ଦୁଇ ଭଉଣୀ ଦୁଇ ଜୀବନ, ସାନ ଏବେ ମୃତ୍ୟୁ ମୁହଁରେ ବଡ ଭଉଣୀ ଛଟପଟ ହେଉଛି ହସ୍ପିଟାଲ ବାହାରେ… ଅଧିକ ରୁ ଅଧିକ ସେୟାର କରିବାକୁ ଅନୁରୋଧ

ବେଳେବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ଲୋକେ ଦେଖିଲା ଏବଂ ଶୁଣିବା ମାତ୍ରେ ଦୁଃଖ ପ୍ରକାଶ କରିଥାନ୍ତି। ତେବେ ଆପଣମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ତେବେ ମଣିଷ ଜୀବନରେ କେତେବେଳେ କଣ ଘଟିବାର ଥାଏ ,ତାହା କାହାକୁ ମଧ୍ୟ ଜଣା ନଥାଏ ଏବଂ ମଣିଷ ମଧ୍ୟ କେବେ ଚିନ୍ତା କରିନଥାଏ ଯେ ତା ସହ ମଧ୍ୟ ଏମିତି ଘଟିପାରେ ।ତେବେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି ଏକ ଦୁଃଖଦ ଘଟଣା।

 

ଗୋଟିଏ ଏକ୍ସିଡେଣ୍ଟ ରେ ଗୁରୁତର ଅବସ୍ଥାରେ ହସପିଟାଲରେ ପଡ଼ିଛନ୍ତି ସାନ ଭଉଣୀ ଓ ବଡ଼ ଭଉଣୀ ସାନ ଭଉଣୀ ର ଜୀବନ ରକ୍ଷା କରିବା ପାଇଁ ଗୁହାରି କରୁଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ବାପା ମା ଦୁଇ ଭଉଣୀ ଆଉ ଜଣେ ଭାଇ ଙ୍କୁ ନେଇକି ତାଙ୍କର ପରିବାର ; ଏକ ମଧ୍ୟବିତ୍ତ ପରିବାର ହୋଇ ଥିବାରୁ ବହୁତ ଦୁଃଖ ଆଉ କଷ୍ଟ ରେ ନିଜ ଗୁଜୁରାଣ ମେଣ୍ଟାଇ ଥାନ୍ତି ସେମାନେ । ଏହା ଛଡା ବାପା ପରଲିସିସ ରୋଗୀ ହେଇଥିବାରୁ ତାଙ୍କର ଚିକିତ୍ସା ପାଇଁ ଡକ୍ଟର ପାଖକୁ ଯିବା ପାଇଁ ଟଙ୍କା ନ ଥିବାରୁ ଦୁଇ ଭଉଣୀ ଓ ଭାଇ ଭୁବନେଶ୍ୱର ରେ ରହି ଚାକିରୀ କରୁଥିଲେ ଆଉ ଘର କଥା ବୁଝୁଥିଲେ ।


କିନ୍ତୁ ସତେ ଯେମିତି ତାଙ୍କର ଘର ଉପରେ କାହାର ନଜର ଲାଗି ଯାଇଥିଲା ।ଆଉ ଯାହା କୁହାଯାଉଛି କି ଭାଇ ଓ ସାନ ଭଉଣୀ ବାଇକ ରେ ଯାଉଥିବା ସମୟରେ ପଛ ପଟୁ ଧକ୍କା ଦେଲା ଟ୍ରକ ।ତେବେ ସୂଚନା ମୁତାବକ, ଗତ 30 ତାରିଖରେ କ୍ରିଷ୍ଣା ମହାପାତ୍ର ଙ୍କର କେନ୍ଦୁଝର ଜୁଡ଼ିଆ ଘାଟି ଠାରେ ଏହି ଭଳି ଦୁର୍ଘଟଣା ଘଟିଥିଲା ଆଉ ଭାଇ ଜଣଙ୍କ ରାସ୍ତା ପାଖକୁ ଛିଟିକି ପଡ଼ିଥିବା ବେଳେ ଭଉଣୀ ଟ୍ରକ ରେ ଲାଖି ହୋଇ ଘୋଷାଡ଼ି ହୋଇ ଯାଇଥିଲେ । ଆଉ ସଙ୍ଗେ ସଙ୍ଗେ ତାଙ୍କୁ କଟକ ବଡ଼ ମେଡିକାଲ କୁ ନିଆ ଯାଇଥିଲା ଆଉ ସେଠାରେ ଡାକ୍ତର ପାରିବେନି ବୋଲି କହିବାରୁ ଏକ ପ୍ରଭେଟ ହସ୍ପିଟାଲ କୁ ନିଆ ଯାଇଥିଲା ।

ଆଉ ସେଠାରେ ଡାକ୍ତର କ୍ରିଷ୍ଣା ଙ୍କର ଟ୍ରମା ଚିକିତ୍ସା ମଧ୍ୟ ହେଉଛି ଦିନକୁ ୧ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଆଉ ଡାକ୍ତର ମଧ୍ୟ କହି ଦେଇଛନ୍ତି କି ୩୦ ରୁ ୪୦ ଲକ୍ଷ ଟଙ୍କା ଲାଗିବ ବୋଲି କ୍ରିଷ୍ଣା ଙ୍କର ଚିକିତ୍ସା ପାଇଁ । ଆଉ ଯେଉଁଥିପାଇଁ ବଡ଼ ଭଉଣୀ ବର୍ତ୍ତମାନ ଲୋକ ମାନଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ଆଉ ସେପଟେ ବାପା ମା ମଧ୍ୟ ଝିଅ ର ଏହି ଭଳି ଅବସ୍ଥା ଦେଖିକି ଧର୍ଯ୍ୟ ହରା ହେଉଛନ୍ତି ।ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave a Comment