ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଶିକ୍ଷା ବ୍ୟବସ୍ଥା କେତେ ପରିମାଣରେ ତଳକୁ ଯିବାକୁ ଲାଗିଲାଣି ।କୁହାଯାଉଛି କି ଆଉ ସ୍କୁଲ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଠ ପଢା ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି କି ପିଲା ଙ୍କ ଭବିଷ୍ୟତ କଥା ଚିନ୍ତା କରୁ ନାହାନ୍ତି ଦରମା ପାଉଛନ୍ତି ଆଉ. ମନ ଇଚ୍ଛା କାମ କରୁଛନ୍ତି ।ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ଏମିତି କିଛି ଅଭିଯୋଗ ଆଣିଛନ୍ତି ଶିକ୍ଷୟତ୍ରୀ ଙ୍କ ନାଁ ରେ । ଆଉ ଯେଉଁଠି ଦିଦି ଜଣଙ୍କ ପାଠ ନ ପଢ଼େଇ ମୋବାଇଲ ଦେଖିବାକୁ ଲାଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିଲା ଜଣଙ୍କ । ତାହେଲେ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳୁଛି କି ପାଠ ପଢାକୁ ନେଇକି ଯେତେବେଳେ ଶିକ୍ଷୟତ୍ରୀ ଙ୍କ ନା ରେ ପ୍ରଶ୍ନ ଉଠିଛି ସେତେବେଳେ କେଉଁ ଭଳି ଭାବରେ ରାଗି ଯାଇଛନ୍ତି ଦିଦି ଜଣଙ୍କ । ଆଉ ଅଭିଭାବକ କୁ ପଚାରିବାକୁ ଲାଗିଛନ୍ତି ସେ କିଏ ବୋଲି ।ଆଉ ଯାହା କୁହାଯାଉଛି କି ଦିଦି ଜଣଙ୍କ ସ୍କୁଲ ରେ କ୍ଲାସ ରୁମ ରେ ଥିଲା ବେଳେ ପିଲାମାନେ ଗେଟ ବାହାରକୁ ଯାଇକି ବୁଲୁଛନ୍ତି । ମାତ୍ର ଖାତାରେ ପ୍ରେଜେଣ୍ଟ ବୋଲି ପଡିଛି, କିନ୍ତୁ ପିଲା ସ୍କୁଲ ରେ ନାହୁଁ ବୋଲି କୁହାଯାଉଛି ।
ତାହା ପରେ ଯେତେବେଳେ ପ୍ରେସିଡେଣ୍ଟ ସାର ଜଣକ ଯାଇଛନ୍ତି ତାହାର ଟିକିଏ ସମୟ ଆଗରୁ ଦିଦି ଜଣଙ୍କ ସ୍କୁଲ କୁ ଆସିଥିଲେ ଆଉ ବହି ପିଲାମାନ ଙ୍କୁ ମାଗିଥିଲେ ।କିନ୍ତୁ ପିଲାମାନେ ସେମାନଙ୍କ ପାଖରେ ବହି ନାହିଁ ବୋଲି କହିଥିଲେ କାରଣ ପିଲାମାନେ କହିଛନ୍ତି କି ତାଙ୍କର ସ୍କୁଲ ରେ କେଉଁ ଦିନ କଣ ପଢା ଯିବ ସେ ନେଇକି କିଛି ବି ସୂଚୀ ଦିଆଯାଇ ନାହିଁ । ଆଉ ଯେଉଁଥିପାଇଁ ସ୍କୁଲ କୁ ସେମାନେ ବହି ନେଇ ନାହାନ୍ତି ବୋଲି କହିଛନ୍ତି ।ତାହା ବ୍ୟତୀତ ପିଲାମାନେ କହିଛନ୍ତି କି ଦିଦି ଜଣଙ୍କ 2-3 ରେ ସ୍କୁଲ କୁ ଆସନ୍ତି ଆଉ 4 ରେ ଘରକୁ ପଳେଇ ଯାଆନ୍ତି ।
ତାହା ବ୍ୟତୀତ ଦିଦି ଜଣଙ୍କ ପାଠ ପଢାଇବା ବଦଳରେ ସ୍କୁଲ କୁ ଯାଇକି ସେଠାରେ ମୋବାଇଲ ଦେଖନ୍ତି ଆଉ ପିଲାଙ୍କ ପାଠ ପଢା ଉପରେ ଦୃଷ୍ଟି ଦିଅନ୍ତି ନାହିଁ ବୋଲି କହିଛନ୍ତି । ଆଉ ଏହି କଥା ନେଇକି ଯେତେବେଳେ ପିଲା ଙ୍କର ବାପା ସ୍କୁଲ ରେ ଅଭିଯୋଗ କରିଛନ୍ତି ରାଗି ଯାଇଛନ୍ତି ଦିଦି ଜଣଙ୍କ ଆଉ ସେ କିଏ ବୋଲି ପଚାରିଛନ୍ତି । ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।