ଝିଅ ସହ ଫୋର୍ସ ଦେଇ ସେକ୍ସ୍ ହେଇଛି ନହେଲେ ଝିଅ ହାର୍ଟ କାଇଁ ଚୋକ କରିବ ?

ବେଳେବେଳେ ଅନେକ ଲୋକଙ୍କୁ ଆଇନ୍ କାନୁନ୍ ଉପରେ ସଠିକ୍ ଜ୍ଞାନ ନଥିବା ଦେଖିବାକୁ ମିଳିଥାଏ। ଆଉ ଏଥିପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେମାନେ ଠିକ୍ ଭୁଲ୍ କୁ ବୁଝି ନପାରି ଅନ୍ଯ ମାନଙ୍କ ପାଖରେ ଠକାମୀ ର ଶିକାର ମଧ୍ଯ ହୋଇଥାନ୍ତି। କିନ୍ତୁ ଏହାକୁ ନେଇ ସେମାନେ ସଂପୂର୍ଣ୍ଣ ଭାବରେ ଠିକ୍ ତଥ୍ଯ ଉପରେ ଆଧାରିତ କଥାକୁ ଜାଣି ପାରନ୍ତି ନାହିଁ। କେତେବେଳେ ଭୟରେ ସେମାନେ କିଛି ବି ମାନିବାକୁ ରାଜି ହୋଇ ଯାଇଥାନ୍ତି ତ ପୁଣି କେତେବେଳେ ନିଜକୁ ସୁରକ୍ଷିତ କରିବାକୁ ଯାଇ ଠକାମୀ ର ଶିକାର ହୋଇଥାନ୍ତି। ତେବେ ଏପରି ଅନେକ ଘଟଣା ଆଜିର ଆଧୁନିକ ସମାଜରେ ଘଟୁଥିବା ଲକ୍ଷ୍ୟ କରାଯାଏ।

ତେବେ ଆପଣ ମାନେ ସମସ୍ତେ ବେଶ୍ ବରଗଡ ଜିଲ୍ଲାରେ ଗତ ଦୁଇ ଦିନ ତଳେ ଘଟିଥିବା ଚାଞ୍ଚଲ୍ୟକର ଖବର ବିଷୟରେ ନିଶ୍ଚୟ ଜାଣିଥିବେ । କିପରି ଭାବରେ ଜଣେ କଲେଜ ଝିଅ ନିଜ ବାପା ଙ୍କୁ ମିଛ କହି ପ୍ରେମିକ ସହିତ ବିଜୟ ହୋଟେଲକୁ ଯାଇଥିଲା ଏବଂ ସେଠାରେ ପ୍ରେମିକ ସହିତ ଶାରିରୀକ ସଂପର୍କ ରଖିବା ସମୟରେ ଝିଅର ଜୀବନ ଚାଲି ଯାଇଥିଲା, ଯାହା ବର୍ତ୍ତମାନ ସମୟରେ ଗଣ ମାଧ୍ୟମର ଶୀର୍ଷ ବିନ୍ଦୁ ପାଲଟିଛି ।

 

ତେବେ ବରଗଡ ସହରର ଏହି ଘଟଣାଟି ଅନେକ ସାରା ପ୍ରେମୀଯୁଗଳଙ୍କ ପାଇଁ, ଅନେକ ସାରା ଅଭିଭାବକ ତଥା ବାପା ମାଁଙ୍କ ପାଇଁ ଗୋଟିଏ ଶିକ୍ଷାର ବିଷୟ ପାଲଟିଛି । ଏ ଘଟଣା ଏହି ହିଁ ପ୍ରତିପାଦିତ କରୁଛି ଯେ ଯେତେବେଳେ ପିଲାମାନେ ବାପାମାଁଙ୍କୁ ମିଛ କୁହନ୍ତି ଏହାର କଣ ପ୍ରଭାବ ପଡେ ସମାଜ ଉପରେ ତାଙ୍କ ନିଜ ଜୀବନ ଉପରେ ।

 

ତେବେ ବରଗଡ ଜିଲ୍ଲାର ଜଣେ ନାବାଳିକା ଝିଅ ବଲାଙ୍ଗିର ଜିଲ୍ଲାର ଜଣେ ଯୁବତୀଙ୍କ ସହିତ ବିଜୟ ହୋଟେଲକୁ ଯାଇଥିଲେ । ଆଉ ଯେଉଂଠି ଯୁବକ ଜଣକ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରଖିବା ସମୟରେ ଯୁବତୀଙ୍କର ବ୍ଲିଡଂ ହୋଇଥିଲା ଏବଂ ସଂଗେସଂଗେ ଯୁବକ ତାଙ୍କୁ ହସ୍ପିଟାଲ୍ ନେଇଥିଲେ, ଯେଉଂଠି ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ନିଜେ ଯୁବକ ପଞ୍ଚେଇଥିଲା ଯୁବତୀଙ୍କ ବାପାଙ୍କ ପାଖକୁ । ତେବେ ସମସ୍ତ ଘଟଣା ପରେ ଝିଅର ବାପା ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଗିରଫ ହୋଇଛନ୍ତି ପ୍ରେମକ ରାହୁଲ ଏବଂ ହୋଟେଲ ମାଲକ। ତେବେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ଆଉ ଏହି ଘଟଣାରେ ଯୁବତୀଙ୍କର ଓକିଲ କହିଛନ୍ତି ଯେ ହୋଟେଲର ମାଲିକ କଣ ପାଇଂ ଜଣେ ନାବାଳିକା ଝିଅକୁ ଜଣେ ପ୍ରାପ୍ତ ବୟସ୍କା ପୁଅ ସହିତ ଭତରକୁ ଏଣ୍ଟ୍ରି ଦେଲା । ହୋଟେଲି ମାଲିକ କଣ ସେମାନଙ୍କର ଆଇଡି ପ୍ରୁଫ୍ ଦେଖିନଥିଲେ , ତେଣୁ ସେମାନେ ମଧ୍ୟ ପରୋକ୍ଷ ଭାବରେ ଏହି ଘଟଣାରେ ଦୋଷୀ । ଯୁବକ ଜଣଙ୍କ ମଧ୍ୟ ଯାହା କହୁଛନ୍ତି ତାହା ସତ ବୋଲି କିଛି ପ୍ରମାଣ ନାହିଁ । ଏମିତି ହୋଇପାରେ ଯେ ଝିଅ ସହ ଫୋର୍ସ ଦେଇ ସେକ୍ସ ହେଇଛି ନହେଲେ ଝିଅ ହାର୍ଟ କାଇଁ ଚୋକ କରିବ ? ତେବେ ଶାରିରୀକ ସଂପର୍କ ରଖିବା ସମୟରେ ଝିଅର ମୃତ୍ୟୁ ହୋଇଯାଇଛି ନାଁ ତାକୁ ମାରି ଦିଆଯାଇଛି ତାହା ପୋଷ୍ଟମଟର୍ମ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଓକିଲ କହିଛନ୍ତି ।

Leave a Comment