ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ ମୁଁ କିଏ କୁହ ?୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | ତେବେ ଆଜି ଏଭଳି କିଛି ଢଗ ଢମାଳି ପ୍ରଶ୍ନ ଉତ୍ତର ସମ୍ପର୍କ ରେ କହିବୁ ଯାହାକି ଭବିଷ୍ୟତ ରେ ଆପଣଙ୍କ ପାଇଁ ବହୁତ କାମରେ ଆସିବ |

ପ୍ରଶ୍ନ 1. ସେ କିଏ ଯାହାକୁ କିଛି ଖାଇବା ପାଇଁ ଦେଲେ ବଞ୍ଚି ଥାଏ ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର :- ନିଆଁ

ପ୍ରଶ୍ନ 2. ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?
ଉତ୍ତର :- ନଡ଼ିଆ ବା ପଇଡ଼

ପ୍ରଶ୍ନ 3. ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର :- ବେଲୁନ

ପ୍ରଶ୍ନ 4. ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ ମୁଁ କିଏ କୁହ ?
ଉତ୍ତର :- କମଳା

ପ୍ରଶ୍ନ 5. ବର୍ଷା ଦିନେ କାନ୍ଦେ ଶୀତ ଦିନେ ଶୁଏ ଖରା ହେଲେ ଛାଇ ମୁଁ ସଭିଙ୍କୁ ଦିଏ ରଙ୍ଗ ବେରଙ୍ଗ ର କପଡ଼ା ମୁଁ ପିନ୍ଧେ, ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?
ଉତ୍ତର :- ଛତା

ପ୍ରଶ୍ନ 6. ପଥର ହେଲେ ବି ମୁଁ ପାଣି ?
ଉତ୍ତର :- ବରଫ ବା କୁଆ ପଥର

ପ୍ରଶ୍ନ 7. ବାବାଜୀ ନୁହେଁ ତା ବଢିଛି ଦାଢ଼ି ପାଦ ତଳେ ଯାଏ ଆସିଛି ମାଢି ପିଲାଏ ଖେଳନ୍ତି ଦାଢ଼ିରେ ଦୋଳି ପକ୍ଷୀଏ ଖାଆନ୍ତି ତା ନାଲି କୋଳି ?
ଉତ୍ତର :- ବର ଗଛ

ପ୍ରଶ୍ନ 8. ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ ଯୁଆଡେ ଗଲେ ଯାଏ ସିଏ କହ ଭାଇ କହ କଣ ସିଏ ?
ଉତ୍ତର :- ନିଜର ଛାଇ

ପ୍ରଶ୍ନ 9. ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର :- ପୋଲିଓ

ପ୍ରଶ୍ନ 10. ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ଦେଖିଲେ ମାଉସୀ ଦେଖଲୋ କୁକୁର କୁ ତାର ପ୍ରବଳ ଡର ?
ଉତ୍ତର :- ବିଲେଇ

Leave a Comment