ନିକଟରେ ରଙ୍ଗର ପର୍ବ ହୋଲି କୁ ପାଳନ କରିଛନ୍ତି ଦେଶବାସୀ। ନିଜ ନିଜ ଘରେ ସୁରକ୍ଷିତ ରହି ରଙ୍ଗର ଏହି ସୁନ୍ଦର ସ୍ନେହ, ମମତା ଓ ଭଲପାଇବା ରେ ଭରା ପର୍ବକୁ ପାଳନ କରିଛନ୍ତି ସମସ୍ତେ। ଏହାରି ଭିତରେ ଅନେକ ଏହିଭଳି ଭିଡିଓ ଆମ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ସେମାନଙ୍କ ପରିବାର ସହ ମିଶି ବହୁତ୍ ଧୁମଧାମର ସହ ଏହି ରଙ୍ଗୀନ୍ ପର୍ବକୁ ପାଳନ କରିଛନ୍ତି ଏବଂ ପରସ୍ପର ଭିତରେ ଖୁସି ବାଣ୍ଟି ଛନ୍ତି। ଓଡ଼ିଶାର ମନୋରଞ୍ଜନ ଜଗତରୁ ମଧ୍ୟ ଏଭଳି ଛବି ଦେଖିବାକୁ ମିଳିଛି ହୋଲିର ପରବର୍ତ୍ତୀ ସମୟ ରେ।
ଆପଣ ମାନେ ଜାଣି ଥିବେ ଆଜି ହୋଲି ଉତ୍ସବ ପାଳନ ହେଲା ଆଉ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ହିରୋ ହିରୋଇନ୍ ମାନେ ଏହି ହୋଲି ଖୁବ୍ ଭଲ ଭାବରେ ପାଳନ କରିଛନ୍ତି । ଏହି ପର୍ବରେ ଆପଣ ମାନେ ବହୁତ ଉପଭୋଗ କରିଥିବେ ଏବଂ ରଙ୍ଗର ଏହି ପର୍ବ ରେ ପରସ୍ପର କୁ ରଙ୍ଗ ଲଗାଇ ଆପଣ ଖୁସି ମଧ୍ୟ ବାଣ୍ଟି ଥିବେ।
ସେହିପରି ଏହି ଯୋଡ଼ି ମଧ୍ୟ ଆଜି ହୋଲିର ଏହି ରଙ୍ଗର ପର୍ବରେ ପରସ୍ପରକୁ ରଙ୍ଗ ଦେଇ ବହୁତ ମଜା କରିଛନ୍ତି ଏବଂ ନିଜ ଦେହରେ ରଙ୍ଗ ବୋଲେଇ ହୋଲିର ଏହି ଖୁସିର ପର୍ବକୁ ଉତ୍ସାହ ର ସହିତ ପାଳନ କରି ଦର୍ଶକ ମାନଙ୍କ ସହିତ କିଛି ମୁହୂର୍ତ୍ତ ବିତାଇଛନ୍ତି । ଉଭୟ ହୋଲି କୁ ବହୁତ ସୁନ୍ଦର ଭାବରେ ଖୁସିର ସହିତ ଉପଭୋଗ କରିଛନ୍ତି। ଦର୍ଶକ ଏବଂ ପ୍ରଶଂସକ ମାନଙ୍କୁ ମଧ୍ୟ ତାଙ୍କର ଖୁସି ସେୟାର କରିଛନ୍ତି। ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମଧ୍ୟ ହୋଲି କୁ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି । ।
ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଏହି ହୋଲି ଉତ୍ସବ କୁ ଖୁବ୍ ଭଲ ଭାବରେ ପାଳନ କରିଛନ୍ତି । ସେହିପରି ପ୍ରକୃତି ମିଶ୍ର ତାଙ୍କ ଫ୍ରେଣ୍ଡ୍ ମାନଙ୍କ ସହିତ ହୋଲି ସେଲିବ୍ରେସନ୍ କରୁଥିବାର ନଜର ଆସୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ପ୍ରକୃତି ମିଶ୍ର ଙ୍କ ଏହି ଭିଡିଓ ତାଙ୍କ ପ୍ରଶଂସକ ମାନଙ୍କୁ ବେଶ୍ ପସନ୍ଦ ଆସୁ ଥିବାର ମଧ୍ୟ ଦେଖିବାକୁ ମିଳିଛି। ଏପଟେ ଅଭିନେତ୍ରୀ ନିଲାଖୀ ଖୁସି ଏବଂ ଉତ୍ସାହର ପର୍ବ ହୋଲିକୁ ପାଳନ କରୁ ଥିବାର ଦେଖିବାକୁ ମିଳୁଛି।ଏହା ସହ ଅନେକ ମଜା ମସ୍ତି ମଧ୍ଯ କରୁଥିବାର ଦେଖିବାକୁ ମିଳୁଛି ଏହି ଭିଡିଓ ରେ। ନିଜର ଜବରଦସ୍ତ ଡାନ୍ସ କରୁଥିବାର ମଧ୍ଯ ଦେଖିବାକୁ ମିଳୁଛି।ସେ ଏହି ମଜା ଖୁସିକୁ ତାଙ୍କ ପରିବାର ସହିତ ପାଳନ କରୁଥିବାର ଦେଖିବାକୁ ମିଳିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।