ଏମିତି ପାଶବିକ ବ୍ୟବହାର କରୁଛନ୍ତି ..? କଣ ଏହା ଏହି ଅତ୍ୟାଧୁନିକତାର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି ..?ତେବେ ଏହିପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ ..? ତେବେ ବର୍ତ୍ତମାନର ଯୁବପିଢ଼ୀମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି ।
ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନେ ଇଣ୍ଟରନେଟର ବ୍ୟବହାର ଅତି କଦର୍ଯ୍ୟ ଭାବରେ କରୁଛନ୍ତି । ଯଦିଓ ଏହାର ପ୍ରକୃତ ଉଦେଶ୍ୟ ଥିଲା ଲୋକମାନଙ୍କୁ ଉନ୍ନତି ଦିଗରେ ଆଗେଇବା କିନ୍ତୁ ହେଉଛି ଏହାର ବିପରୀତ। ତେବେ ଆପଣମାନେ ତ ଜାଣିଥିବେ ବର୍ତ୍ତମାନର ଲୋକମାନେ କିପରି ଭାବେ ଧୀରେ ଧୀରେ ଅଶୀଳ ବ୍ୟବହାର କରିବାର ଲାଗିଛନ୍ତି।
ସାମ୍ନାକୁ ଆସିଛି କଳା ବ୍ୟବସାୟର ବିସ୍ତୃତ କାହାଣୀ । ପୋଲିସ୍ ଆଖି ଆଡୁଆଳରେ ଚାଲିଛି ଓଡିଶାର ପର୍ଯ୍ୟନଟସ୍ଥଳୀ ମନ୍ଦିରମାଳିନୀ ଭୂବନେଶ୍ବରରେ ଭର୍ଚୁଆଲ ସେକ୍ସ ରାକେଟ୍ । ଆଉ ଏହି ସେକ୍ସ କରିବା ପାଇଂ ମାତିଛନ୍ତି ପାଗଳଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ ଟଙ୍କା ନୁହେଁ ବରଂ ଭିଡିଓ କଲରେ ସେକ୍ସ କରିବା ପାଇଁ ବାଧ୍ୟ କରୁଛନ୍ତି । ଯୁବତୀମାନଙ୍କ ସହିତ ବନ୍ଧୁତାକରି ଫସାଉଛନ୍ତି ଏବଂ ଏହା ଏବେ ଓଡିଶାରେ ମାତିଛନ୍ତି ।
ତେଣୁ ଏଥିପ୍ରତି ସାବଧାନ ହୁଅନ୍ତୁ ଯଦି ସୋସିଆଲ ମିଡିଆରେ ଫୋଟ ପୋଷ୍ଟ କରିବାର ସଉକ ରହିଛି , କାରଣ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ଏବଂ ଆପଣ ମଧ୍ୟ ଏହି ଗ୍ୟାଙ୍ଗର ବ୍ଲାକମେଲିଂର ଶିକାର ହୋଇପାରନ୍ତି । କାରଣ ଲାଇକ୍, ସେୟାର, ପ୍ରମୋଟ କରିବାର ନିଶା ଆପଣଙ୍କୁ ପକାଇପାରେ ବହୁତ ବଡ ଅସୁବିଧାରେ । କିଛି ନକରି ଏମିତିକି ସେବିଷୟରେ କିଛି ନଜାଣିଲେ ମଧ୍ୟ ବ୍ଲାକମେଲିଂର ଶିକାର ହୋଇପାରନ୍ତି ।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଆପଣ ପୋଷ୍ଟ କରୁଥିବା ଫୋଟକୁ ଦେଖ ଆପଣଙ୍କର ଅବିକଳ ନଗ୍ନ ଫୋଟ ତିଆରି କରୁଛନ୍ତି ପ୍ରଫେସନାଲ୍ ଫୋଟ ଏଡିଟରମାନେ ଏବଂ ଯୁବତୀଙ୍କୁ ଏହି ଫୋଟ ଦେଖାଇ ବ୍ଲାକମେଲିଂ କରୁଛନ୍ତି । ତେବେ ଏହି ଭର୍ଚୁଆଲ ସେକ୍ସ କଣ ଏବଂ କେମିତି ଏହାର କାମ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହେଉଛି ।
ଆପଣ ସୋସିଆଲ ମିଡିଆରେ ଛାଡୁଥିବା ଏକାଧିକ ଫୋଟକୁ ବ୍ଲାକମେଲର ଏକାଠି୍ କରି ଅବିକଳ ଆପଣଙ୍କର ବଡିଲାଙ୍ଗୁଏଜର୍ ନଗ୍ନ ଫୋଟକୁ ଏଡିଟ୍ କରି ରଖିବ । ପ୍ରଥମେ ଇନଷ୍ଟା କିମ୍ବା ଫେସବୁକ୍ ମାଧ୍ୟମରେ ଆପଣଙ୍କ ସହ ବନ୍ଧୁତା କରି କଥାବାର୍ତ୍ତା ଆରମ୍ଭ କରିବ. ତାପରେ ସେକ୍ସ ଚାର୍ଟ କରିବା ପାଇଂ କହିବ । ଆଉ ଯଦି ଆପଣ ତା କଥାରେ ରାଜି ନହୁଅନ୍ତି ତାହେଲେ ସେତେବେଳେ ସେ ଆପଣଙ୍କର ଏଡିଟ୍ କରିଥିବା ନଗ୍ନଫୋଟକୁ ଆପଣଙ୍କ ପାଖକୁ ପଠାଇ ବ୍ଲାକମେଲ୍ କରିବ ଏବଂ ତାକଥା ମାନିବା ପାଇଂ ବାଧ୍ୟ କରିବ । ପରେ ଭିଡିଓକଲ୍ ମାଧ୍ୟମରେ ଭର୍ଚୁଆଲ ସେକ୍ସ କରିବା ପାଇଂ ବାଧ୍ୟ କରିବ ।
ଗୁରୁତ୍ବପୂର୍ଣ୍ଣ କଥା ଯଦି ଆପଣ ତାଙ୍କର ସେହି ଆଇଟି ବ୍ଲକ କରି ଦିଅନ୍ତି ତାହେଲେ ଅଲଗା 10ରୁ15ଟି ଆଇଡିରେ ଧମକ ଦେଉଛନ୍ତି ବ୍ଲାକମେଲର୍ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ବ୍ଲାକମେଲ୍ କରୁଥିବା ଗ୍ୟାଙ୍ଗମାନେ ରାଜ୍ୟ ଭିତରର ଏବଂ ସେମାନେ ଓଡିଆ ଭାଷାରେ ହିଁ କଥାବାର୍ତ୍ତା ହେଉଛନ୍ତି । ତେଣୁ ଏଥିପ୍ରତି ଶତପ୍ରତିଶତ ସାବଧାନ ରୁହନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।