ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ପିଲା ମାନେ ବାହା ହୋଇ ସାରିବା ପରେ ନିଜ ଜନ୍ମ କଲା ବାପା ମା ଙ୍କୁ କିପରି ପର କରି ଦେଇ ଚାଲି ଯାଉଛନ୍ତି | ଏଭଳି ବି କିଛି ପିଲା ଅଛନ୍ତି ଯେଉଁ ମାନେ ସ୍ତ୍ରୀ ଙ୍କର କଥାରେ ମଧ୍ୟ ପଡ଼ି ବାପା ମା ଙ୍କ ବିରୁଦ୍ଧରେ ବହୁତ ଖରାପ ହୋଇ ଯାଉଛନ୍ତି |
ଆଉ ବାପା ମା ଙ୍କ ପାଇଁ ଯଦି ସ୍ତ୍ରୀ କୁ ମଧ୍ୟ ଛାଡିବା ପାଇଁ ଚାହୁଁଛନ୍ତି ତେବେ ସ୍ତ୍ରୀ ଥାନାରେ ଯାଇ ସ୍ୱାମୀ ଙ୍କ ବିରୁଦ୍ଧରେ ଅତ୍ୟାଚାର ଓ ନିର୍ଯାତନା ର ଆରୋପ ଲଗାଇ ଦେଉଛନ୍ତି | ଯାହା ଫଳରେ ସ୍ୱାମୀ ଓ ପରିବାର ଲୋକ ସ୍ତ୍ରୀ କୁ ଡରି ରହି ଥାଆନ୍ତି | କିନ୍ତୁ ଏହି ସବୁ ଘଟଣା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଖୁସି ଅନୁଭବ କରିବେ |
କଲିକତା ର ହାଇକୋର୍ଟ ଏକ ରାୟ ଶୁଣାଇଛନ୍ତି ଯାହାକି ହେଉଛି ପିତା ମାତାଙ୍କ ଠାରୁ ଏବେ ସ୍ତ୍ରୀ ନିଜ ପୁଅକୁ ଦୂରେଇ ଦେଇ ପାରିବେ ନାହିଁ | ଆଉ ଯଦି ବାପା ମା ଙ୍କ ଠାରୁ ପୁଅ କୁ ପତ୍ନୀ ଅଲଗା କରିବା ପାଇଁ ଚେଷ୍ଟା କରନ୍ତି ତେବେ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡ଼ପତ୍ର ଦେଇ ପାରିବେ |
ହାଇକୋର୍ଟ ଜଷ୍ଟିସ ସୋମେନ ସେନ ଏବଂ ଉଦୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ବିବାହ ପରେ ପୁଅ ବାପାମା’ଙ୍କ ପାଖରେ ରହିବା ଭାରତୀୟ ସଂସ୍କୃତିର ନିଦର୍ଶନ ଅଟେ | ବାପା ମାଙ୍କର ବୃଦ୍ଧ ବୟସ ରେ ତାଙ୍କ ଯତ୍ନ ନେବା ହେଉଛି ପୁଅର କର୍ତ୍ତବ୍ୟ, କିନ୍ତୁ ଏହାକୁ ଯଦି ପତ୍ନୀ ବିରୋଧ କରନ୍ତି ବା ବାପାମାଙ୍କୁ ପୁଅ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କରନ୍ତି ତେବେ ସ୍ୱାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ପାରିବେ |
ପିତାମାତାଙ୍କ ଠାରୁ ସ୍ଵାମୀଙ୍କୁ ଅଲଗା କରିବାକୁ ବାଧ୍ୟ କରିବା ହେଉଛି ମାନସିକ କ୍ରୁରତା, ଏହି ମାମଲାରେ ପୂର୍ବରୁ ପରିବାର ଅଦାଲତ ସ୍ଵାମୀଙ୍କ ଛାଡପତ୍ର ଆବେଦନକୁ ଗ୍ରହଣ କରି ଏଥିପାଇଁ ଅନୁମତି ଦେଇଥିଲେ | ସୂଚନା ଅନୁସାରେ 2009 ରେ ପଶ୍ଚିମବଙ୍ଗ ମେଦିନାପୁରର ପରିବାର ଅଦାଲତ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅମାନବୀୟ ନିଷ୍ପତ୍ତି ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ | ପରିବାର ଅଦାଲତ ଏହି ଆବେଦନକୁ ମଞ୍ଜୁର କରିଥିବା ବେଳେ ପତ୍ନୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ | ଉକ୍ତ ଦମ୍ପତ୍ତି 2001 ରେ ବିବାହ କରିଥିଲେ ହେଲେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା |
ତେବେ ସ୍ଵାମୀ ଜଣକ ଏକ ଘରୋଇ ସ୍କୁଲରେ ଅସ୍ଥାୟୀ ଶିକ୍ଷକ ଭାବେ କାମ କରିବା ସହ ଟ୍ୟୁସନ ମଧ୍ୟ କରନ୍ତି ଏବଂ ଏହାସହ ସରକାରୀ ସ୍କୁଲରେ ଶିକ୍ଷା ହେବା ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ | ସେହିପରି ସ୍ତ୍ରୀ ମଧ୍ୟ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ ହେଲେ ସେତିକି ଅର୍ଥ ସେମାନଙ୍କ ପରିବାର ଚଳେଇବା ପାଇଁ ଯଥେଷ୍ଟ ନଥିଲା | ସେଥିପାଇଁ ପତ୍ନୀ ଅଲଗା ଘରଭଡା ନେଇ ରହିବା ପାଇଁ ସ୍ଵାମୀଙ୍କ ଉପରେ ଚାପ ପକାଉଥିଲେ | ହେଲେ ସ୍ୱାମୀ ଜଣଙ୍କ ତାଙ୍କ ପିତାମାତାଙ୍କୁ ଛାଡ଼ି ଅନ୍ୟତ୍ର ରହିବା ପାଇଁ ରାଜି ନ ହେବାରୁ ତାଙ୍କ ଭିତରେ ଅନେକ ସମୟରେ ଝଗଡା ହେଉଥିଲା | ତେବେ ଏହି ମାମଲା କୁ ନେଇ କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ନେଇଛି ଯାହାକି ଖୁବ ଚର୍ଚ୍ଚା ଧରିଛି |