ଆଜି ଜୋଡାନ ରୁ ଫେରିଛି ଗଞ୍ଜାମ ଜିଲ୍ଲାର ଝିଅ। ନିଜେ ପରିଶ୍ରମ କରି ବାପା ମା ଙ୍କ ମୁହଁ ରେ ହସ ଫୁଟାଇ ପାରିଛି ଆଉ ହାତକୁ ଦେଇଛି ୧୦ ଲକ୍ଷ ଟଙ୍କା। ହଁ ଆଜ୍ଞା ଆଜି ଗାଁରେ ଥିବା ଝିଅ ଟି ବି ପଛରେ ନାହିଁ। ସେ ମାସକୁ କମାଇଛି ୩୦ ହଜାର ଟଙ୍କା। ଆଉ ମା ବାପାଙ୍କ ମୁହଁ ରେ ହସ ଫୁଟାଇ ପାରିଛି। ଆପଣ ଏହି ଭିଡ଼ିଓ ରେ ଦେଖି ପାରିବେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏ ସବୁ ଝିଅ। ଯେଉଁମାନେ ଜୋଡାନ ଯାଇଥିଲେ ଅର୍ଥ କମାଇବା ପାଇଁ। ଆଉ ନିଜ ଗୋଡ଼ରେ ଆଜି ଛିଡ଼ା ହୋଇ ପାରିଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ରୁ ଜଣେ ଝିଅ ଯାଇଥିଲା ଜୋଡାନ। ଆଉ ସେଠାରେ କାମ କଲେ ତିନି ବର୍ଷ। ଆଉ ଘରକୁ ପଠାଇଲେ ୧୦ ଲକ୍ଷ ଟଙ୍କା। ଆଉ ଏବେ ବାପା ମା ବହୁତ ଖୁସି ଅଛନ୍ତି।
ବାପା ମା ଙ୍କର ଲୁହ ପୋଛି ଦେଇଛି ଏହି ସୁନା ଝିଅ। ତେବେ ଝିଲି ସାହୁଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲା ମୋହନା ପୁରରେ। ଛୋଟିଆ ଗାଁ ରେ ରହୁଥିଲେ। ପାଠ ପଢ଼ି ବସି ଯାଇଥିଲେ। ବାପା ମାଙ୍କ ସାହାରା ହେବା ପାଇଁ ମନରେ ଇଚ୍ଛା ଥିଲା। ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଥିଲେ। କିନ୍ତୁ ବାଟ ମିଳୁ ନଥିଲା।
ଆପଣ ଜାଣିଥିବେ ଗାଁ ଗହଳିରେ ଗୋଟିଏ ଝିଅ ପାଇଁ ସେମିତି କିଛି ସୁବିଧା ନଥାଏ।ଯେ ଜଣେ ରୋଜଗାର କରି ବାପାଙ୍କ ହାତରେ ସହଜରେ ଟଙ୍କା ଦେଇ ପାରିବ। ଆଉ ସବୁ ଝିଅଙ୍କ ପାଇଁ ଆଜିକା ସମୟରେ ବଡ଼ ଚିନ୍ତା କି କରିବେ କଣ? ତେବେ ଆପଣ ଏହି ଭିଡିଓ ରେ ଦେଖି ପାରୁଥିବେ ଝିଲିଙ୍କ ସହ ବହୁତ ଝିଅ ଠିଆ ହୋଇଛନ୍ତି। ସମସ୍ତେ ବହୁତ ଟଙ୍କା ରୋଜଗାର କରି ଘରକୁ ପଠାଇଛନ୍ତି। ଆଉ ଏବେ ସମସ୍ତଙ୍କ ବାପା ମା ବେଶ୍ ଖୁସି ଥିବା କହିଛନ୍ତି।
ଏବେ ଆଉ ଏହି ଝିଅ ମାନଙ୍କୁ କାହା ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ବରଂ ପରିବାର ଏମାନଙ୍କ ଉପରେ ନିର୍ଭର କରୁଛି। ପ୍ରଥମେ ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଯୁବତୀ ନେଇଥିଲେ ପ୍ରଶିକ୍ଷଣ। ପ୍ରଶିକ୍ଷଣ ପରେ କିଛି ଦିନ ତ୍ରିପୁରା ରେ ରହି କାମ କଲେ। ଆଉ ତାପରେ ଜୋଡାନ ଯିବା ପାଇଁ ଇଣ୍ଟରଭ୍ୟୟୁ ଦେଲେ। ଆଉ ସେଥିରେ ଏ ସମସ୍ତ ଝିଅ ସକ୍ଷମ ହୋଇଥିଲେ। ଆଉ ସମସ୍ତେ ଯାଇ ଜୋଡାନରେ କାମ କଲେ। ଅବଶ୍ୟ ଘର ଠାରୁ ଟିକିଏ ଦୂରରେ ରହିବାକୁ ପଡ଼ୁଥିଲା କିନ୍ତୁ ମାସକୁ ରୋଜଗାର କରୁଥିଲେ ୩୦ ହଜାର ଟଙ୍କା। ଆଉ ଏବେ ଏମାନେ ହସ ହସ ମୁହଁରେ ଭୁବନେଶ୍ବର ଏୟାରପୋର୍ଟ ରେ ଓହ୍ଲାଇଛନ୍ତି। ତେବେ ଏହି ଯୁବତୀ ମାନେ ଜୋଡାନରେ ଏକ ଗାରମେଣ୍ଟ କମ୍ପାନୀରେ କାମ କରୁଥିଲେ। ଆଉ ଟଙ୍କା ରୋଜଗାର କରି ଘରକୁ ପଠାଉଥିଲେ। ତେବେ ବର୍ତ୍ତମାନ ସମୟରେ ବାପା ମା ପୁଅ ଉପରେ ଯେତିକି ଭରସା କରୁଛନ୍ତି ଗାଁ ରେ ମଧ୍ୟ ବାପା ମା ଝିଅ ଉପରେ ଭରସା କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।