Dr Monalisa Das – କ୍ଷୀର ପିଇ ସାରି ଖଆନ୍ତୁ ନାହିଁ ଏହି ୨ଟି ଜିନିଷ, ନଚେତ୍ ହୋଇପାରେ

ଦୈନନ୍ଦିନ ଜୀବନରେ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ। ସେଥିପାଇଁ ରହିବା ପାଇଁ କିଛି ନୀତି ନିୟମ ଅନୁସାରେ ବଞ୍ଚିବାକୁ ପଡ଼ିଥାଏ। ନଚେତ୍ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଆଜିର ସମୟରେ ଫିଟ୍ ରହିବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ଏଥିପାଇଁ ଅନେକ ଲୋକ ଅନେକ ପ୍ରକାରର ଉଦ୍ୟମ କରିଥାନ୍ତି ଏବଂ ଦେହରେ ପ୍ରୋଟିନ ମାତ୍ରା ଅଧିକ ରହିବା ଦରକାର। ତେଣୁ ସେହି ପ୍ରୋଟିନ ପାଇଁ କ୍ଷୀର ଅତ୍ୟନ୍ତ ଜରୁରୀ ଅଟେ।

କିନ୍ତୁ ଧ୍ୟାନ ରଖିବେ ଯଦି ଆପଣ କ୍ଷୀର ପିଇ ସାରିବା ପରେ ତୁରନ୍ତ ଏହି ଦୁଇଟି ଜିନିଷ କୁ ଖାଉଛନ୍ତି ତେବେ ଏହା ପେଟରେ ବିଷରେ ପରିଣତ ହୋଇଥାଏ। ତେବେ ଏହାର ପ୍ରଭାବ ରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ। କ୍ଷୀର ପିଇବା ଆମ ଶରୀର ପକ୍ଷେ ହିତକର ହୋଇଥାଏ। କିନ୍ତୁ କ୍ଷୀର ପିଇ ସାରି ଯଦି ଆପଣ ତୁରନ୍ତ ମାଛ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ।


ଯେଉଁଠାରେ କି କ୍ଷୀର ର ଧର୍ମ ଥଣ୍ଡା ହେବା ଏବଂ ମାଛ ର ଧର୍ମ ଗରମ ହେବା। ଯେତେବେଳେ ଆପଣ କ୍ଷୀର ପିଇ ସାରିବା ପରେ ମାଛ ଖାଉଛନ୍ତି ତେବେ ଏହାଦ୍ବାରା ଆପଣଙ୍କ ଚର୍ମ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଚର୍ମ ରେ ଧଳା ଧଳା ଦାଗ ଦେଖିବାକୁ ମିଳିଥାଏ। ଯଦି ଆପଣ ଚାହୁଁଥାନ୍ତି ଯେ ଏହି ରୋଗ ଆପଣଙ୍କୁ ଆଦୌ ନ ହେଉ ତେବେ ଏଥିପାଇଁ ଏହି ଜିନିଷ ସଦା ସର୍ବଦା ଧ୍ୟାନ ରଖିବେ କ୍ଷୀର ପିଇ ସାରିବା ପରେ ମାଛ ଖାଆନ୍ତୁ ନାହିଁ। ଯଦି ମାଛ ଖାଇବା ପାଇଁ ଆପଣ ଚାହୁଁଥାନ୍ତି, ତେବେ କ୍ଷୀର ପିଇବାର କିଛି ସମୟ ପୂର୍ବରୁ ଖାଇ ଦିଅନ୍ତୁ। ନଚେତ୍ କ୍ଷୀର ପିଇ ସାରିବା ପରେ ଏକ ଘଣ୍ଟା ବା ଦୁଇ ଘଣ୍ଟା ପରେ ମାଛ ଖାଆନ୍ତୁ।


ଦ୍ୱିତୀୟ ଟି ହେଉଛି ଯଦି ଆପଣ କ୍ଷୀର ସହିତ ଦହି ଖାଉଛନ୍ତି କିମ୍ବା କ୍ଷୀର ପିଇ ସାରିବା ର ଠିକ୍ ପରେ ପରେ ଦହି ଖାଉଛନ୍ତି ତେବେ ଆପଣଙ୍କୁ ପେଟ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ। ଏମିତି ମଧ୍ୟ ଦେଖା ଯାଇଛି ଯେ, କିଛି ଲୋକ ଙ୍କୁ ମଧ୍ୟ ଏସିଡିଟି ହୋଇଥାଏ। ତେବେ ଏହି ଛୋଟ ଛୋଟ ଜିନିଷ ଗୁଡ଼ିକୁ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଯଦି ଆପଣ ସଦା ସର୍ବଦା କ୍ଷୀର ପିଉଛନ୍ତି ତେବେ ଏଭଳି ଭୁଲ କେବେ ବି କରନ୍ତୁ ନାହିଁ। ନହେଲେ ବହୁତ ସମସ୍ୟା ର ସମ୍ମୁଖୀନ ହେବେ।

Leave a Comment