intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ ହେଲେଣି , ସାମାନ୍ୟ ଅଟଚାଳକ ମଧ୍ୟ ଇଂରାଜିରେ କଥାବାର୍ତ୍ତା କରୁଛନ୍ତି । ସମାଜରେ ଅଶିକ୍ଷିତ ମାନଙ୍କର ମାତ୍ରା ଧୀରେ ଧୀରେ କମିବାରେ ଲାଗିଛି । ଆପଣ ମାନେ ସମସ୍ତେ ଜାଣିଥିବେ କି ଆଜିର ସମୟରେ କୌଣସି ଚାକିରୀ ପାଇବା ପାଇଁ ହେଲେ କେତେ କଷ୍ଟ କରିବା ପାଇଁ ପଡିଥାଏ । ଏହା ବ୍ୟତୀତ ଯଦି ଆମେ କୌଣସି ଏଣ୍ଟ୍ରାନ୍ସ ଦେବାକୁ ଯାଉଛୁ ସେଠାରେ ମଧ୍ୟ ବୁଦ୍ଧି ପରିକ୍ଷା କରୁଛନ୍ତି । ସେମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଆମ ବୁଦ୍ଦି ସାହାର୍ଯ୍ୟରେ ହିଁ ଦେବାକୁ ପଡିଥାଏ । ସେହି ସବୁ ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ଅଟେ କିନ୍ତୁ ଉତ୍ତର ଦେବାରେ ଟିକିଏ କଷ୍ଟ ହୋଇଥାଏ । ଏହି ସବୁ ପ୍ରଶ୍ନର ଉତ୍ତର ସେହି ବ୍ୟକ୍ତି ହିଁ କହିପାରିଥାଏ , ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ।

ତେବେ ଓଡିଆ ସଂସ୍କୃତିରେ ଅନେକ ପ୍ରକାର ଢଗଢମାଳୀ ରହିଥାଏ , ଯାହା ଆମକୁ ଖୁସୀ ପ୍ରଦାନ କରିଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଅତି ସହଜ ଢଗଢମାଳୀର ଉତ୍ତର ଦେଇ ପାରନ୍ତି ନାହିଁ ଏବଂ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି । ତେବେ ଆଜି ଆମେ ଜାଣିବା ଆଉ କେତେକ ଢଗ ଢମାଳୀ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1. ଗୋଟିଏ ଓଡ଼ିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡ଼ିଆ ଅକ୍ଷର ରହିଥିବ ।
ଉତ୍ତର- ଓଡ଼ିଆ ବର୍ଣ୍ଣମାଳା

2. କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ।
ଉତ୍ତର – ହାତୀ
3.ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର, ଭୁଇଁରେ ଶୁଏ ଗୋଡ଼ାଇ ଖାଏ, ସଭିଙ୍କ ମନରେ ଡର, ତାହା କଣ ?
ଉତ୍ତର: କୁମ୍ଭୀର।
4.ରାସ୍ତା ଅଛି ହେଲେ ଗାଡି ନାହିଁ , ବଣ ଅଛି ହେଲେ ଗଛ ନାହିଁ , ଗାଁ ଅଛି ହେଲେ ମଣିଷ ନାହିଁ କହିଲ ଦେଖି – ଏମିତି ଯାଗାଟେ କାହିଁ ?
ଉତ୍ତର – ମାନଚିତ୍ର ।
5. ଦୁନିଆ ସାରା ବୁଲୁଚି ସିଏ , ପାଦ ତା ଛୁଏଁନି ମାଟି ଦିନରେ ଶୋଉଚି ରାତିରେ ଚେଉଁଚି ତା ବିନା ଅନ୍ଧାର ରାତି ?
ଉତ୍ତର – ଜହ୍ନ ।
6. ଦେହରେ ମୋର ପ୍ରଚୁର ବଳ , ଜହ୍ନ ପରିକା ଗଢଣ ମୋର ସମସ୍ତଙ୍କର ପ୍ରିୟ , ମୋ ବିନା ତମ ଜୀବନ କଷ୍ଟ ନାଁଟି ମୋର କୁହଁ ?
ଉତ୍ତର – ରୁଟି ।
7. ସବୁଜ ହେଲେ ପତର ନୁହଁ , ନକଲ କରେ ମାଙ୍କଡ ନୁହଁ , ଯାହା ଶିଖିବ ତାହା କହିବ ନାଁଟି ତା’ର କୁହ ?
ଉତ୍ତର – ଶୁଆ ।
8.ନାଲି ଘୋଡାଟି ଯୁଆଡେ ଯାଏ , କଳା ଘୋଡା ସବୁ ଡରି ପଳାଏ କହିଲ ଦେଖି ଏହି ନାଲି ଘୋଡାଟି କିଏ ?
ଉତ୍ତର – ନିଆଁ ।

 


9. ଯେତେ ଦବ ସେତେ ନେବି ଆଗରେ ପଡିଲେ କାଟି ଦେବି ବାଟ ମୋର ଲୁହା , ପାଦ ମୋର ଲୁହା ଯିଏ କହିବ ତା ପାଇଁ ଚକଲେଟ ଥୁଆ ?
ଉତ୍ତର – ରେଳଗାଡି ।
10. ଛୁଇଁ ହୁଏ ହେଲେ ଧରି ହୁଏନା , ବୁଝି ହୁଏ ହେଲେ ଦେଖି ହୁଏନା ସବୁଠା ଥାଏ ସେ ମାଟିଠୁ ଆକାଶ ତା ବିନା ଜୀବନ ଜୀଇଁ ହୁଏନା ?
ଉତ୍ତର – ପବନ ।
11. ଡାଳ ନାହିଁ କି ପତ୍ର ନାହିଁ , ଫୁଲ ନାହିଁ କି ଫଳ ନାହିଁ , ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇଁ ଦିଏ ଖରାକୁ ସେ ଛତା ?
ଉତ୍ତର – କେଶ ।
12. ଦୁହେଁ ମିଶିଲେ କରଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ ?
ଉତ୍ତର – ହାତ ତାଳି ।
13. କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ମରି ଯାଏ ?
ଉତ୍ତର- ପ୍ରଜାପତି ।

Leave a Comment