DR. ANU GANGADHARAN – ଝିଅଙ୍କର ପରିସ୍ରାରେ ରକ୍ତ କାହିଁକି ପଡ଼ିଥାଏ ? ଜାଣନ୍ତୁ କାରଣ ଏବଂ ଚିକିତ୍ସା ସମ୍ପର୍କରେ…

ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେବେ ଯଦି ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ର ସମସ୍ୟା ଲାଗି ରହିଥାଏ ଏବଂ ଅଶାନ୍ତି ମଧ୍ୟ ଲାଗି ରହିଥାଏ, ଆଉ ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ। ତେବେ ଆପଣମାନେ ସମସ୍ତେ ଜାଣିଥିବେ ପରିସ୍ରାରେ ରକ୍ତ ପଡ଼ିବା ଏକ ରୋଗ। ଏହା ଏକ ସାଧାରଣ ରୋଗ ନୁହଁ ଏହା କ୍ୟାନସର ମଧ୍ୟ ହୋଇପାରେ। ଯେଉଁ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ପଡ଼ିଥାଏ ସେମାନଙ୍କୁ କ୍ୟାନସର ହେଇଥାଏ ବୋଲି କୁହାଯାଏ। କିନ୍ତୁ ତାହା ସମସ୍ତଙ୍କ କ୍ଷେତ୍ରରେ ହୋଇ ନଥାଏ। ଏହାର ଅନେକ କାରଣ ରହିଛି। ତେବେ କାହିଁକି ପରିସ୍ରାରେ ରକ୍ତ ପଡ଼ିଥାଏ, ଏହାର ଚିକିତ୍ସା ଏବଂ ନିରାକରଣ ବିଷୟରେ ଜାଣିବା।

ପରିସ୍ରାରେ ରକ୍ତ ପଡ଼ିବାର କାରଣ କଣ?

 

ଯଦି ୨୦-୨୫ ବର୍ଷ ବୟସର ଲୋକଙ୍କ ପାଖରେ ପରିସ୍ରା ରେ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖା ଯାଉଛି ତେବେ ଏହା କିଡନୀ ଭିତରେ କିଛି ସମସ୍ୟା ଥିଲେ ହୋଇପାରେ କିଡନୀ ଷ୍ଟୋନ ଜନିତ ସମସ୍ୟା ଥିଲେ ହୋଇପାରେ ପରିସ୍ରା ଇନ୍ଫେକସନ୍ ହେଲେ ମଧ୍ୟ ହୋଇପାରେ। ଯଦି ବୟସ୍କ ଲୋକଙ୍କ ଅର୍ଥାତ୍ ୫୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖା ଯାଉଛି ତେବେ ଏହା କ୍ୟାନ୍ସର ର କାରଣ ହେଇପାରେ।

ଏହାକୁ ଚିହ୍ନିବେ କିପରି?

 

ପରିସ୍ରା ରେ ରକ୍ତ ପଡ଼ିବା ଦୁଇ ପ୍ରକାର ହୋଇ ପାରେ କିଛି ଲୋକଙ୍କ ପରିସ୍ରା ରେ ରକ୍ତ ପଡ଼ିଲେ ଜଣା ପଡି ଯାଇଥାଏ ଆଉ ବେଳେବେଳେ ତାହା ଆଖି କୁ ଦେଖା ଯାଇ ନଥାଏ ସେହି ସମୟରେ ହିମୋଗ୍ଲୋବିନ୍ ଡିକ୍ରିଜ ହୋଇଥାଏ ଭୋକ ଲାଗେନି, ଦୁର୍ବଳତା ଲାଗିବା ଓଜନ ହ୍ରାସ ପାଉଛି ଭଳି ସମସ୍ୟା ଦେଖା ଯାଇଥାଏ।

ଚିକିତ୍ସା କେମିତି ହୁଏ?

ପରିସ୍ରା ରେ ରକ୍ତ ପଡ଼ିବା ଦୁଇ ପ୍ରକାର ହୋଇ ପାରେ ଗୋଟିଏ ମେଡିକାଲ କାରଣ ହୋଇପାରେ ସର୍ଜିକଲ କାରଣ ମଧ୍ୟ ହୋଇ ପାରେ। କାରଣ କେତେଟା ଜିନିଷ କିଡ଼ନି ରୁ ଉତ୍ପତ୍ତି ହୋଇଥାଏ ତାର ଚିକିତ୍ସା ଅଲଗା ହୋଇଥାଏ। ଯଦି କିଡନୀ ରେ ଷ୍ଟୋନ ହୋଇଛି ସର୍ଜରୀ ମାଧ୍ୟମରେ ମଧ୍ୟ ଏହାର ଚିକିତ୍ସା କରା ଯାଇଥାଏ। ଯଦି ଇନ୍ଫେକସନ୍ ହୋଇଛି ତେବେ ମେଡ଼ିସିନ୍ ଦ୍ଵାରା ଏହା ଠିକ୍ ହୋଇ ପାରିବ। ଯଦି କ୍ୟାନ୍ସର ହୋଇଛି ତାର ମଧ୍ୟ ନିରାକରଣ କରାଯାଇ ପାରିବ ଯଦି ଏହାକୁ ଆପଣ ପ୍ରଥମରୁ ଚିହ୍ନି ଚିକିତ୍ସା କରିବେ । ଆପଣ ଯେତେ ଜଲଦି କ୍ୟାନ୍ସରକୁ ଚିହ୍ନଟ କରି ପାରିବେ ତାର ଚିକିତ୍ସା ମଧ୍ୟ ସହଜରେ କରାଯାଇ ପାରିବ।


ଏହାକୁ ରୋକିବେ କିପରି?

ପରିସ୍ରାରେ ରକ୍ତ ପଡ଼ିବାର ସବୁଠାରୁ ବିପଦ।କାରଣ ହେଉଛି କ୍ୟାନ୍ସର ହେବା। ଆଉ ଏହି କ୍ୟାନ୍ସର ପାଇଁ ସବୁଠାରୁ ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ପାନ ବିଡି ସିଗାରେଟ୍ ଇତ୍ୟାଦି ମାଦକ ଦ୍ରବ୍ୟ ମଧ୍ୟ କ୍ୟାନ୍ସର ସୃଷ୍ଟି କରିଥାଏ। ତେବେ ଆପଣ ଏ ସବୁ ଆଲକହଲ ସ୍ମୋକ ଠାରୁ ପ୍ରଥମେ ଦୂରେଇ ରୁହନ୍ତୁ ତେବେ ଆପଣ ଏହାକୁ ରୋକି ପାରିବେ।

Leave a Comment