ତେବେ ଆମେ ସବୁବେଳେ ଦେବାଦେବୀ ମାନଙ୍କ ପାଦ ତଳେ ଶରଣ ନେଇଥାଉ ଆଉ ତାଙ୍କ ମାୟା ଆଗରେ ଆମେ ଖୁବ ସାମାନ୍ୟ ଅଟୁ | ଆଉ ସେହି ଦେବାଦେବୀ ଙ୍କ ଭିତରେ ମାଆ ବାଟ ମଙ୍ଗଳା ଙ୍କର ମହିମା ବି ଅପାର ତାଛଡା ଆଜି ବି ସେ ଜୀବିତ ଥିବା ସହିତ ଭକଙ୍କୁ ମାର୍ଗ ଦେଖାଉ ଥିବାର ସୂଚନା ମିଳିଛି | ତେବେ ଆଜି ମା ବାଟ ମଙ୍ଗଳା ଙ୍କ ସମ୍ପର୍କ ରେ ଆଲୋଚନା କରିବା, ଏଇ କିଛି ଦିନ ତଳର କଥା ରାତି ପ୍ରାୟ ଦୁଇଟା ହେବ ଅଫିସ କାମ ସାରି 5 ଜଣ ବ୍ୟକ୍ତି ମିଶି ଅଫିସ କାର ରେ ପୁରୀ ବାହାରି ପଡିଲେ ମହାପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ |
ପୁରୀ ଆଉ ଅଳ୍ପ କିଛି ବାଟ ଥିବା ବେଳେ ପରିସ୍ଥିତି କିଛି ବଦଳି ଗଲା, ଆକାଶ ରେ ବିଜୁଳି ର ଚମକ ଦେଖା ଗଲା ଆଉ ମଝିରେ ମଝିରେ କଳା ହାଣ୍ଡିଆ ମେଘ ଗର୍ଜନ କରୁ ଥିଲା କାନକୁ ପ୍ରକମ୍ପିତ କରୁଥିଲା ଘଡ଼ଘଡ଼ି ର ଶବ୍ଦ | ଗୋଟିଏ କାର ଭିତରେ ଥାଇକି ମୁହଁକୁ ମୁହଁ ଦିଶୁ ନଥିଲା କି କାହା ପାଟିରୁ ଆଉ କଥା ଶୁଭୁ ନଥିଲା କାରଣ ପରିବେଶ ଟି ପୁରା ଗମ୍ଭୀର ହୋଇ ଯାଇଥିଲା | ଆଗକୁ ଗାଡ଼ି ଗଡ଼ିବା ଆଉ ସମ୍ଭବ ନଥିଲା ଯୁଆଡେ ଚାହିଁଲେ ଖାଲି କୁହୁଡ଼ି ଆଉ କୁହୁଡ଼ି ଆଗକୁ ଗଲେ ବି ବିପଦ ପଛକୁ ଗଲେ ବି ବିପଦ ଆଉ ରହିଲେ ବି ବିପଦ |
ସମସ୍ତେ ଖାଲି ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି ପାଟି କରୁଥାଉ ସମୟ ବଢ଼ିବା ସହିତ ମନରେ ଭୟ ବି ବଢୁଥାଏ ଆଉ ମନରେ ଖାଲି କହୁଥାଉ କି ହେ ଜଗନ୍ନାଥ ତମକୁ ଦର୍ଶନ କରିବ ପାଇଁ ଯାଉଛୁ ରଖିଲେ ତମେ ରଖିବ ମାରିଲେ ତମେ ମାରିବ | ଏମିତି କିଛି ସମୟ ବିତି ଗଲା ହେଲେ କୁହୁଡ଼ି ବନ୍ଦ ହେଲା ନାହିଁ ଗାଡ଼ି ବି ହଠାତ ବନ୍ଦ ହେଇ ଗଲା ଆଉ ଷ୍ଟାର୍ଟ ହେଲା ନାହିଁ | ଠିକ ଏତିକି ବେଳେ ଗାଡ଼ି ଭିତରୁ କେଁଉ ଏକ ନାରୀ ପାଉଁଜି ର ରୁଣୁଝୁଣୁ ଶବ୍ଦ ଶୁଭାଗଲା ହଠାତ ସମସ୍ତେ ଚମକି ପଡିଲେ | ଏହାପରେ ଗୋଟେ ବୁଢ଼ୀ ମା ଆସି କାରର ଡର ରେ ହାତ ମାରିଲା ଆଉ ତାକୁ ଦେଖି ଯୁବକ ମାନଙ୍କର ଭୟ ଆହୁରି ବଢ଼ି ଯାଇଥିଲା |
ଏହାପରେ ମା ଜଣଙ୍କ କହି ଚାଲିଲେ କି ଏଠି କିଛି ଭୟ କରିବା ଦରକାର ନାହିଁ ଏଇ ଆଗ ଛକରେ ମୋ ଘର ବାମ ପଟରେ ପଡ଼ିବ ସବୁଦିନ ଏଇ ରାତିରେ ମୁଁ ଘୁରି ବୁଲେ, ମା ପାଇଁ ଫୁଲ ତୋଳେ ଆଉ ବାଟୋଇ ମାନଙ୍କୁ ବାଟ ମଧ୍ୟ ଦେଖାଏ | ଜଗା କୁ ଡାକୁଚ ହେଲେ ମା ବାଟ ମଙ୍ଗଳା ଙ୍କୁ ଡାକିନ ଜଗାକୁ ଦର୍ଶନ କରିବା ପାଇଁ ଯିବା ବେଳେ ମା ବାଟ ମଙ୍ଗଳା ଙ୍କୁ ନିଶ୍ଚୟ ଡାକିବ, ଏତିକି କହି ମା ଜଣଙ୍କ କୁହୁଡ଼ି ଭିତରେ କୁଆଡେ ହଜି ଗଲେ |
ଏହାପରେ ଯୁବକ ମାନେ ମା ବାଟ ମଙ୍ଗଳା ଙ୍କୁ ସ୍ମରଣ କଲେ ସେ ବୁଢ଼ୀ ମା ପଛେ ପଛେ କୁହୁଡ଼ି ବି ହଟି ଗଲା ମେଘର ଗର୍ଜନ ମଧ୍ୟ ଥମି ଗଲା ଆଉ ଗାଡ଼ି ମଧ୍ୟ ଷ୍ଟାର୍ଟ ହେଇ ଗଲା | ଏଭଳି ଭାବେ ମା ତାଙ୍କୁ ବାଟ ଦେଖାଇ ଦେଇ ଥିଲେ ଆଉ ସେଭଳି ଭାବରେ ମା ସମସ୍ତ ଙ୍କୁ ବାଟ ଦେଖାଇ ଥାଆନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।