ଆଜିକୁ 600 ବର୍ଷ ପୂର୍ବେ ମହାପୁରୁଷ ପଞ୍ଚଶଖା ମାନେ ଯେତେେଳେ କାଗଜ କଲମ ନ ଥିଲା, ଅତ୍ୟାଧୁନକ ଯନ୍ତ୍ରପାତିର ବ୍ୟବସ୍ଥା ନ ଥିଲା, ତାଳ ପତ୍ର ଏବଂ ଲେଖନୀ ସାହାଯ୍ୟରେ ସେ ସମଗ୍ର ବିଶ୍ଵର ଭବିଷ୍ୟତ ଲେଖିଛନ୍ତି। ଏହି ଉକ୍ତି ଉପରେ ମହାପୁରୁଷ ଅଚ୍ୟୁତାନନ୍ଦ ଗୋଟେ ସୁନ୍ଦର ଆଲୋଚନା କରିଛନ୍ତି, ସେ କହିଛନ୍ତି ହେ ରାମଚନ୍ଦ୍ର, ମୋର ବାଣୀ କେବେ ଅନ୍ୟଥା ହେବ ନାହିଁ। ତାଙ୍କର ତତ୍ତ୍ଵାବଧନି ଗ୍ରନ୍ଥରେ କଳି ଯୁଗର ଭବିଷ୍ୟତ ବିଷୟରେ ଯାହା କହିଛନ୍ତି ତାହା ସବୁ ସତ୍ୟ ହେବ । ଆଉ ଏହାକୁ ମାଳିକା ବଚନ କୁହାଯାଏ।
ମାଳିକା ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ଅନେକ ପ୍ରମାଣ ଆମେ ଏବେ ପାଉଛୁ । ଏହା ସତ ଯେ ମାଳିକା ବର୍ଣ୍ଣନାରେ ଏକ ପୂର୍ଣ୍ଣ ଅନୁଭବର ବିଚାର ଦେଖିବାକୁ ମିଳିଥାଏ । ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ ।
ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ । ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ପାପ, ଅନୀତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ । ଏହାସହିତ ନୀତିବାନ ହେବା , ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା , ସଚେତନ କିପରି ରହିପାରିବା ଏହା ମାଳିକାର ଉଦ୍ଦେଶ୍ୟ ।
ମାଳିକାର ଅନେକ ଜିନିଷ ଏବଂ ସ୍ଥାନମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟବସ୍ତୁ ଯାହା ଶଂସ୍ପର୍ଶରେ ଆମେ ଏବେ ଆସୁଛୁ ସେଥିପାଇଁ ଅନେକ ଲୋକ ଚେଷ୍ଟା ଜାରି ରଖିଛନ୍ତି । ସତ୍ୟଭଞ୍ଜ ୟ୍ୟୁଟ୍ୟୁବ୍ ଚ୍ୟାନାଲ୍ ତରଫରୁ ଏହି ପ୍ରୟାସ ଜାରି ରହିଛି । ଅନେକ ମାଳିକା ବର୍ଣ୍ଣିତ ସ୍ଥାନରେ ପହଞ୍ଚୁଛି ଏହି ଚ୍ୟାନାଲ୍ । ଆଉ ଲୋକଲୋଚନକୁ ଆଣୁଛି ଅନେକ ଅଜଣା ସତ୍ୟ । ଏହିକ୍ରମରେ ଏହି ଚ୍ୟାନାଲ୍ ପହଞ୍ଚିଥିଲା ମାଳିକା ବର୍ଣ୍ଣିତ ଷୋଳ ମଣ୍ଡଳ , ଆଉ ଏହି ଷୋଳ ମଣ୍ଡଳର ଅନ୍ୟତମ ଗୌରୀ ମଣ୍ଡଳର ଅନ୍ୟତମ ଭକ୍ତ ଅଭିରାମ ଦେବଦାସକୋ ।
ମହାପୁରୁଷଙ୍କ ବାଣୀ ଅନୁସାରେ ଭାରତ ଚାଇନା ମଧ୍ୟରେ ଘୋର ଯୁଦ୍ଧ ହେବ କିନ୍ତୁ ପାକିସ୍ତାନ ସହିତ ନୁହେଁ , କାହିଁକି ନାଁ ପାକିସ୍ତାନ ପୁଣି ଭାରତ ସହିତ ମିଶିଯିବ । ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଙ୍ଗଲାଦେଶ୍,ନେପାଳ ଏସବୁ ହେଉଛନ୍ତି ଭାରତର ତେଣୁ ପୁଣି ଏସବୁ ମିଶିବେ ଏବଂ ଭାରତ ପୁଣି ଅଖଣ୍ଡ ଭାରତରେ ପରିଣତ ହେବ ।
ତେବେ ଜମ୍ବୁଦୀପ ଭାରତବର୍ଷରେ ଉତ୍କଳଦେଶ ଅର୍ଥାତ ଓଡିଶାରେ ଜଣେ ଔଲୌକିକ ସତ୍ତାର ବା ବ୍ୟକ୍ତି ବିଶେଷ ଆବିର୍ଭୂତ ହେବ , ଯିଏକି ସାରା ବିଶ୍ବକୁ ନିଜ ନିୟନ୍ତ୍ରଣରେ ବା ଅଧୀନରେ ରଖିବେ । ଆଉ ସେ ସମୟ ଖୁବ୍ ନିକଟତର ହେଲେଣି । ତେବେ ଏମିତି ଜଣେ ମହାନ ବ୍ୟକ୍ତି ଆବିର୍ଭାବ ହେବେ ଯାହାଙ୍କର ତପ ଆଗରେ ତୁପ ପରାସ୍ତ ହେବେ । ଅଭିରାମ ପରମହଂସ କହିଛନ୍ତି ଦ୍ବାଦଶ ଏକ ରେ ପଡିବ ଧ୍ବନୀ, ତିନି ପୁରକୁ ପଡିବ ଭାଳେଣୀ ।
ତେବେ ଶେଷରେ ଚାଇନା ର ବିନାଶ ହେବ ଏବଂ ଭାରତ ବିଶ୍ବଗୁରୁ ହେବ ।