ଦେଖନ୍ତୁ ollywood ଭିଡିଓ ! ନୂଆ ବିବାହ କରିଥିବା ହିରୋଇନ୍ ମାନେ କେମିତି ପାଳନ କଲେ ନୂଆ ବର୍ଷ

ତେବେ ବର୍ତ୍ତମାନ ପୁରୁଣା ବର୍ଷ ଶେଷ ହୋଇ ଯାଇଛି ଆଉ ନୂଆ ବର୍ଷ ଆରମ୍ଭ ହୋଇ ଯାଇଛି, ସମସ୍ତେ 2022 ମସିହା କୁ ବିଦାୟ ଦେଇ 2023 ବର୍ଷ କୁ ସ୍ୱାଗତମ କରିଛନ୍ତି | ନୂଆବର୍ଷ ରେ ଲୋକ ମାନେ ଏକ ନୂଆ କରି କିଛି ଆରମ୍ଭ କରିଥାନ୍ତି, କିଏ ନୂଆବର୍ଷ ରେ ମନ୍ଦିର ଯାଇ ଦିନ ଟିକୁ ଆରମ୍ଭ କରି ଥାଆନ୍ତି ତ ଆଉ କେହି ନୂଆ ବର୍ଷ ରେ ନୂଆ ନୂଆ ସ୍ଥାନ ପିକନିକ ରେ ବୁଲି ଯାଆନ୍ତି |

ନଚେତ ଆଉ କେହି କେହି ପାର୍ଟି କରି ନୂଆବର୍ଷ ର ଖୁସି ଟିକୁ ଉପଭୋଗ କରି ଥାଆନ୍ତି | ତେବେ ସାଧାରଣ ଭାବରେ ସେଲିବ୍ରେଟି ମାନେ ନୂଆବର୍ଷ ଟିକୁ କିପରି ପାଳନ କରିଛନ୍ତି ତାହା ଜାଣିବା ପାଇଁ ଆମେ ଖୁବ ଆଗ୍ରହ ପ୍ରକାଶ କରିଥାଉ | କାରଣ ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଭାବରେ ଭିନ୍ନ ଥାଏ ଅର୍ଥାତ ଷ୍ଟାଇଲିସ ଧରଣ ର ହୋଇ ଥାଏ |

ତେବେ ଏହି କିଛି ଦିନ ପୂର୍ବରୁ ଅନେକ ସେଲିବ୍ରେଟି ବିବାହ ମଧ୍ୟ କରିଛନ୍ତି ଆଉ ବିବାହ ପରେ ଏହା ହେଉଛି ତାଙ୍କର ପ୍ରଥମ ନୂଆବର୍ଷ | ଓଲିଓଡ଼ ଜଗତର ଅଭିନେତା ଅଶ୍ୱିନୀ ଓ ଅଭିନେତ୍ରୀ ପ୍ରେରଣା ଏବେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ଏହି ନୂଆବର୍ଷ ରେ ଉଭୟ ସାଥି ହୋଇ ନୂଆବର୍ଷ ଟିକୁ ମଜାମସ୍ତି କରିଛନ୍ତି |

ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ପ୍ରେରଣା ଓ ଅଶ୍ୱନୀ ଏକ ପାର୍ଟି ରେ ସାମିଲ ହୋଇଛନ୍ତି ଆଉ ସେଠାରେ ସମସ୍ତଙ୍କ ସହ ମିଶି ମଜା କରିବା ସହିତ ଡ୍ୟାନ୍ସ ମଧ୍ୟ କରିଛନ୍ତି | ଏହାପରେ ଓଲିଓଡ଼ ଜଗତର ଅଭିନେତ୍ରୀ ରିୟା ଦେଓ ମଧ୍ୟ ନିଜ ପ୍ରେମିକ ସୁନୀଲ ଙ୍କ ସହିତ ଏବେ ଏବେ ବିବାହ କରିଛନ୍ତି |


ସେ ମଧ୍ୟ ନୂଆବର୍ଷ ରେ ନିଜ ସ୍ୱାମୀ ଙ୍କ ସହିତ ମିଶି କେକ କାଟିଛନ୍ତି ଆଉ ଉଭୟ ଉଭୟ ଙ୍କୁ ନିଜ ହାତରେ ଖୁଆଇ ଦେଇଛନ୍ତି ଯାହାକି ଦେଖିବା ପାଇଁ ଖୁବ ସୁନ୍ଦର ଲାଗୁଛି | ଏହାପରେ ଅଭିନେତ୍ରୀ ଶ୍ଵେତାଲିନ ଯାହାଙ୍କୁ ଆପଣ ତୁଳସୀ ନାମରେ ଜାଣିଛନ୍ତି ସେ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ଆଉ ଏହି ନୂଆବର୍ଷ ଅବସରରେ ତାଙ୍କ ସ୍ୱାମୀ ଙ୍କ ସହିତ ମିଶି ଅନେକ ଫଟୋ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ | ତେବେ ଏଭଳି କିଛି ସୁନ୍ଦର ସୁନ୍ଦର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଦର୍ଶକ ମାନେ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave a Comment