ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ଙ୍କ ବିଷୟରେ କଥା । ଆଉ ଯେଉଁଠି କୁହାଯାଉଛି କି ପୋଲିସ ଗିରଫ କରିବା ପରେ ସେ ବର୍ତ୍ତମାନ କୋଟ ରେ ହାଜର ହୋଇଥିଲେ ଆଉ 7 ଦିନ ପାଇଁ ତାଙ୍କୁ ରିମାଣ୍ଡ ରେ ମଧ୍ୟ ପୋଲିସ ନେଇଥିଲେ ବୋଲି ସୂଚନା ମିଳିଥିଲା ।ଆଉ ନବ ଦାସ ଙ୍କର ମୃତ୍ୟୁ ର ରହସ୍ୟ କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତାହାର ତଦନ୍ତ ମଧ୍ୟ ଚଳାଇଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଦାସ ଏକ ସରକାରୀ ଉଦ୍ଘାଟନୀ ସଭା ରେ ଯୋଗ ଦେଇଥିବା ବେଳେ କାର ରେ ଆଲ୍ହାଇବା ସମୟରେ ASI ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କର ବର୍ତ୍ତମାନ ମୃତ୍ୟୁ ମଧ୍ୟ ଘଟିଛି ।
ଆଉ ତାହା ସହିତ ଯାହା କୁହାଯାଉଛି କି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି ବର୍ତ୍ତମାନ ଗୋପାଳ ଦାସ ଙ୍କୁ ଝାଡ଼ସୁଗୁଡା କୋଟ ରେ ହାଜର କରାଯାଇଛି ।ଆଉ କ୍ରାଇମ ବ୍ରାଞ୍ଚ ତରଫ ରୁ ଗୋପାଳ ଦାସ ଙ୍କୁ କୋଟ କୁ ମଧ୍ୟ ନିଆଯାଇଥିଲା ।ତେବେ ବର୍ତ୍ତମାନ ଯେଉଁଠି କୁହାଯାଉଛି କି ନବ ଦାସ ଙ୍କ ଉପରକୁ ଗୁଳି ଚଳାଇବାର କାରଣ ପୋଲିସ ଖୋଜୁଥିବା ସମୟରେ ଏକ ଖବର ଗଣ ମାଧ୍ୟମ ସାମ୍ନା କୁ ଆସିଛି ।
ତେବେ ନବ ଦାସଙ୍କ ମୃତ୍ୟୁ ପଛରେ କେବଳ ଗୋପାଳଙ୍କ ହାତ ନାହିଁ ତାଙ୍କ ଝିଆରୀଙ୍କର ମଧ୍ୟ ହାତ ରହିଛି ବୋଲି ଏବେ ଖବର ଆସିଛି।ନବ ଦାସଙ୍କ ପାଖକୁ ଚାକିରି ପାଇବା ଆଶାରେ ଗୋପାଳର ଝିଆରୀ ପ୍ରତିଦିନ ଆସୁଥିଲା। ସେ ଦିନ ହେଉ କିମ୍ବା ରାତି ସବୁବେଳେ ସେ ନବ ଦାସଙ୍କ ଘରକୁ ଆସୁଥିଲା।
ଏହି ବିଷୟରେ ନବ ଦାସ ଗୋପାଳଙ୍କୁ ମଧ୍ୟ କହିଥିଲେ, ପରେ ମଧ୍ୟ ତାଙ୍କର ଝିଆରୀ ନବ ପାଖକୁ ଯିବାରୁ ରାଗରେ ନବ ଦାସ କୁଆଡେ ଗୋପାଳନକୁ ଜାବୁଡ଼ା ମାରିଥିଲେ ।ସେଥିପାଇଁ ନିଜର ପ୍ରତିଶୋଧ ନେବା ପାଇଁ ଏହିପରି ହତ୍ୟା କରିଛନ୍ତି ଗୋପାଳ ତାହା ପଛରେ ତାଙ୍କ ଝିଆରୀଙ୍କ ହାତ ରହିଛି ବୋଲି ମଧ୍ୟ କହିଛନ୍ତି ନରସିଂହ ମିଶ୍ର ।ନରସିଂହ ମିଶ୍ର ଏହି ପରି କଥା ଉଠାଇବା ପରେ ସେହି ଦିଗରେ ଏବେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି ।
ଗୋପାଳର ଝିଆରୀ ବର୍ତମାନ କ୍ରାଇମ ବ୍ରାଞ୍ଚର ସ୍ୱୀକାର ହେବା ସହିତ ତାଙ୍କ ମୁହଁରୁ ମଧ୍ୟ ପ୍ରକୃତ ସତ ଶୁଣିବା ପାଇଁ ଚାହିଁଛନ୍ତି ସମସ୍ତେ ।କେବଳ ଏତିକି ନୁହଁ ଏହା ସହିତ ଏହି ହତ୍ୟକାଣ୍ଡ ପଛରେ ରାଜନୀତିର ହାତ ଥାଇ ପାରେ ବୋଲି କହିଛନ୍ତି ନରସିଂହ ମିଶ୍ର, କାରଣ ଝାଡ଼ସୁଗୁଡ଼ାର ଜଣେ ପୂର୍ବତନ ମନ୍ତ୍ରୀ ଓ ନବ ଦାସଙ୍କ ମଧ୍ୟ ପଡୁନଥିଲା ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା ।ଏମାନଙ୍କ ମଧ୍ୟରେ କୋଇଲା ଖଣି ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଥିଲା, ତେଣୁ ଏହି ହତ୍ୟା କାଣ୍ଡ ପଛରେ ରାଜନୈତିକ ହାତ ରହି ଥିବାର ମଧ୍ୟ ଆଶଙ୍କା ରହିଛି ଏଥିପାଇଁ ମଧ୍ୟ ତଦନ୍ତ କରାଯାଇ ପାରେ ।