦ୍ଵାରା ଯେଉଁ ମାଳିକା ରଚନା ହେଇଥିଲା ସେତେବେଳେ ଭବିଷ୍ୟତ ରେ ପୃଥିବୀ ଧ୍ଵଂସ ହେବା ପୂର୍ବରୁ କେଉଁ କେଉଁ ସୂଚନା ଦେବ ତାହା ବୋଲା ଯାଇଥିଲା ।ମଣିଷର ହିଂସ୍ର ପ୍ରବୃତ୍ତି, ଦୁରାଚାର, ଅନୈତିକ ବ୍ୟବହାର ଯୋଗୁଁ ଧୀରେ ଧୀରେ ସମୟ ବଦଳିବାରେ ଲାଗିବ ।
ତେବେ କାହି କେତେ ବର୍ଷରୁ ଆକ୍ରମଣକାରୀ ମାନେ ଭଗବାନଙ୍କୁ ନବାପାଇଁ ଚେଷ୍ଟା କରିଛନ୍ତି , ଭଗବାନଙ୍କ ଆଲୌକିକତା ଉପରେ ତାଙ୍କ ପାପ ଦୃଷ୍ଟି ପକେଇଛନ୍ତି । ଅନେକ ଆକ୍ରମଣ କରିଛନ୍ତି ଜଗନ୍ନାଥ ମନ୍ଦିର ଉପରେ । ଭବିଷ୍ୟତ ମାଳିକା କହେ ଘଟଣାର ହେବ ପୁନରାବୃତ୍ତି , ଋଷର ସୌନିକ ମାନେ ବା ତ୍ରିଜଟା ମାନେ ଆକ୍ରମଣ କରିବେ ଶ୍ରୀମନ୍ଦିରକୁ ଆଉ ନେଇଯିବେ ପ୍ରଭୁ ଜଗନ୍ନାଥଙ୍କୁ । ଆଉ ଏଭଳି ଏକ ସମୟ ଆସିବ ଯେଉଁ ସମୟରେ ସମସ୍ତଙ୍କର ବୁଦ୍ଧିବାଟ ଶୂନ୍ୟ ହୋଇଯିବ । ଋଷ ର ସୌନିକ ମାନେ ମନ୍ଦିର ଆକ୍ରମଣ ପରେ ଚତୁର୍ଦ୍ଧା ମୁରତିକୁ ରେଳ ମାଧ୍ୟମରେ ଋଷ ନେଇଯିବାକୁ ଚେଷ୍ଟା କରିବେ ।
କିନ୍ତୁ ବୈରୀ ରେଳ ଷ୍ଟେସନରେ ହେବ ଏକ ବିସ୍ଫୋରଣ , ଯେଉଁଠାରେ ଇଞ୍ଜିନ ଚୂର୍ଣ୍ଣ ହୋଇଯିବ । ଭବିଷ୍ୟତର ମାଳିକା କହୁଛି ଋଷର ଆକ୍ରମଣ ବିଷୟରେ , ଭଗବାନଙ୍କ ଶ୍ରୀକ୍ଷେତ୍ର ଜଗନ୍ନାଥ କ୍ଷେତ୍ର ପୁରୀ । ଆକ୍ରମଣର ଶିକାର ହେବ ରୁଷର ସୌନିକ ମାନଙ୍କ ଦ୍ୱାରା , ତ୍ରିଜଟାର ଅର୍ଥାତ୍ ରୁଷିଆର ଲୋକମାନେ । ବର୍ତ୍ତମାନ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘଟ ଲଢେଇ , ଅନ୍ୟପଟେ ମଧ୍ୟ ମାଳିକାର ଅନ୍ୟ ପଦରେ ଲେଖାଯାଇଛି , ଯେ ରୁଷ ର କୁଟ ନଦୀ କୂଳରେ ରହିଛି ଏଭଳି ଏକ ଦିବ୍ୟଶକ୍ତି ଯାହାକୁ ରୁଷ ନିଜ ହାତକୁ ନେବ ।
ଯେଉଁ ଯୁଦ୍ଦାଅସ୍ତ୍ରକୁ ପ୍ରୟୋଗ କରିବା ପାଇଁ ତାକୁ ଆବଶ୍ୟକ ହେବ ଏକ ଶକ୍ତି ପିଣ୍ଡର , ତେବେ ଏକଥା ପ୍ରଚଳିତ ଅଛି ଜଗନ୍ନାଥଙ୍କ ଦାରୁବ୍ରହ୍ମ ଭିତରେ ଯେଉଁ ପିଣ୍ଡ ରହିଛି ତାହା ବାସ୍ତବରେ ଶ୍ରୀକୃଷ୍ଣଙ୍କର ହୃଦୟ ଅଟେ । ତାହା ଏକ ଶକ୍ତିପୁଞ୍ଜ ଅଟେ , ତାହା ଏଭଳି ଏକ ଶକ୍ତିପୁଞ୍ଜ ଯାହା କେବେବି ସରିବ ନାହିଁ । ବୋଧହୁଏ ଏହି ଶକ୍ତିପୁଞ୍ଜର ବ୍ୟବହାର କରିବେ ରୁଷର ବୈଜ୍ଞାନିକ ମାନେ , ଯେଉଁଥିପାଇଁ ପୁରୀ ଉପରେ ଆକ୍ରମଣ କରିବାକୁ ସେମାନେ ଯୋଜନା କରିବେ । ଜଗନ୍ନାଥଙ୍କ ମଧ୍ୟରେ ଯେଉଁ ବ୍ରହ୍ମ ରହିଛି ଯଦି ତାହା ବାସ୍ତବରେ ଶ୍ରୀକୃଷ୍ଣଙ୍କର ହୃଦୟ ହୋଇଥାଏ ବା ଏହା ଏକ ଏମିତି ଶକ୍ତି ପିଣ୍ଡ ହୋଇଥାଏ ।
ତେବେ କୌଣସି ଯନ୍ତ୍ରାଶଂ ରେ ବା କୌଣସି ବିମାନରେ ନେବାପାଇଁ ଚେଷ୍ଟା କରାଯାଏ ତେବେ ସେଠାରେ ଏପରି ଏକ ଶକ୍ତିର କୁଣ୍ଡଳିନୀ ଜାଗ୍ରତ ହେବ , ଯାହାକି ପ୍ଲେନକୁ ଅଧାବାଟରେ ବିସ୍ଫୋରଣ କରିଦେବ । ତେବେ ଏହା ହିଁ ରହିବ ଏକ କାରଣ କାହିଁକି ରୁଷର ଲୋକମାନେ ଜଗନ୍ନାଥଙ୍କ ଦାରୁକୁ ଟ୍ରେନ ଯୋଗେ ନେବା ପାଇଁ ଚେଷ୍ଟା କରିବେ । କାରଣ ଅନେକ କୁହନ୍ତି ଯେତେବେଳେ ଜଗନ୍ନାଥଙ୍କ ଖଟ ପରିବର୍ତ୍ତନ ହୁଏ ଏହି ବ୍ରହ୍ମକୁ ଯେଉଁ ବ୍ୟକ୍ତି ଗୋଟିଏ ଦାରୁ ରୁ ଆଉ ଗୋଟିଏ ଦାରୁ କୁ ନେଇ ରଖେ ତାର ମୃତ୍ୟୁ ହୋଇଯାଏ । ଏହି କାର୍ଯ୍ୟକ୍ରମରେ ରୁଷ କେବେ ସଫଳ ହେବ ନାହିଁ ।